ରାଶି ଅନୁସାରେ ଜାଣନ୍ତୁ କେଉଁ ଝିଅକୁ ମିଳିବ କେମିତି ଜୀବନସାଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ରାଶି ଅନୁସାରେ ଜାଣନ୍ତୁ କେଉଁ ଝିଅକୁ ମିଳିବ କେମିତି ଜୀବନସାଥୀ

vastu

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭଲ ଜୀବନସାଥୀଟିଏ ପାଇବାକୁ ସବୁ ଝିଅଙ୍କର ଇଚ୍ଛା। ସ୍ୱାମୀ ଏପରି ହେବା ଦରକାର ଯିଏ ତାଙ୍କର ସମ୍ମାନ କରିବା ସହିତ ତାଙ୍କୁ ଭଲ ପାଉଥିବ। ଏହାସହ ସାରା ଜୀବନ ଖୁସି ଖୁସିରେ ଏକାଠି ହୋଇ ରହି ପାରୁଥିବେ। ବାପା ମା’ ମଧ୍ୟ ନିଜ ଝିଅ ପାଇଁ ଯୋଗ୍ୟ ବରପାତ୍ର ଖୋଜିଥାନ୍ତି। ତେବେ ଭଲ ବରପାତ୍ର ଖୋଜିବା ପାଇଁ ଅଧିକାଂଶ ପିତାମାତା ଜ୍ୟୋତିଷ ଶାସ୍ତ୍ରର ସହାୟତା ନେଇଥାନ୍ତି।

ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ ଝିଅଙ୍କୁ କେଉଁ ପ୍ରକାରର ପୁଅ ମିଳିଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି।

ମେଷ: ଏହି ରାଶିର ଝିଅଙ୍କୁ ସୁନ୍ଦର ଏବଂ ଶିକ୍ଷିତ ବରପାତ୍ର ମିଳିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। କୁହାଯାଏ କି ଏମାନଙ୍କ ବର ଧାର୍ମିକ ସ୍ୱଭାବର ହୋଇଥାନ୍ତି।

ବୃଷ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ଝିଅଙ୍କୁ ଅପେକ୍ଷାକୃତ କମ୍‌ ଶିକ୍ଷିତ ବରପାତ୍ର ମିଳିଥାନ୍ତି। ଏମାନଙ୍କ ସ୍ୱାମୀଙ୍କୁ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡ଼ିଥାଏ।

ମିଥୁନ: ମିଥୁନ ରାଶିର ଝିଅଙ୍କୁ ଅହଂକାରୀ ସ୍ୱଭାବର ବରପାତ୍ର ମିଳିଥାଏ। ଏମାନେ କଥା କଥାରେ ରାଗିଥାନ୍ତି।

କର୍କଟ: ଏହି  ରାଶିର ଝିଅଙ୍କୁ ତାଙ୍କ ବହୁତ ସ୍ୱାମୀ ସମ୍ମାନ କରିଥାନ୍ତି। ଏହା ସହିତ ତାଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ ନ କଲେ କ୍ରୋଧ ମଧ୍ୟ କରିଥାନ୍ତି।

ସିଂହ: କୁହାଯାଏ କି ଏହି ରାଶିର ଝିଅଙ୍କୁ ସମ୍ମାନ ଦେଉଥିବା ସ୍ୱାମୀ ମିଳିଥାନ୍ତି। ଏହା ସହିତ ଏମାନଙ୍କ ସନ୍ତାନ ଜୀବନରେ ବହୁତ ଆଗକୁ ବଢ଼ିଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।

କନ୍ୟା: ଜ୍ୟୋତିଷ ଶାସ୍ତ୍ର ହିସାବରେ ଏହି ରାଶିର ଝିଅଙ୍କୁ ଚଞ୍ଚଳ ସ୍ୱଭାବର ସ୍ୱାମୀ ମିଳିଥାନ୍ତି। ଏମାନଙ୍କ ସ୍ୱାମୀ ‌ଆକର୍ଷଣୀୟ ହୋଇଥାନ୍ତି। ତେଣୁ କିଛି ସ୍ଥାନରେ ଏମାନଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ହୋଇଯାଇଥାଏ।

ତୁଳା: କୁହାଯାଏ କି ଏହି ରାଶିର ବ୍ୟକ୍ତିଙ୍କ ସ୍ୱାମୀ କଥା କଥାରେ ରାଗି ଯାଇଥାନ୍ତି। କିନ୍ତୁ ଏମାନେ ନିଜ ବୈବାହିକ ଜୀବନକୁ ନେଇ ଗମ୍ଭୀର ରହିଥାନ୍ତି। ସବୁ ବେଳେ ପରିବାର ଲୋକଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି।

ବିଛା: ଏହି ରାଶିର ଝିଅଙ୍କ ସ୍ୱାମୀ ଭଲ କଥା କହିବା ଜାଣିଥାନ୍ତି। ଏହା ସହିତ ଏମାନେ ଅଧିକ ରୋମାଣ୍ଟିକ ହୋଇଥାନ୍ତି। ଏମାନଙ୍କ ଦାମ୍ପତ୍ୟ ଜୀବନ ବେଶ ହସଖୁସିରେ କଟିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।

ଧନୁ: ଏହି ରାଶିର ଝିଅଙ୍କୁ ଭାଗ୍ୟଶାଳୀ ସ୍ୱାମୀ ମିଳିଥାନ୍ତି। ଏହି ସହିତ ଏମାନେ ସର୍ବଦା ନିଜ ସ୍ତ୍ରୀର କଥାକୁ ଶୁଣିଥାନ୍ତି।

ମକର: ଏହି ରାଶିର ଝିଅଙ୍କୁ ମଧୁର ସ୍ୱଭାବର ସ୍ୱାମୀ ମିଳିଥାନ୍ତି। ଯେଉଁମାନଙ୍କ ପାଖରେ ଅତି ଖରାପ ସମୟକୁ ସମ୍ନା କରିବାର କ୍ଷମତା ରହିଥାଏ।

କୁମ୍ଭ: ଏହି ରାଶିର ଝିଅଙ୍କ ସ୍ୱାମୀ ନରମ ସ୍ୱଭାବର ହୋଇଥାନ୍ତି। ଏମାନେ ଏକା ରହିବା ପାଇଁ ଅଧିକ ପସନ୍ଦ କରିଥାନ୍ତି।

ମୀନ: ଏମାନଙ୍କୁ ସୁନ୍ଦର ଓ ନରମ ସ୍ୱଭାବର ସ୍ୱାମୀ ମିଳିଥାନ୍ତି। କେବେ ବି ଆର୍ଥିକ ସମସ୍ୟା ଉପୁଜି ନଥାଏ। ହସଖୁସିରେ ଏମାନଙ୍କ ଦିନ କଟିଥାଏ।



from Odisha Reporter http://bit.ly/2GM6uBr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages