କିମ୍ବଦନ୍ତୀ ଫିଲ୍ମ ନିର୍ମାତା ମୃଣାଲ ସେନ୍‌ଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

କିମ୍ବଦନ୍ତୀ ଫିଲ୍ମ ନିର୍ମାତା ମୃଣାଲ ସେନ୍‌ଙ୍କ ପରଲୋକ

mrinalsen

କୋଲକାତା: କିମ୍ବଦନ୍ତୀ ଫିଲ୍ମ ନିର୍ମାତା ତଥା ସମାନ୍ତରାଳ ସିନେମାର ଆଇକନ ପଦ୍ମ ଭୂଷଣ ମୃଣାଲ ସେନ୍‌ଙ୍କର ଆଜି କୋଲକାତା ସ୍ଥିତ ତାଙ୍କ ବାସଭବନ ପରଲୋକ ହୋଇଯାଇଛି। ଆଜି ସକାଳେ ପ୍ରାୟ ସାଢ଼େ ୧୦ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା।

ବଙ୍ଗାଳୀ ତଥା ଆଞ୍ଚଳିକ ଭାଷାର ସମାନ୍ତରାଳ ଫିଲ୍ମ ଜଗତରେ ତାଙ୍କ ବହୁତ ବଡ଼ ଯୋଗଦାନ ରହିଥିଲା। ଆଞ୍ଚଳିକ ସମାନ୍ତରାଳ ଫିଲ୍ମ ନିର୍ମାଣ କ୍ଷେତ୍ରରେ ସେ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କର ସମସାମୟିକ ଥିଲେ ଅନ୍ୟତମ ବିଶିଷ୍ଟ ଫିଲ୍ମ ନିର୍ମାତା ସତ୍ୟଜିତ୍ ରାୟ ଓ ରିତ୍ଵିକ ଘଟକ।

୧୯୨୩ ମସିହା ମେ ୧୪ ତାରିଖରେ ପୂର୍ବବଙ୍ଗ(ବାଂଲାଦେଶ)ର ପଣିଦପୁରରେ ଜନ୍ମ ହୋଇଥିଲେ ମୃଣାଲ ସେନ। ପଦାର୍ଥ ବିଜ୍ଞାନରେ ପାଠ ପଢ଼ିବା ପାଇଁ ସେ କୋଲକାତା ଆସିଥିଲେ। କିନ୍ତୁ ଫିଲ୍ମ ପ୍ରେମରେ ପଡ଼ିଯାଇଥିଲେ। ପ୍ରଥମେ ଫିଲ୍ମ ଏଡିଟର ଭାବେ କ୍ୟାରିୟର ଆରମ୍ଭ କରିଥିବା ମୃଣାଲ ଦା’ ୧୯୫୫ ମସିହାରେ ‘ରାତ ଭୋର’ ନାମକ ଏକ ଫିଚର ଫିଲ୍ମ ଜରିଆରେ ଫିଲ୍ମ ନିର୍ମାତା ଭାବେ ଡେବ୍ୟୁ କରିଥିଲେ। ଏଥିରେ ଉତ୍ତମ କୁମାର ଅଭିନୟ କରିଥିଲେ। ‘ନୀଲ ଆକାଶେର ନୀଚେ’, ‘ବାଇଶେ ଶ୍ରାବନ’, ‘ଭୁବନ ଶୋମ’ ଓ ‘ଅକାଲେର ସନ୍ଧାନେ’ ଭଳି ଫିଲ୍ମ ତିଆରି କରି ଖୁବ ଖ୍ୟାତି ଅର୍ଜ୍ଜନ କରିଥିଲେ।

କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ‘ମାଟିର ମଣିଷ’କୁ ନେଇ ସେ ସେହି ନାମରେ ଯେଉଁ ଫିଲ୍ମ ନିର୍ମାଣ କରିଥିଲେ, ତାହା ଓଡ଼ିଆ ତଥା ଆଞ୍ଚଳିକ ସିନେମା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବେ ସ୍ଵୀକୃତ। ତେବେ ଫିଲ୍ମର ଶେଷ ଦୃଶ୍ୟକୁ ନେଇ ପ୍ରଯୋଜକଙ୍କ ସହ ତାଙ୍କର ମତାନ୍ତର ହେବାରୁ ସେ ନିର୍ଦ୍ଦେଶକ ଭାବେ ତାଙ୍କ ନାମ ପ୍ରତ୍ୟାହାର କରିନେଇଥିଲେ।

ତାଙ୍କର ଦୁଇଟି ହିନ୍ଦୀ ଫିଲ୍ମ ଭୁବନ ଶୋମ ଓ ଖଣ୍ଡହର ଫିଲ୍ମ ଆନ୍ତର୍ଜାତିକ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିଲା।

kalandiଚଳଚ୍ଚିତ୍ର ନିର୍ମାଣ କରି ସେ ଅନେକ ଜାତୀୟ ପୁରସ୍କାର ପାଇଥିବା ବେଳେ ୨୦୦୫ରେ ତାଙ୍କୁ ଫିଲ୍ମ କ୍ଷେତ୍ରରେ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ଫାଲ୍‌କେ’ ପୁରସ୍କାର ପ୍ରଦାନ କରାଯାଇଥିଲା।

ତାଙ୍କ ପରଲୋକ ଖବର ଶୁଣି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁ ବିଶ୍ୱ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ରାଷ୍ଟ୍ରପତି କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସିପିଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ବେଙ୍ଗଲୀ ଫିଲ୍ମ ଇଣ୍ଡଷ୍ଟ୍ରୀ ପକ୍ଷରୁ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରି କୁହାଯାଇଛି ଯେ ମୃଣାଲ ଦା’ଙ୍କ ସହିତ ଗୋଟିଏ ଯୁଗର ଅବସାନ ଘଟିଲା।



from Odisha Reporter http://bit.ly/2Th9Y08

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages