ଅଷ୍ଟ୍ରେଲିଆରେ ଯେବେ ବି ବିରାଟ୍‌ ଶତକ କରିଛନ୍ତି, ଜିତିନି ଟିମ୍‌ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଅଷ୍ଟ୍ରେଲିଆରେ ଯେବେ ବି ବିରାଟ୍‌ ଶତକ କରିଛନ୍ତି, ଜିତିନି ଟିମ୍‌ ଇଣ୍ଡିଆ

ପର୍ଥ: ଅଷ୍ଟ୍ରେଲିଆର ପର୍ଥରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟ୍‌ରେ କଙ୍ଗାରୁ ଟିମ୍‌ ବିରାଟଙ୍କ ଟିମ୍‌ ଇଣ୍ଡିଆକୁ ୧୪୬ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ୪ ଟିକିଆ ଟେଷ୍ଟ ସିରିଜ୍‌ ଏବେ ୧-୧ରେ ବରାବର ହୋଇଯାଇଛି। ଦ୍ୱିତୀୟ ଟେଷ୍ଟ ଜିତିବା ପାଇଁ ଟିମ୍‌ ଇଣ୍ଡିଆକୁ ୨୮୭ ରନ୍‌ର ଟାର୍ଗେଟ ମିଳିଥିଲେ ହେଁ ଦଳ ୧୪୦ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

ତେବେ ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଶତକ ହାସଲ କରିଥିଲେ। ଏହା ଅଷ୍ଟ୍ରେଲିଆ ମାଟିରେ ବିରାଟ୍‌ଙ୍କ ୬ଷ୍ଠ ଶତକ। କିନ୍ତୁ ବିଡ଼ମ୍ବନାର ବିଷୟ, ବିରାଟ ଯେବେ ବି ଅଷ୍ଟ୍ରେଲିଆରେ ଶତକ ହାସଲ କରିଛନ୍ତି, ସେବେ ଭାରତ ମ୍ୟାଚ୍‌ ଜିତିପାରି ନାହିଁ। ପୂର୍ବରୁ ଯାହା ଘଟିଥିଲା ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଅନୁରୂପ ଘଟଣା ଘଟିଛି। ବିରାଟ୍‌ଙ୍କ ୬ଟି ଶତକ ମଧ୍ୟରୁ ଭାରତ ୪ଟି ମ୍ୟାଚ୍‌ରେ ହାରିଥିବା ବେଳେ ୨ଟି ଡ୍ର ରହିଛି।

୨୦୧୨ରେ ପର୍ଥ ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟର ପ୍ରଥମ ପାଳିରେ ବିରାଟ ୧୧୬ ରନ୍‌ କରିଥିଲେ। ଏହି ମ୍ୟାଚ୍‌ଟିରେ ଭାରତ ୨୯୮ ରନ୍‌ରେ ପରାସ୍ତ ହୋଇଥିଲା। ଏହାପରେ ବିରାଟ ୨୦୧୪ରେ ଆଡେଲେଡ୍‌ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୧୧୫ ରନ୍‌ ଓ ଦ୍ୱିତୀୟ ଇନିଂସରେ ୧୪୧ ରନ୍‌ର ଇନିଂସ ଖେଳିଥିଲେ। କିନ୍ତୁ ଅଷ୍ଟ୍ରେଲିଆ ଏହି ଟେଷ୍ଟକୁ ୪୮ ରନ୍‌ରେ ଜିତି ନେଇଥିଲା।

୨୦୧୪ ମେଲବର୍ଣ୍ଣ ଷ୍ଟାଡିୟମରେ ବିରାଟ୍‌ ପ୍ରଥମ ପାଳିରେ ୧୬୯ ରନ୍‌ର ଇନିଂସ ଖେଳିଥିଲେ। ଏହି ମ୍ୟାଚ୍‌ଟି ଡ୍ର ରହିଥିଲା। ସେହିପରି ସିଡ୍‌ନୀ ଗ୍ରାଉଣ୍ଡରେ ଖେଳା ଯାଇଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ବିରାଟ ୧୪୭ ରନ୍‌ କରିଥିଲେ। ଏହି ମ୍ୟାଚ୍‌ଟି ମଧ୍ୟ ଡ୍ର ରହିଥିଲା।

୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ର ପ୍ରଥମ ଇନିଂସରେ ବିରାଟ ୧୨୩ ରନ୍‌ କରିଥିଲେ ହେଁ ଭାରତ ୧୪୬ ରନ୍‌ରେ ପରାଜୟ ବରଣ କରିଛି।

ତେଣୁ ବିରାଟ୍‌ଙ୍କ ଶତକ ଟିମ୍‌ ଇଣ୍ଡିଆ ପାଇଁ ଶୁଭଙ୍କର ନୁହେଁ ବୋଲି କେତେକ କ୍ରିକେଟପ୍ରେମୀ ମତ ଦେଇଛନ୍ତି।



from Odisha Reporter https://ift.tt/2SW5lbo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages