
ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର (ଏସ୍ବିଆଇ) ଗ୍ରାହକଙ୍କ ପାଇଁ ଖୁସି ଖବର। ଏ ପର୍ଯ୍ୟନ୍ତ ଆପଣ କେବଳ ୮ରୁ ୧୦ଥର ଏଟିଏମ୍ରେ କାରବାର କରିପାରୁଥିଲେ। ଏହାଠାରୁ ଅଧିକ ହେଉଥିଲେ ଚାର୍ଜେସ ଲାଗୁଥିଲା। କିନ୍ତୁ ଏସ୍ବିଆଇ ପକ୍ଷରୁ ଏନେଇ ଏକ ନିୟମ ବଦଳାଯାଇଛି। ଏବେ ଆପଣ ଅନ୍ୟାୟସରେ ଏଟିଏମ୍ରେ କାରବାର କରିପାରିବେ। ଅର୍ଥାତ ଆପଣ ଅନ୍ଲିମିଟେଡ୍ ଟ୍ରାଞ୍ଜାକ୍ସନ୍ କରିପାରିବେ।
ଏଥିପାଇଁ ବ୍ୟାଙ୍କ ପକ୍ଷରୁ କେତେକ ସର୍ତ୍ତ ଜାରି କରାଯାଇଛି। ସେହି ଅନୁଯାୟୀ ଆପଣଙ୍କୁ ବ୍ୟାଙ୍କ ଖାତାରେ ସେଭିଂ ବାଲାନ୍ସ ୨୫.୦୦୦ ଟଙ୍କା ରହିବା ଉଚିତ୍। ତେବେ ଯାଇ ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରୁପ୍(spg)ରୁ ଅନ୍ଲିମିଟେଡ୍ ଟ୍ରାଞ୍ଜାକ୍ସନ୍ କରିପାରିବେ। ଗତ ଅକ୍ଟୋବର ମାସରେ ଏସ୍ବିଆଇ ପକ୍ଷରୁ ଏଟିଏମ୍ରେ ଦିନ୍କୁ ୪୦,୦୦୦ ଉଠାବା ଉପରେ ରୋକ୍ ଲାଗାଇ ଟଙ୍କା ଉଠାଇବାର ସୀମା ୨୦,୦୦୦କୁ ହ୍ରାସ କରାଯାଇଥିଲା।
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶର ବଡ଼ ବଡ଼ ବ୍ୟାଙ୍କ ଗୁଡ଼ିକୁ ଏଟିଏମ୍ ଜନିତ ସୁବାଧା ଦେବା ପାଇଁ ନିର୍ଦ୍ଦଶନାମା ଜାରି କରିପାରିବା ପରେ ଏସ୍ବିଆଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
from Odisha Reporter https://ift.tt/2EcTFhd
No comments:
Post a Comment