ବିସ୍ଫୋରକ ସାମଗ୍ରୀ ବୋଝେଇ ଟ୍ରକ୍‌ ଜବତ: କିଏ, କାହା ପାଖକୁ ପଠାଇଥିଲା ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

ବିସ୍ଫୋରକ ସାମଗ୍ରୀ ବୋଝେଇ ଟ୍ରକ୍‌ ଜବତ: କିଏ, କାହା ପାଖକୁ ପଠାଇଥିଲା ?

turck

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ପଟାଙ୍ଗିରୁ ଏକ ବିସ୍ଫୋରକ ସାମଗ୍ରୀ  ବୋଝେଇ ଟ୍ରକ୍‌ ଜବତ କରିଛି ପୁଲିସ୍‌। ଏଥିରେ ୫୦ଟି ପ୍ୟାକେଟ୍‌ରେ ୧୦ ହଜାର ଡେଟୋନେଟର, ୩୮ ବଣ୍ଡଲ କୋଟେକ୍ସ ଏବଂ ୧୫ହଜାର ୨ଶହ ଜିଲେଟିନ୍ ଥିଲା। ଏସବୁ ସାମଗ୍ରୀର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଟ୍ରକ ସହ ଏକ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି ପୁଲିସ୍‌।

truck1ଟ୍ରକ୍‌ଟି ଆନ୍ଧ୍ରପ୍ରଦେଶର ଚିଲିକାତଲମ୍‌ରୁ ସେମିଳିଗୁଡ଼ା ଯାଉଥିଲା। ତେବେ ଏତେ ପରିମାଣରେ ବିସ୍ଫୋରକ ସାମଗ୍ରୀ କିଏ, କାହା ପାଖକୁ ପଠାଇଥିଲା ତାହା ଏବେ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। ଅଞ୍ଚଳଟି ନକ୍ସଲ ପ୍ରବଣ ହୋଇଥିବାରୁ ଏହା ସେମାନଙ୍କ ପାଖକୁ ଯାଉଥିଲା କି ଅନ୍ୟ କେହି ଏହାକୁ ନେଉଥିଲା, ତାହା ଏବେ ତଦନ୍ତ ସାପେକ୍ଷ। ଏପରି ଏକ ସମ୍ବେଦନଶୀଳ ଘଟଣାର ଖୋଳତାଡ଼ ପୁଲିସ୍‌ ଆରମ୍ଭ କରିଦେଇଛି।



from Odisha Reporter http://bit.ly/2EDhLRD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages