୨୨ ଲକ୍ଷର ‘ବଜ୍ରକାପ୍ତା’ ଡିଲ୍‌, ଜାଲରେ ପଡ଼ିଲେ ୪ ଶିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

୨୨ ଲକ୍ଷର ‘ବଜ୍ରକାପ୍ତା’ ଡିଲ୍‌, ଜାଲରେ ପଡ଼ିଲେ ୪ ଶିକାରୀ

ବାରିପଦା (ମାଣିକଲାଲ ପାଣି): ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ଲୋକେ ବଜ୍ରକାପ୍ତାର ହାଡ଼ ଓ କାତିକୁ ବିଭିନ୍ନ ଅଣ ବୈଜ୍ଞାନିକ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ନିର୍ଦ୍ଦିଷ୍ଟ ଔଷଧୀୟ ଗୁଣ ନଥାଇ ମଧ୍ୟ କେହି କେହି ଏଥିରୁ ତେଲ ବାହାର କରି ଔଷଧ ରୂପେ ବ୍ୟବହାର କରୁଛନ୍ତି। ସେଥିପାଇଁ ପ୍ରତିବର୍ଷ ଶହଶହ ବଜ୍ରକାପ୍ତାଙ୍କୁ ଶିକାର କରାଯାଉଛି। ଏହାର ଚେର୍‌ ଶିମିଳିପାଳ କୋର୍‌ ଅଞ୍ଚଳରୁ କଲିକତା ଦେଇ ବିଦେଶକୁ ଲମ୍ୱିଛି। ଏହାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ। ଏହି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ୪ ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗରୁ ଜଣାପଡ଼ିଛି, ଶିମିଳିପାଳ ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଆଦିବାସୀମାନେ ହିଁ ବଜ୍ରକାପ୍ତା ଶିକାର କରୁଛନ୍ତି। ପରବର୍ତ୍ତୀ ସମୟରେ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରହୁଥିବା ଦଲାଲ୍‌ମାନେ ସେମାନଙ୍କଠାରୁ ବଜ୍ରକାପ୍ତାର କାତି ଓ ହାଡ଼ ସଂଗ୍ରହ କରୁଛନ୍ତି। ଏଥିପାଇଁ ସେମାନେ ୫ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଶିକାରୀଙ୍କୁ ଦେଉଛନ୍ତି। ପରେ ସେହି ହାଡ଼ ଓ କାତିକୁ କଲିକତା ଦେଇ ମାଲେସିଆ, ଇଣ୍ଡୋନେସିଆ ଓ ଥାଇଲାଣ୍ଡକୁ ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି। ଏଥିରେ ଦଲାଲମାନେ ମାଲାମାଲ ହେଉଛନ୍ତି। ଏହି ବେପାର ପାଇଁ ଲକ୍ଷାଧିକ ଟଙ୍କାର ଡିଲ୍‌ ହେଉଥିବା କୁହାଯାଉଛି।

ଏନେଇ ଅଭିଯୋଗ ହେବା ପରେ ବଜ୍ରକାପ୍ତା ଦଲାଲଙ୍କୁ ଗିରଫ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଏକ ଜାଲ ବିଛାଇଥିଲା। ଯୋଜନା ମୁତାବକ ୨୨ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା। ଗତକାଲି ବିଳମ୍ୱିତ ରାତିରେ ୪ ଜଣ ଦଲାଲ୍‌ ଆସୁଥିବା ବେଳେ ସେମାନଙ୍କୁ ଗିରଫ କରିଥିଲା କ୍ରାଇମ୍‌ବ୍ରାଞ୍ଚ। ଏଥିସହ ଗୋଟିଏ ମାଆ ବଜ୍ରକାପ୍ତା ସହ ଛୁଆ ବଜ୍ରକାପ୍ତାଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି।

ଏଥିରେ ବିଦେଶ ଲିଙ୍କ୍ ଥିବା ନେଇ ସନ୍ଦେହ କରାଯାଉଥିବାରୁ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କ୍ରାଇମବ୍ରାଞ୍ଚ ଏସ୍‌ ସତ୍ୟଜିତ ନାୟକ କହିଛନ୍ତି।

ଗତବର୍ଷ କପ୍ତିପଦା ରେଞ୍ଜ ପୁରୁଣାପାଣି ଗାଁରୁ ବଜ୍ରକାପ୍ତା କାତି ଓ କଲରାପତରିଆ ବାଘ ଛାଲ ଜବତ ହୋଇଥିଲା। ଏହି ଘଟଣାର ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏହା ପରେ ଏଠାରେ ଏକ ରାକେଟ୍ ଚାଲିଥିବା ଅନୁମାନ କରି ବନବିଭାଗ ଓ କ୍ରାଇମ୍‌ବ୍ରାଞ୍ଚ ଶିକାରୀଙ୍କ ଗତିବିଧି ଉପରେ ନଜର ରଖିଥିଲା।



from Odisha Reporter https://ift.tt/2QFxjux

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages