ଦାରିଙ୍ଗବାଡ଼ିରେ ୩ ଡିଗ୍ରୀକୁ ଭୁବନେଶ୍ଵର ୮.୨, ଜାଣନ୍ତୁ ଆଉ କେଉଁଠି କେତେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ଦାରିଙ୍ଗବାଡ଼ିରେ ୩ ଡିଗ୍ରୀକୁ ଭୁବନେଶ୍ଵର ୮.୨, ଜାଣନ୍ତୁ ଆଉ କେଉଁଠି କେତେ

thunder

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ଆଜି ୩ ଡିଗ୍ରୀକୁ ଖସି ଆସିଛି। ଦାରିଙ୍ଗବାଡ଼ି ଆଖପାଖ ଅଞ୍ଚଳରେ ଆଜି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିଲା। ସେହିଭଳି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ରେକର୍ଡ କରାଯାଇଛି।

ଦାରିଙ୍ଗବାଡ଼ି ଓ ଫୁଲବାଣୀ ପରେ ଆଜି ସବୁଠୁ ଅଧିକ ଶୀତ ଅନୁଭୂତ ହୋଇଛି ଅନୁଗୋଳରେ। ଏଠାରେ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀକୁ ଖସି ଆସିଛି।
କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ୬.୫, ଝାରସୁଗୁଡ଼ାରା ଓ ଟିଟିଲାଗଡ଼ରେ ୭ ଡିଗ୍ରୀ ରେକର୍ଡ କରାଯାଇଥିଲା।

ବଲାଙ୍ଗିରରେ ଆଜି ସର୍ବନିମ୍ନ ତାପମାତ୍ରା ୭.୧ ଡିଗ୍ରୀ ରହିଥିବା ବେଳେ କୋରାପୁଟରେ ୭.୨, ସମ୍ବଲପୁରରେ ୭.୩, ବାଲେଶ୍ୱରରେ ୭.୮, ସୁନ୍ଦରଗଡ଼ରେ ୮ ଓ ହୀରାକୁଦରେ ୮.୭ ଡିଗ୍ରୀ ରହିଥିଲା।

ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଭଳି ଭୁବନେଶ୍ୱର ଓ କଟକରେ ମଧ୍ୟ ପ୍ରବଳ ଶୀତ ହେଉଛି। ଭୁବନେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ବି ସେତିକି ରହିଛି।

ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଏମିତି ଶୀତ ଲହରୀ ଜାରି ରହିବ ବୋଲି ସୂଚନା ମିଳିଛି।



from Odisha Reporter http://bit.ly/2LJyLaE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages