ଜୟଲଳିତାଙ୍କ ଖାଦ୍ୟ ବିଲ୍‌ ଶୁଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଜୟଲଳିତାଙ୍କ ଖାଦ୍ୟ ବିଲ୍‌ ଶୁଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ଚେନ୍ନାଇ: ତାମିଲନାଡୁର ଦିବଂଗତ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ୨୦୧୬ରେ ଦୀର୍ଘ ୭୫ ଦିନ ଧରି ଚେନ୍ନାଇ ସ୍ଥିତ ଆପୋଲ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ତେବେ ଏହି ୭୫ ଦିନ ମଧ୍ୟରେ ତାଙ୍କ ଚିକିତ୍ସା ଏବଂ ଖାଦ୍ୟ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତା’ର ତଥ୍ୟ ଏବେ ସାମ୍ନାକୁ ଆସିଛି।

ତଥ୍ୟ ଅନୁଯାୟୀ, ଜୟାଙ୍କ ପାଇଁ ୭୫ ଦିନ ମଧ୍ୟରେ ପ୍ରାୟ ୬.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଜୟା କେବଳ ୧.୧୭ କୋଟି ଟଙ୍କାର ଖାଦ୍ୟ ଖାଇଛନ୍ତି। ତେବେ ୨୦୧୬ ମସିହା ଅକ୍ଟୋବର ୧୩ ମେଡିକାଲ ବିଲ୍‌ ବାବଦକୁ ପୈଠ ହୋଇଥିବା ୪୧.୧୩ କୋଟି ଟଙ୍କା କିଏ ଦେଇଛି, ତା’ର ତଥ୍ୟ ନାହିଁ।
ଜୟାଙ୍କ ଚିକିତ୍ସା କରୁଥିବା ବ୍ରିଟେନର ଜଣେ ଡାକ୍ତର ୯୨ ଲକ୍ଷ ଟଙ୍କା ନେଇଥିବା ବେଳେ ସିଙ୍ଗାପୁରର ଏକ ଟିମ୍ ୧.୨୯ କୋଟି ଟଙ୍କା ନେଇଛନ୍ତି।

ଏହା ବ୍ୟତୀତ ରୁମ ଭଡ଼ା ବାବଦକୁ ୧.୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଅନ୍ୟାନ୍ୟ ଟଙ୍କା କେମିତି ଖର୍ଚ୍ଚ ହୋଇଛି, ତାହା ଜଣାପଡ଼ିନାହିଁ। ସମ୍ଭବତଃ ମେଡିସିନ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଏହି ଅର୍ଥ ଖର୍ଚ୍ଚ ହୋଇଥିବା କୁହାଯାଉଛି। ଏହି ୬.୮୫ କୋଟି ଟଙ୍କା ମଧ୍ୟରୁ ତାମିଲନାଡ଼ୁ ସରକାର ୬ କୋଟି ଟଙ୍କା ଦେଇଛନ୍ତି। ଜୟଲଳିତା ୨୦୧୬ ମସିହା ଡିସେମ୍ବର ୫ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।



from Odisha Reporter https://ift.tt/2S4MPxr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages