
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜି ଖେଳାଯାଇଥିବା ଭାରତ-ବେଲ୍ଜିୟମ ମ୍ୟାଚ୍୨-୨ରେ ଡ୍ର ରହିଛି। ଯଦିଓ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ତଥାପି ଏହାକୁ ବିଜୟରେ ରୂପାନ୍ତର କରିବାର ଆଶା ଆଶାରେ ରହିଯାଇଛି।
ଭାରତ ପାଇଁ ହରମନ୍ପ୍ରୀତ ସିଂହ ଏବଂ ସିମ୍ରନ୍ଜିତ୍ ସିଂହ ଗୋଟିଏ ଲେଖାଏ ଗୋଲ ଦେଇଥିବାବେଳେ ବେଲ୍ଜିୟମ୍ ପକ୍ଷରୁ ଆଲେକ୍ଜାଣ୍ଡର ହେଣ୍ଡ୍ରିକ୍ସ ଏବଂ ସିମନ୍ ଗଗ୍ନାର୍ଡ ଗୋଲ ଦେବାରେ ସଫଳ ହୋଇଥିଲେ।
ଭାରତ ପାଇଁ ପେନାଲ୍ଟି ଷ୍ଟ୍ରୋକ୍ର ସୁଯୋଗ ସୃଷ୍ଟି କରିପାରିଥିବା ବରୁନ୍ କୁମାର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ। ତାଙ୍କ ପ୍ରୟାସରୁ ମିଳିଥିବା ପେନାଲ୍ଟି ଷ୍ଟ୍ରୋକ୍ର ସୁଯୋଗରୁ ହରମନ୍ପ୍ରୀତ ଫାଇଦା ଉଠାଇ ଭାରତ ପାଇଁ ପ୍ରଥମ ଗୋଲ୍ ସ୍କୋର୍ କରିପାରିଥିଲେ। ଏହା ପୂର୍ବରୁ ହାଫ ଟାଇମ୍ ସୁଦ୍ଧା ବେଲ୍ଜିୟମ୍ ୧-୦ରେ ଆଗୁଆ ଥିଲା।

ଖେଳର ୩୬ ମିନିଟ୍ ପରେ ହରମନ୍ପ୍ରୀତ୍ ପେନାଲ୍ଟି କର୍ଣ୍ଣର ଜରିଆରେ ଗୋଲ ଦେବାର ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ବେଲ୍ଜିୟମ୍ର ଗୋଲକିପର୍ ଏହାକୁ ରୋକିବାରେ ସଫଳ ହୋଇଥିଲେ। ଏହା ପରେ ହରମନ୍ପ୍ରୀତ ପ୍ରଥମ ଗୋଲ୍ ଦେଇଥିଲେ। କ୍ୱାର୍ଟର ୩ ଶେଷ ହେବା ବେଳକୁ ଉଭୟ ୧-୧ରେ ସମାନ ସ୍ଥିତିରେ ଥିଲେ। ଏପରି ସ୍ଥିତିରେ ସିମ୍ରନ୍ପ୍ରୀତ୍ଙ୍କ ଗୋଲ୍ ଭାରତକୁ ଆଗୁଆ ରଖିଥିଲା।
କିନ୍ତୁ ଶେଷ କେଇ ମିନିଟ୍ ରୋମାଞ୍ଚକର ଥିଲା। ଭାରତ ବିଜୟ ଲକ୍ଷ୍ୟ ନେଇ ରକ୍ଷଣାତ୍ମକ ଖେଳ ଆରମ୍ଭ କରିଥିଲେ ହେଁ ମ୍ୟାଚ୍ର ୪୭ତମ ମିନିଟ୍ରେ ସିମନ୍ ଗୋଗ୍ନାର୍ଡଙ୍କ ଶଟକୁ ଭାରତର ଗୋଲକିପର ପିଆର ଶ୍ରୀଜେଶ ଅଟକାଇବାରେ ବିଫଳ ହୋଇଥିଲେ। ଏହି ଗୋଲ୍ ସହିତ ଦୁଇ ଦଳର ସ୍ଥିତି ୨-୨କୁ ଚାଲିଆସିଥିଲା। ଏହା ଖେଳ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା।
୮ ତାରିଖରେ ଭାରତ ତା’ର ଆଗାମୀ ମ୍ୟାଚ୍ କ୍ୟାନାଡା ବିପକ୍ଷରେ ଖେଳିବ।
from Odisha Reporter https://ift.tt/2QcYaPu
No comments:
Post a Comment