ଘରର ମୁଖ୍ୟ ଗେଟ୍‌ ଭୁଲ ଦିଗରେ ଥିଲେ କ’ଣ କରିବେ ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଘରର ମୁଖ୍ୟ ଗେଟ୍‌ ଭୁଲ ଦିଗରେ ଥିଲେ କ’ଣ କରିବେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବାସ୍ତୁ ଶାସ୍ତ୍ରରେ ଘରର ମୁଖ୍ୟ  ଗେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବାସ୍ତୁ ଅନୁସାରେ,ଘରର ମେନ୍‌ ଗେଟ୍‌ ଦକ୍ଷିଣ ଦିଗରେ ରହିବା ଉଚିତ୍‌। ଯଦି ଏହି ଦିଗରେ ଆପଣଙ୍କ ଘରର ମେନ୍‌ ଗେଟ୍‌ ନ ଥାଏ, ତେବେ ବାସ୍ତୁଦୋଷ ସୃଷ୍ଟି ହୋଇଥାଏ।
ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହି ନକାରାତ୍ମକ ଶକ୍ତି ଆପଣଙ୍କ ଘରର ସୁଖଶାନ୍ତିକୁ ନଷ୍ଟ କରିଥାଏ। ତେବେ ଯଦି ଆପଣଙ୍କ ଘରର ମେନ୍‌ ଗେଟ୍‌ ଭୁଲ୍‌ ଦିଗରେ ରହିଛି, ତେବେ ଚିନ୍ତା କରନ୍ତୁ ନାହିଁ, ବାସ୍ତୁରେ ଏହାର ପ୍ରତିକାର ଓ ଉପାୟ କୁହାଯାଇଛି।

ବାସ୍ତୁ ଦୋଷ ଦୂର କରିବା ପାଇଁ ଘରର ମେନ୍‌ ଗେଟ୍‌ରେ ୪ଟି ଷ୍ଟିକ୍‌ ଥିବା ୱିନ୍‌ ଚାଇମ୍‌ ଲଗାନ୍ତୁ। ଏହାକୁ ଲଗାଇବା ସମୟରେ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ଯେ, ଘରର ସଦସ୍ୟ ଘରେ ପ୍ରବେଶ କରିବା ସମୟରେ ଯେପରି ଏହାକୁ ଅତିକ୍ରମ କରିଯିବେ। ଏହା ଫଳରେ ଏଥିରୁ ବାହାରୁଥିବା ଶବ୍ଦ ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିବାକୁ ରକ୍ଷା କରିଥାଏ।

ୱିନ୍‌ ଚାଇମ୍‌ରୁ ବାହାରୁଥିବା ଶବ୍ଦକୁ ଶୁଭ ବୋଲି କୁହାଯାଇଥାଏ। କୁହାଯାଏ ମେନ୍ ଗେଟ୍‌ରେ ଏହାକୁ ଲଗାଇବା ପରେ ଏଥିରୁ ବାହାରୁଥିବା ଶବ୍ଦ ଘରରୁ ସକାରାତ୍ମକ ଶକ୍ତି ପ୍ରବେଶ କରିବାରେ ସାହାଯ୍ୟ କରିଥାଏ।

ଘରର ସଦସ୍ୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହେବା ସହିତ ସମସ୍ତେ ମିଳିମିଶି ରହିଥାନ୍ତି। ବାସ୍ତୁରେ ଏହା ମଧ୍ୟ କୁହାଯାଇଛି ଯେ, ଘରେ ବାସ୍ତୁଦୋଷ ରହିଲେ, ଘରର ପିଲା ଛୁଆଙ୍କ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ିଥାଏ। ଏହି କାରଣରୁ ସେମାନେ ଭଲରେ ପଢ଼ାଲେଖା କରିପାରି ନ ଥାନ୍ତି।
ଏଥିପାଇଁ ପିଲାଙ୍କ ରୁମ୍‌ରେ ପାଞ୍ଚଟି ଷ୍ଟିକ୍‌ ଥିବା ୱିନ୍ ଚାଇମ୍‌ ଲଗାନ୍ତୁ। ଏହାଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।



from Odisha Reporter https://ift.tt/2SdTupv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages