
ବଲାଙ୍ଗିର (ଓଡ଼ିଶା ରିପୋର୍ଟର): କୌଣସି ସ୍ଥାନରେ ଦୁର୍ଘଟଣା ଘଟିଲେ, ଆମ୍ବୁଲାନ୍ସ କିମ୍ବା ପୁଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥାଏ। ହେଲେ ବଲାଙ୍ଗିରରେ ଏହାର ଓଲଟା କଥା ଦେଖିବାକୁ ମିଳିଛି।ଗୋଟିଏ ପୁଲିସ୍ ଭ୍ୟାନ୍ ଜଣେ ଯାତ୍ରୀଙ୍କୁ ଧକ୍କା ଦେବା ପରେ ତାଙ୍କୁ ଡାକ୍ତରଖାନା ନେବା ବଦଳରେ ରାସ୍ତାରେ ଆହତ ଅବସ୍ଥାରେ ଛାଡ଼ି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।
ପୁଲିସ୍ର ଏପରି ଅମାନବିକ କାର୍ଯ୍ୟକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତ ପୁଲିସ୍ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ବଲାଙ୍ଗିର ଏସ୍ଡିପିଓ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ।
ଅଭିଯୋଗ ଅନୁସାରେ, ବଲାଙ୍ଗିର ସଂସ୍କୃତ ମହାବିଦ୍ୟାଳୟର ଯୁକ୍ତ ତିନି ଛାତ୍ରୀ ରିଙ୍କି ମନହୀରା ଆଜି କଲେଜରୁ ଘରକୁ ଫେରୁଥିବା ସମୟରେ ଭାଗିରଥୀ ଛକରେ ଏକ ପୁଲିସ ଭ୍ୟାନ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ହେଲେ ଭ୍ୟାନ୍ରେ ଥିବା ପୁଲିସ୍ କର୍ମଚାରୀ ତାଙ୍କୁ ଡାକ୍ତରଖାନା ନେବା ବଦଳରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ପରେ ସ୍ଥାନୀୟ ଲୋକେ ରିଙ୍କିଙ୍କୁ ଉଦ୍ଧାର କରି ବଲାଙ୍ଗିର ହସ୍ପିଟାଲରେ ଭର୍ତ୍ତି କରିଥିଲେ।
from Odisha Reporter http://bit.ly/2EMX5Ym
No comments:
Post a Comment