କେବଳ ବିରାଟ୍‌ ନୁହନ୍ତି, ଟିମ୍‌ ଇଣ୍ଡିଆର ସବୁ ବ୍ୟାଟସ୍‌ମ୍ୟାନଙ୍କ ପାଇଁ କଙ୍ଗାରୁ ଟିମ୍‌ କରିଛି ଏମିତି ଯୋଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

କେବଳ ବିରାଟ୍‌ ନୁହନ୍ତି, ଟିମ୍‌ ଇଣ୍ଡିଆର ସବୁ ବ୍ୟାଟସ୍‌ମ୍ୟାନଙ୍କ ପାଇଁ କଙ୍ଗାରୁ ଟିମ୍‌ କରିଛି ଏମିତି ଯୋଜନା

ଏଡିଲେଡ୍‌: ଆଉ ମାତ୍ର ଗୋଟିଏ ଦିନ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତୀକ୍ଷିତ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ। ଆସନ୍ତା ୬ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌ ଇଣ୍ଡିଆର ସବୁ ବ୍ୟାଟସ୍‌ମ୍ୟାନଙ୍କୁ ନିଜ ମାଟିରେ ମାତ୍ ଦେବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ପୂର୍ବରୁ କେବଳ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କୁ ରୋକିବାକୁ କଙ୍ଗାରୁ ଟିମ୍‌ର ବୋଲରମାନେ ଚିନ୍ତା କରୁଥିଲେ। କିନ୍ତୁ ଏବେ ଟିମ୍‌ର ସବୁ ବ୍ୟାଟସ୍‌ମ୍ୟାନଙ୍କ ଉପରେ ଲଗାମ ଲଗାଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏକଥା ଖୋଦ୍‌ ଟିମ୍‌ର ଅଲରାଉଣ୍ଡର ମିଚେଲ ମାର୍ଶ କହିଛନ୍ତି।

ସେ କହିଛନ୍ତି, ଅଷ୍ଟ୍ରେଲିଆ ମାଟିରେ କେବଳ ବିରାଟ୍‌ ନୁହନ୍ତି, ସବୁ ଭାରତୀୟ ବ୍ୟାଟସ୍‌ମ୍ୟାନଙ୍କ ପାଇଁ ଆମେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛୁ। ଆମେ ସମସ୍ତେ ଜାଣିଛୁ, ବିରାଟ୍‌ ଜଣେ ମହାନ କ୍ରିକେଟର। ସେ ଏକାକୀ ମ୍ୟାଚ୍‌ ଜିତାଇବାର କ୍ଷମତା ରଖିଛନ୍ତି। ତେଣୁ ବିରାଟ୍‌ଙ୍କୁ ଆଉଟ୍‌ କରିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଆମେ ଏକ ସ୍ୱତନ୍ତ୍ର ଯୋଜନା କରିଛୁ, ଆଶା ତା’ହା ସଫଳ ରୂପ ନେବ। କିନ୍ତୁ ଲୋକମାନେ ଯଦି ଭାବୁଛନ୍ତି ଆମେ କେବଳ ବିରାଟ୍‌ଙ୍କ କଥା ଚିନ୍ତା କରୁଛୁ, ତାହା ସଂପୂର୍ଣ୍ଣ ଭୁଲ। କାରଣ ଆମେ ସବୁ ଭାରତୀୟ ବ୍ୟାଟସ୍‌ମ୍ୟାନଙ୍କ ପାଇଁ ଯୋଜନା କରିଛୁ।”

ସେ ଆହୁରି କହୁଛନ୍ତି, ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ଅପ୍‌ରେ ଥିବା ଖେଳାଳିଙ୍କ ଅନୁଭବ ବେଶ କମ୍‌। କିନ୍ତୁ ଏହାର ଅର୍ଥ ନୁହେଁ ଆୟୋଜକ ଦଳ ଭାରତ ତୁଳନାରେ ଦୁର୍ବଳ ରହିଛି। ଆମେ ମିଳିତ ଭାବେ ସବୁ ଚ୍ୟାଲେଞ୍ଜର ମୁକାବିଲା କରିବୁ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2UeBMDF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages