
ମୁମ୍ବାଇ: ବିବାହ ପରେ ପରେ ସୋଶାଲ୍ ମିଡିଆରେ ପୁଣି ଚର୍ଚ୍ଚା ସୃଷ୍ଟି କରିଛନ୍ତି ଅଭିନେତା ରଣବୀର୍ ସିଂହ। ତେବେ ଏଥର ପତ୍ନୀ ଦୀପିକା ପାଦୁକୋନ୍ଙ୍କ ସହ ରିସେପ୍ସନ୍ ପାର୍ଟିରେ ଫଟୋ ପୋଜ୍ ଦେଇ ନୁହେଁ, ବରଂ ବିବାହ ପରେ ରୂପେଲି ପରଦାକୁ ତାଙ୍କ ଧମାକାଦାର୍ ଏଣ୍ଟ୍ରି ପାଇଁ। କଥା ହେଉଛି, ରଣବୀର୍ ସିଂହ ଅଭୀନିତ ରୋହିତ୍ ଶେଟ୍ଟୀଙ୍କ ଅପ୍କମିଂ ବଲିଉଡ୍ ଫିଲ୍ମ୍ ‘ସିମ୍ବା’ର ଟ୍ରେଲର୍ ଡିସେମ୍ବର ୨ରେ ରିଲିଜ୍ ହୋଇଛି। ରିଲିଜ୍ ହେବା ପରେ ‘ସିମ୍ବା’ ଟ୍ରେଲର୍ ସୋଶାଲ୍ ମିଡିଆରେ ଏକପ୍ରକାର ଧମାଲ୍ ସୃଷ୍ଟି କରିଛି।
ଫିଲ୍ମରେ ରଣବୀର୍ଙ୍କ ଗେଟ୍ଅପ୍, ଆକ୍ସନ୍ ଓ ଭୂମିକାକୁ ସୋଶାଲ୍ ମିଡିଆରେ ଫ୍ୟାନ୍ମାନଙ୍କ ଢେର୍ ଥମ୍ସ୍ଅପ୍ ମିଳୁଛି। ଫିଲ୍ମ୍ରେ ରଣବୀର୍ ସିଂହ ଏସିପି ସଂଗ୍ରାମ୍ ‘ସିମ୍ବା’ ଭାଲେରାଓ ଚରିତ୍ରରେ ଆସୁଛନ୍ତି।

ଏ ଯାଏ ‘ସିମ୍ବା’ର ଟ୍ରେଲର୍କୁ ସୋଶାଲ୍ ମିଡିଆରେ ୨କୋଟି ୧୭ଲକ୍ଷ ୫୩ ହଜାର ୫୩(୨୧, ୭୫୩,୦୫୩) ଥର ଦେଖା ସରିଲାଣି। ରୋହିତ୍ ସେଟ୍ଟୀଙ୍କ ଏହି ଫିଲ୍ମରେ ରଣବୀରଙ୍କ ବିପକ୍ଷରେ ଅନ୍ସ୍କ୍ରିନ୍ ରୋମାନ୍ସ୍ କରୁଛନ୍ତି ସୈଫ୍ ତନୟା ସାରା ଅଲ୍ଳୀ ଖାନ୍।

ଜଣେ ଦୁର୍ନୀତିଗ୍ରସ୍ତ ପୋଲିସ୍ ଅଧିକାରୀ କିପରି ମହିଳାଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ଶେଷରେ ବାଜିରେ ଲଗାଇ ଦେଉଛି, ତାହା ହିଁ ଫିଲ୍ମର କାହାଣୀରେ କୁହାଯାଇଛି। ରିଲାଏନ୍ସ୍ ଏଣ୍ଟରଟେନ୍ମେଣ୍ଟ୍, କରନ୍ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ ଏବଂ ରୋହିତ୍ ଶେଟ୍ଟୀ ପିକ୍ସର୍ଜ୍ର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଥିବା ଏହି ଫିଲ୍ମ ଡିସେମ୍ବର ୨୮ରେ ରିଲିଜ୍ ହେବାର ସମ୍ଭାବନା ରହିଛି।
ତେବେ ଏହି ଫିଲ୍ମରେ ବେଶ୍ କିଛି ଦିନର ବ୍ୟବଧାନ ପରେ ସୋନୁ ସୁଡ଼ଙ୍କୁ ନେଗେଟିଭ୍ ଚରିତ୍ରରେ ଦେଖିବାକୁ ମିଳିବ। ଫିଲ୍ମ୍ରେ ଆଶୁତୋଷ ରାଣା ମଧ୍ୟ ଅଛନ୍ତି। କୁହାଯାଉଛି, ତେଲୁଗୁ ଫିଲ୍ମ ‘ଟେମ୍ପର୍’ର କାହାଣୀର ଆଧାରଣ ନିର୍ମିତ ‘ସିମ୍ବା’ରେ କିଛିଟା ହିନ୍ଦୀ ଛୁଙ୍କ ମଧ୍ୟ ଦିଆଯାଇଛି।
ଏହା ସହ ଏଥିରେ ରୋହିତ୍ ଶେଟ୍ଟୀଙ୍କ ନିଆରା ଆଉ ସ୍ପେଶାଲ୍ ଟଚ୍ ମଧ୍ୟ ରହିଛି, ଯାହା ଫିଲ୍ମରେ ଅଧିକ ରୋମାଞ୍ଚ ଭରିଛିା ରୋହିତ୍ଙ୍କ ଫେଭରିଟ୍ ଅଜୟ ଦେବଗନ୍ଙ୍କୁ ମଧ୍ୟ ଏହି ଫିଲ୍ମ୍ରେ ଡିସିପି ସିଂଘମ୍ କ୍ୟାରେକ୍ଟର୍ରେ ଅତିଥି କଳାକାର ଭାବେ ଦେଖିବାକୁ ମିଳିଛି। ଯାହା କୁହାଯାଉଛି, ଅଜୟଙ୍କ ଏଣ୍ଟ୍ରି ଫିଲ୍ମ୍ର ପ୍ରାୟ ଶେଷକୁ କିନ୍ତୁ ଜବରଦସ୍ତ ଅନ୍ଦାଜରେ ହୋଇଛି।
OMG
they're carrying him
#SimmbaTrailer pic.twitter.com/vBbYUwTf5O
— #Simmba
ka Cafe
(@ranveercafe69) December 3, 2018
from Odisha Reporter https://ift.tt/2AR3TQt
they're carrying him 



ka Cafe
(@ranveercafe69)
No comments:
Post a Comment