
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଛୋଟ ଛୋଟ ବୁଣାକାର ଓ ହସ୍ତଶିଳ୍ପୀଙ୍କ ହାତ ତିଆରି ସାମଗ୍ରୀକୁ ଦେଶ ତଥା ଦେଶ ବାହାରର କମ୍ପାନୀ ମାନେ ନିଜ ବ୍ରାଣ୍ଡ୍ ନେମ୍ ଲଗାଇ ଚଢ଼ା ଦରରେ ବିକ୍ରି କରୁଛନ୍ତି।
କିନ୍ତୁ ସେହି ସବୁ ବସ୍ତୁ ତଥା ସାମଗ୍ରୀକୁ ପ୍ରକୃତରେ ଯିଏ ତିଆରି କରୁଛି ସେମାନେ ମେଳା ମହୋତ୍ସବରେ ବିକ୍ରି କଲେ ଗ୍ରାହକ ତାହାକୁ ହେୟଜ୍ଞାନ କରୁଛନ୍ତି ଏବଂ ଉଚିତ ମୂଲ୍ୟ ଦେବାକୁ ବି ରାଜି ହେଉନାହାନ୍ତି।
ପ୍ରଦର୍ଶନୀରେ ସେଭଳି ସାମଗ୍ରୀର ଦାମ୍ ଯଥେଷ୍ଟ କମ ଥିଲେ ମଧ୍ୟ ତା ଉପରେ ମୁଲଚାଲ କରୁଛନ୍ତି। ଅଥଚ ବଡ଼ ବଡ଼ ଶୋ’ରୁମ୍ରେ ଶୋଭା ପାଉଥିବା ହସ୍ତଶିଳ୍ପୀଙ୍କ ସେହି ସାମଗ୍ରୀ କିଣିଲା ବେଳେ ଚଢ଼ା ଦାମ୍ ସହିତ ଟିକସ ମଧ୍ୟ ବିନା ମୂଲଚାଲରେ ଓ ଖୁସିରେ ପଇଠ କରିବାରେ କାର୍ପଣ୍ୟ କରୁନାହାନ୍ତି।
ଫ୍ୟାବ୍ ଇଣ୍ଡିଆ ଭଳି ନାଁ କରା ବ୍ରାଣ୍ଡ୍ ଓଡ଼ିଶାର ସବାଇ ଘାସରେ ତିଆରି ସାମଗ୍ରୀ କିଣିନେଇ ସେ ଜିନିଷକୁ ଢେର୍ ଚଢ଼ା ଦରରେ ଏହାର ଏକ୍ସକ୍ଲୁଶିଭ୍ ଆଉଟ୍ଲେଟ୍ରେ ବିକ୍ରି କରୁଛି। କିନ୍ତୁ ଏହି ଚାହିଦାର ପ୍ରକୃତ ଫାଇଦା ଯିଏ ପାଇବା କଥା, ସେ ପାଉ ନାହିଁ… ଦେଖନ୍ତୁ ଏହି ଭିଡିଓ।
from Odisha Reporter https://ift.tt/2FVO0hg
No comments:
Post a Comment