ଗାଁ ଭୋଟ୍‌ ହାତେଇବାକୁ ନବୀନଙ୍କ ‘ପିଠା’! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ଗାଁ ଭୋଟ୍‌ ହାତେଇବାକୁ ନବୀନଙ୍କ ‘ପିଠା’!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ନୂଆ ଯୋଜନା ମାଧ୍ୟମରେ ବିଜେଡି ସରକାର ପ୍ରଚାର ଷ୍ଟ୍ରାଟେଜି ଆପଣାଇଛି। ପଞ୍ଚାୟତ ସ୍ତରରେ ବିଭିନ୍ନ ଯୋଜନାର ପ୍ରଚାର ଓ ଏହାର ସୁଫଳ ପହଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ ହେବାକୁ ଯାଉଛି ନୂଆ ସ୍କିମ୍ ‘ପିଠା’। ତେବେ ଗାଁ ଭୋଟ୍ ହାତରୁ ନଖସିବା ଲାଗି ଏହା ଆଉ ଏକ ଚାଲ୍ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ବିରୋଧୀ କହିଛନ୍ତି, “ସରକାର ବିରୋଧୀ ହାଓ୍ୱାରୁ ବର୍ତ୍ତିବା ପାଇଁ ଏଭଳି ପ୍ରୟାସ କରୁଛି।”

ଏବେ ଗାଁ ଗାଁରେ ହେବ ସରକାରୀ ଯୋଜନାର ପ୍ରଚାର। ପ୍ରତ୍ୟେକ ମାସ ୧୫ରୁ ୨୦ ତାରିଖ ମଧ୍ୟରେ ଆୟୋଜନ ହେବ ସ୍ୱତନ୍ତ୍ର ଶିବିର। ଏହାର ସଫଳ ରୂପାୟନ ପାଇଁ ଆଜି ସଚିବାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ‘ଆମ ଗାଁ ଆମ ବିକାଶ’ ଯୋଜନାର ସବ୍‌ସ୍କିମ୍‌ ‘ପିଠା ବା ପିପୁଲ୍ସ ଏମ୍ପାଓ୍ୱାରମେଣ୍ଟ ଏନାବ୍ଲିଂ ଟ୍ରାନ୍ସପେରେନ୍ସି ଆଣ୍ଡ ଆକାଉଣ୍ଟବିଲିଟି ଅଫ୍ ଓଡ଼ିଶା ଇନିସିଏଟିଭସ୍‌’କୁ କିଭଳି କାର୍ଯ୍ୟକାରୀ କରାଯିବ ସେନେଇ ପ୍ରସ୍ତୁତ ହୋଇଛି ବ୍ଳୁ ପ୍ରିଣ୍ଟ। ଆମ ଏଲ୍ଇଡି, ମିଶନ ଶକ୍ତି, ସାମାଜିକ ସୁରକ୍ଷା ସହାୟତା, ନିର୍ମାଣ ଶ୍ରମିକଙ୍କୁ ସହାୟତା ଭଳି ଯୋଜନା ସଂପର୍କରେ ସଚେତନତା, ସ୍ୱଚ୍ଛତା ଓ ବ୍ୟକ୍ତିଗତ ଯୋଜନାର ଲାଭ ଉପରେ ଲୋକଙ୍କୁ ଅବଗତ କରାଯିବ। ଏଥିପାଇଁ ପଂଚାୟତ ସ୍ତରରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପୋଷ୍ଟର ବ୍ୟାନର୍ ଲଗାଯିବା ସହ ପ୍ରୋଜେକ୍ଟର ମାଧ୍ୟମରେ ସରକାରୀ ସ୍କିମ୍‌ର ପ୍ରଚାର ପ୍ରସାର କରାଯିବ। ଯେଉଁମାନେ ଯୋଜନାରୁ ବଞ୍ଚିତ ହେଉଥିବେ ସେମାନଙ୍କୁ ଏହି ଶିବିର ମାଧ୍ୟମରେ ସାମିଲ କରିବା ପାଇଁ ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ମାସରେ ପ୍ରତି ବ୍ଲକ୍‌ର ଶ୍ରେଷ୍ଠ ପଞ୍ଚାୟତକୁ ୫ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ। ଆସନ୍ତା ଫେବ୍ରୁଆରୀ କିମ୍ବା ମାର୍ଚ୍ଚ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ।
ଅନ୍ୟପକ୍ଷରେ ସାଧାରଣ ନିର୍ବାଚନକୁ ଆଉ ୪ ମାସ ଥିବା ବେଳେ ଦୁର୍ନୀତି, ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ନବୀନ ସରକାରଙ୍କ ଛବି ମଳିନ ହେଉଥିବାରୁ ଗ୍ରାମାଞ୍ଚଳ ଭୋଟ୍ ହାତେଇବା ପାଇଁ ବିଜେଡି ସରକାରଙ୍କ ଏହା ନୂଆ ପ୍ରୟାସ ବୋଲି ଚର୍ଚ୍ଚା ହେଉଛି। ବିରୋଧୀ ବିଜେପି ଓ କଂଗ୍ରେସ୍ ମଧ୍ୟ ପିଠା ସ୍କିମ୍‌କୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
ବିଜେଡିର ଏହା ନିର୍ବାଚନୀ ଚାଲ୍ ଓ ବିଜୁ ଯୁବ ବାହିନୀ ଏହାକୁ କାର୍ଯ୍ୟକାରୀ କରିବେ ବୋଲି ବିଜେପି ଅଭିଯୋଗ କରିଛି।

ସେହିପରି କଂଗ୍ରେସ ଏହାକୁ ସରକାରୀ ଅର୍ଥରେ ନିର୍ବାଚନ ପ୍ରଚାର ବୋଲି କହିଛି।

ଯାହାର ଜବାବ ରଖିଛି ବିଜେଡି। ବିଜେଡି ବିଧାୟକ ମହେଶ ସାହୁ କହିଛନ୍ତି, “କିଛି କାର୍ଯ୍ୟକ୍ରମ କଲେ ଲୋକଙ୍କୁ ସାମିଲ କରିବା ଓ ପୁରାତନ ସଂସ୍କୃତିକୁ ପୁନରୁଦ୍ଧାର କରିବା ଯଦି ରାଜନୀତି, ସେମାନେ କରୁନାହାନ୍ତି। ସେମାନଙ୍କୁ କ’ଣ କିଏ ମନା କରିଛି?

ନିର୍ବାଚନ ବୈତରଣୀ ପାର ପାଇଁ ଶାସକ ଦଳ ସବୁ ପ୍ରକାର ଷ୍ଟ୍ରାଟେଜି ଆପଣାଉଛି। ଏହି କ୍ରମରେ ସରକାରୀ ଯୋଜନା ହିସାବରେ ଯୋଡ଼ି ହୋଇଛି ‘ପିଠା’। ତେବେ ଏସବୁ ଯୋଜନାରୁ କେତେ ଲାଭ ମିଳିବ ତା’ ଉପରେ ନଜର ରହିବ।



from Odisha Reporter https://ift.tt/2G0BKMt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages