କଠୋର ହେଲା ପୋକ୍ସୋ ଆଇନ୍‌: ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

କଠୋର ହେଲା ପୋକ୍ସୋ ଆଇନ୍‌: ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: ନାବାଳିକା ଏବଂ ନାବାଳକଙ୍କ ବିରୋଧରେ ଘଟୁଥିବା ଜଘନ୍ୟ ଅପରାଧକୁ ରୋକିବା ପାଇଁ କେନ୍ଦ୍ର ସରକାର ପୋକ୍ସୋ ଆଇନ୍‌କୁ ଅଧିକ କଠୋର କରିଛନ୍ତି। ଏଣିକି ୧୨ ବର୍ଷ ବୟସରୁ କମ୍‌ (ଉଭୟ ନାବାଳିକା ଏବଂ ନାବାଳକ) ବୟସ୍କ ଶିଶୁଙ୍କୁ ଦୁଷ୍କର୍ମ ଓ ହତ୍ୟା କରୁଥିବା ଅପରାଧୀଙ୍କୁ ଆଇଜୀବନ ନୁହେଁ ବରଂ ଫାଶୀ ଦଣ୍ଡ ମିଳିବ। ଏଥିପାଇଁ କେନ୍ଦ୍ର ସରକାର ପ୍ରଚଳିତ ପୋକ୍ସୋ ଆଇନ୍‌ରେ ସଂଶୋଧନ କରିବା ସହ ଏହାକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛନ୍ତି।

କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ “ ପୋକ୍ସୋ ଆଇନ୍‌ରେ ସଂଶୋଧନ କରାଯାଇ ଏବେ ଜଘନ୍ୟ ଅପରାଧୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବ। ଏହି ଆଇନ୍‌ ଶିଶୁ ଶୋଷଣକୁ ରୋକି ପାରିବ। ଶିଶୁଙ୍କ ବିରୋଧରେ ହେଉଥିବା ଯୌନ ଅପରାଧକୁ ରୋକିବା ପାଇଁ ଏଭଳି ଆଇନ୍‌ ଜରୁରୀ ଥିଲା। ସେହିପରି ପୋକ୍ସୋ ଆଇନ୍‌ର ଧାରାରେ ଆଗକୁ ଆହୁରି ପରିବର୍ତ୍ତନ କରାଯିବ। ସରକାର ଏସମ୍ପର୍କରେ ଆଲୋଚନା ଜାରି ରଖିଛନ୍ତି।”

ଆଇନ୍‌ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଶିଶୁ ମାନଙ୍କୁ ଯୌନ ଶୋଷଣରୁ ସୁରକ୍ଷା ଦେବା ପାଇଁ ୨୦୧୨ରେ ପୋକ୍ସୋ ଆଇନ୍‌ ପ୍ରଣୟନ କରାଯାଇଥିଲା। ପୂର୍ବରୁ ଏପ୍ରିଲ ମାସରେ ପୋକ୍ସୋ ଆଇନ୍‌ରେ ସଂଶୋଧନ କରାଯାଇ ଏକ ଅଧ୍ୟାଦେଶ ଜାରି କରାଯାଇଥିଲା। ଯେଉଁଥିରେ ୧୨ ବର୍ଷରୁ କମ୍‌ ବୟର ଶିଶୁଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ପାଇଁ ମୃତ୍ୟଦଣ୍ଡ ଏବଂ ୧୬ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କୁ ଦୁଷ୍କର୍ମ କଲେ ଅପରାଧୀକୁ ଆଇଜୀବନ ଜେଲଦଣ୍ଡର ବ୍ୟବସ୍ଥା କରାଯାଇଥିଲା। ଏବେ ପୋକ୍ସୋ ଆଇନ୍‌ର ଧାରା ୪,୫ ଓ ୬ରେ ସଂଶୋଧନ କରାଯିବ ବୋଲି ସେ କହିଛନ୍ତି।



from Odisha Reporter http://bit.ly/2EWKbXU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages