ଭୁଲ୍‌ରେ ବି ଖାଲି ପେଟରେ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ, ନ ହେଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 2, 2018

ଭୁଲ୍‌ରେ ବି ଖାଲି ପେଟରେ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ, ନ ହେଲେ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ସମୟରେ ସମସ୍ତେ କୁହନ୍ତି ଯେ, ଖାଲି ପେଟରେ ରୁହନାହିଁ, କିଛି ଖାଇଦେ। କାରଣ ଅଧିକ ସମୟ ଖାଲି ପେଟରେ ରହିଲେ ବା ଠିକ୍‌ ସମୟରେ ଖାଇବା ନ ଖାଇଲେ ଗ୍ୟାସ୍‌ ଭଳି ରୋଗ ହୋଇଥାଏ। କେବଳ ଗ୍ୟାସ ନୁହେଁ ଶରୀର ଦୁର୍ବଳ ହେବା, କିଡନୀ ଜନିତ ରୋଗ, ଅଲସର, ପାଇଲ୍ସ୍ ପରି ଅନେକ ରୋଗ ଏହି କାରଣରୁ ହୋଇଥାଏ। କିନ୍ତୁ କେବେ ଭାବିଛନ୍ତି, ଯେଉଁମାନେ ଠିକ୍‌ ସମୟରେ ଖାଦ୍ୟ ଖାଆନ୍ତି, ଓ ସକାଳୁ କେବେ ହେଲେ ଭୋକିଲା ରୁହନ୍ତି ନାହିଁ ସେମାନଙ୍କର କ’ଣ ପାଇଁ ଗ୍ୟାସ ହୁଏ ଅବା ଅନ୍ୟ କିଛି ଉପରୋକ୍ତ ରୋଗ ହୋଇଥାଏ ବୋଲି?

ଏହାର କାରଣ ହେଉଛି ଖାଦ୍ୟ। କିଛି ଏପରି ଖାଦ୍ୟ ସାମଗ୍ରୀ ଅଛି ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଆମ ଶରୀରର ଅନେକ କ୍ଷତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହିସବୁ ଖାଦ୍ୟଗୁଡ଼ିକ କ’ଣ।

ଚା: ସାଧାରଣତଃ ସକାଳୁ ଉଠିବା ପରେ ଅନେକ ଲୋକ ଖାଲିପେଟରେ ଚା ପିଇବାକୁ ପସନ୍ଦ କରିଥାନ୍ତି। ହେଲେ ଏଭଳି ଆଦୌ କରିବା ଉଚିତ ନୁହେଁ। ଖାଲି ପେଟରେ ଚା ପିଇବା ଦ୍ୱାରା ଗ୍ୟାସ୍‌ ହେବା ସହ ପେଟରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଇଥାଏ ଏବଂ ହଜମ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ ଫଳରେ ଭୋକ ଲାଗି ନ ଥାଏ।
କଦଳୀ: କଦଳୀ ସାଧାରଣତଃ ସମସ୍ତଙ୍କର ପ୍ରିୟ ହେଇଥାଏ। ଏହାକୁ ବ୍ରେକଫାଷ୍ଟରେ ଖାଇବା ମଧ୍ୟ ବେଶ୍ ଭଲ। ହେଲେ ଖାଲି ପେଟରେ ପ୍ରଥମେ କଦଳୀ ଖାଇବା ଉଚିତ୍‌ ନୁହେଁ।  ଜଳଖିଆ କିମ୍ବା କୌଣସି ଖାଦ୍ୟ ଗ୍ରହଣ ପରେ ଗୋଟିଏ କିମ୍ବା ୨ଟି କଦଳୀ ଖାଦ୍ୟରେ ସାମିଲ କରନ୍ତୁ ଯାହାଦ୍ୱାରା ଶରୀରକୁ ଶକ୍ତି ମିଳିଥାଏI
କ୍ଷୀର: କ୍ଷୀରରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌, କ୍ୟାଲ୍‌ସିୟମ୍‌ ଓ ଏନର୍ଜି ଥିବାରୁ ସମସ୍ତେ କ୍ଷୀର ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। କିନ୍ତୁ ଖାଲି ପେଟରେ କ୍ଷୀର ପିଇବା ଦ୍ୱାରା ଏହା ଶରୀର ପାଇଁ କ୍ଷତିକାରକ ହେଇଥାଏ। ହେଲେ ଏହାକୁ ମଧ୍ୟ ଖାଲି ପେଟରେ ଖାଇବା ଉଚିତ୍‌ ନୁହେଁ। ଏହା ଆମ ଶରୀରରେ ଫ୍ୟାଟ୍‌ ଜମାଇଥାଏ। କିଛି ଖାଦ୍ୟ ଗ୍ରହଣ କରିବା ପରେ ହିଁ କ୍ଷୀର ପିଅନ୍ତୁ।
କମଳା: ସକାଳେ ପ୍ରାୟ ଲୋକୋ ଫଳ ଖାଇବାକୁ ଭଲ ପାଆନ୍ତି।  କିନ୍ତୁ ଖାଲିପେଟରେ କେବେହେଲେ କମଳା ଖାଆନ୍ତୁ ନାହିଁ I ଏହାଦ୍ୱାରା ଶରୀରରେ ଏସିଡ ସୃଷ୍ଟି ହେଇଥାଏ ଏବଂ ଶରୀର ଜଳାପୋଡ଼ା ହେଇଥାଏ।

ସେଓ: ଆପଣମାନେ ସେଓର ନାଁ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିବେ। କାରଣ ସେଓକୁ ସବୁଠୁ ସ୍ୱାସ୍ଥ୍ୟକର ଫଳ ବୋଲି କୁହାଯାଏ। ତେଣୁ ଅଧିକାଂଶ ଲୋକ ସକାଳେ ସେଓ ହିଁ ଖାଇଥାନ୍ତି। କିନ୍ତୁ ସେଓକୁ ଖାଲି ପେଟରେ ଖାଇଲେ ପେଟରେ ଗ୍ୟାସ୍ ସୃଷ୍ଟି ହୋଇଥାଏ।



from Odisha Reporter https://ift.tt/2Ru5Edc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages