
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀ ଶ୍ରୀ ୟୁନିଭର୍ସିଟି ସୁପରଭାଇଜର ସୁନୀଲ ସାହୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ୍। ଆଜି ପୁଲିସ୍ କମିଶନର ସତ୍ୟଜିଦ୍ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,ସୁନୀଲ ସାହୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ବେହେରାଙ୍କୁ ଗିରଫ କରାଯାଇଛି।
ପୁଲିସ୍ କମିଶନର କହିଛନ୍ତି,“ମୃତ ସୁନୀଲ ପୂର୍ବରୁ ଢେଙ୍କାନାଳ କଲେଜର ପ୍ରଶାସନିକ ଅଧିକାରୀ ଥିଲେ। ସେଠାରେ ଜଣେ ମହିଳା ଅଧ୍ୟାପକଙ୍କ ସହ ତାଙ୍କର ଏକତରଫୀ ଅନୈତିକ ସମ୍ପର୍କ ଥିଲା। ମହିଳା ଅଧ୍ୟାପକଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କ ସହିତ ସୁନୀଲ ସମ୍ପର୍କ ରଖିଥିଲେ। ସୁନୀଲ ବେଳେ ବେଳେ ତାଙ୍କ ଦରମା ବନ୍ଦ କରି ଦେଉଥିଲେ। ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। କିଛି ଦିନ ପରେ ଢେଙ୍କାନାଳ କଲେଜରୁ ଚାକିରି ଛାଡ଼ି ସୁନୀଲ ଶ୍ରୀ ଶ୍ରୀ ୟୁନିଭର୍ସିଟି ସୁପରଭାଇଜର ଭାବେ କାମ କରିଥିଲେ। ହେଲେ ମହିଳା ଜଣଙ୍କ ସୁନୀଲଙ୍କ କଥା ଭୁଲି ପାରି ନଥିଲେ। ମହିଳା ଜଣଙ୍କ ସୁନୀଲଙ୍କ ବିଷୟରେ ତାଙ୍କୁ ବନ୍ଧୁ ନିରଞ୍ଜନ ବେହେରାଙ୍କୁ କହିଥିଲେ। ନିରଞ୍ଜନ ମହିଳାଙ୍କ ସ୍କୁଲ ବେଳର ସାଙ୍ଗ ଥିଲେ।“
ସେ ଆହୁରି କହିଛନ୍ତି,“ ମହିଳାଙ୍କ କଥା ଶୁଣିବା ପରେ ସୁନୀଲଙ୍କୁ ମାରିବା ପାଇଁ ନିରଞ୍ଜନ ୩ରୁ ୪ ମାସ ହେବ ଯୋଜନା କରିଥିଲେ। ଦେଶୀ 9ଏମଏମ ପିସ୍ତଲ କିଣିବା ପାଇଁ ସେ ମୁଙ୍ଗେର ଯାଇଥିଲେ। ସେଠାରୁ ସେ ୨୫ ହଜାର ଟଙ୍କା ଦେଇ ଦେଶୀ ବନ୍ଧୁକ କିଣିଥିଲେ। ପରେ ନିରଞ୍ଜନ କିଛି ଆଳ ଦେଖାଇ ଦୁଇ ଥର ସୁନୀଲଙ୍କୁ ଦେଖାକରିବାକୁ ଯାଇଥିଲେ ଓ ସମ୍ପୃକ୍ତ ମହିଳା ଅଧ୍ୟାପକଙ୍କ ବିଷୟରେ ପଚାରିଥିଲେ। ମହିଳାଙ୍କୁ ସେ ଆହୁରି ହଇରାଣ କରିବେ ବୋଲି ସୁନୀଲ ନିରଞ୍ଜନଙ୍କୁ ଧମକ ଦେଇଥିଲେ। ଏନେଇ ନିରଞ୍ଜନ ପ୍ରତିଶୋଧପରାୟଣ ହୋଇଯାଇଥିଲେ। ୨୫ ତାରିଖ ଦିନ ନିରଞ୍ଜନ ସୁନୀଲଙ୍କୁ ହତ୍ୟା କରିଥିଲେ।”
ପୁଲିସ୍ କମିଶନର ଆହୁରି କହିଛନ୍ତି,“ ହତ୍ୟାକାଣ୍ଡରେ ବ୍ୟବହୃତ ବାଇକ୍ ଓ ପିସ୍ତଲ ଜବତ କରାଯାଇଛି। ନିରଞ୍ଜନଙ୍କ ସ୍କୁଟି ଜବତ କରାଯାଇଛି।”
ଗତ ନଭେମ୍ବର ୨୫ ତାରିଖରେ ବାରଙ୍ଗ ଗୋଡ଼ିସାହି ନେତଲ ଛକରେ ଗୁଳି ଫୁଟାଇ ସୁନୀଲ ସାହୁଙ୍କୁ ହତ୍ୟା କରି ଫେରାର ମାରିଥିଲେ ନିରଞ୍ଜନଙ୍କ ସମେତ ଦୁଇ ଦୁର୍ବୃତ୍ତ ।
from Odisha Reporter https://ift.tt/2QbpoFV
No comments:
Post a Comment