ଅଚିହ୍ନା ହୋଇଗଲେ ଚିହ୍ନା ମଣିଷ: ବ୍ରେକଅପ୍‌ ପରେ ନିଜ ପ୍ରେମିକଙ୍କୁ ନେହା କହିଲେ ‘ସେ କିଏ’ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଅଚିହ୍ନା ହୋଇଗଲେ ଚିହ୍ନା ମଣିଷ: ବ୍ରେକଅପ୍‌ ପରେ ନିଜ ପ୍ରେମିକଙ୍କୁ ନେହା କହିଲେ ‘ସେ କିଏ’ ?

neha

ମୁମ୍ବାଇ: ଲୋକପ୍ରିୟ ସିଙ୍ଗର ନେହା କକ୍କର ଓ ଅଭିନେତା ହିମାନ୍ସ କୋହଲିଙ୍କ ବ୍ରେକ୍‌ଅପ୍‌ ଖବର ଏବେ ଖୁବ୍‌ ଚର୍ଚ୍ଚାରେ ଅଛି। ଏହି ଘଟଣା ପରେ ନେହା ଖୁବ୍‌ ଭାଙ୍ଗି ପଡ଼ିଛନ୍ତି। ନେହା ନିଜ ଦୁଃଖ ସୋଶାଲ ମିଡିଆ ଆକାଉଣ୍ଟ୍‌ରେ ଶେଆର କରିଛନ୍ତି।

ପୂର୍ବରୁ ନେହା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ହିମାନ୍ସଙ୍କ ସହ ଥିବା ସବୁ ଫଟୋ ହଟାଇଥିବା ବେଳେ ପରେ ଇନ୍‌ଷ୍ଟା ଷ୍ଟାଟସ୍‌ରେ ନିଜ ଦୁଃଖ ଜଣାଇଥିଲେ। ନେହାଙ୍କ ଏ ସବୁ କାମ ପରେ ହିମାନ୍ସ ଓ ତାଙ୍କ ମଧ୍ୟରେ ଥିବା ସଂପର୍କ ଭାଙ୍ଗି ଯାଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ନେହାଙ୍କ ବୟାନ ଏ ଖବରକୁ ସତ ବୋଲି ପ୍ରମାଣ କରିଛି।

neha-2ରିପୋର୍ଟ ମୁତାବକ ସ୍ପଟବୟ ପୋର୍ଟାଲ୍‌ ହିମାନ୍ସଙ୍କ ସହ ତାଙ୍କ ବ୍ରେକ୍‌-ଅପ୍‌କୁ ନେଇ ନେହାଙ୍କ ପ୍ରତିକ୍ରିୟା ମାଗିଥିବା ବେଳେ ସେ ହିମାନ୍ସଙ୍କୁ ଚିହ୍ନି ନଥିବା କହିଥିଲେ। ସେ କହିଥିଲେ,‘‘ହିମାନ୍ସ କିଏ? ମୁଁ ଏହି ନାଁର କୌଣସି ବ୍ୟକ୍ତିଙ୍କୁ ଜାଣି ନାହିଁ।’’

ତାଙ୍କୁ ଆଗକୁ ପ୍ରଶ୍ନ କରାଯିବାରୁ ମୋତେ ଏକୁଟିଆ ଛାଡ଼ିଦିଅ ବୋଲି ନେହା କହିଥିଲେ। ହିମାନ୍ସଙ୍କ ବ୍ରେକ୍‌ ଅପ୍‌ ପରେ ନେହା ପୂରା ନିରାଶ ହୋଇ ପଡ଼ିଛନ୍ତି। ତାଙ୍କ ଦୁଃଖ ‘ଇଣ୍ଡିଆନ୍‌ ଆଇଡିଆଲ୍‌-୧୦’ ମଞ୍ଚରେ ବି ଦେଖିବାକୁ ମିଳିଥିଲା।  ଜଣେ ପ୍ରତିଯୋଗୀଙ୍କ ଏକ ଇମୋସନାଲ୍‌ ଗୀତ ଶୁଣି ସେ ଭାଙ୍ଗି ପଡ଼ିଥିଲେ। ଆଉ କାନ୍ଦି ପକେଇଥିଲେ।

hemansସୂଚନା ଅନୁଯାୟୀ, ‘‘ସେ ଦିନ ନେହା ଯେତେବେଳେ ଇଣ୍ଡିଆନ୍‌ ଆଇଡିଆଲ୍‌ ସେଟ୍‌ରେ ଶୁଟିଂ ପାଇଁ ପହଞ୍ଚିଥିଲେ ସେ ଠିକ୍‌ ଅନୁଭବ କରିନଥିଲେ। ସେଟ୍‌ରେ ସବୁବେଳେ ହସ ଓ ବିନ୍ଦାସ୍‌ ମୁଡ୍‌ରେ ଥିବା ନେହା ଖୁବ୍‌ ଉଦାସ୍‌ ରହୁଥିଲେ।  ତେଣୁ ଟିମ୍‌କୁ ଅନେକ ଥର ରିଟେକ୍‌ ନେବାକୁ ପଡ଼ିଥିଲା। ତା’ପରେ ସେ କିଛି ସମୟ ପାଇଁ ବ୍ରେକ୍‌ ନେଇଥିଲେ ଆଉ ପରେ ଶୁଟିଂ ଆରମ୍ଭ କରିଥିଲେ।

ତାଙ୍କର ଏଭଳି ପ୍ରତିକ୍ରିୟା ପରେ ଦୁହିଁଙ୍କ ମଧ୍ୟରେ ଏବେ କିଛି ସଂପର୍କ ନଥିବା ସ୍ପଷ୍ଟ ହୋଇଛି ।

 



from Odisha Reporter https://ift.tt/2UVJCT1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages