
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବୁଲନ୍ଦଶହରରେ ଗୋ-ମୃତ୍ୟୁକୁ ନେଇ ସୃଷ୍ଟି ହୋଇଥିବା ଦଙ୍ଗାରେ ଲୋକମାନେ ଜଣେ ପୁଲିସ୍ ଅଫିସରଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏଥିସହ ଘଟଣାକୁ ନେଇ ସଂଘର୍ଷ ଘଟିବାରୁ ଜଣେ ସାଧାରଣ ଯୁବକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ହେଲେ ଏହି ଘଟଣାକୁ ଏକ ଦୁର୍ଘଟଣା ଏବଂ ଉତ୍ତର ପ୍ରଦେଶରେ କୌଣସି ପ୍ରକାରର ‘ମବ୍ ଲିନଚିଙ୍ଗ’ ହୋଇନାହିଁ ବୋଲି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।
ଦି ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ଖବର ଅନୁଯାୟୀ ଯୋଗୀ କହିଛନ୍ତି, “ ଉତ୍ତର ପ୍ରଦେଶରେ କୌଣସି ପ୍ରକାରର ମବ୍ ଲିନ୍ଚିଙ୍ଗ ଘଟଣା ଘଟିନାହିଁ। ତେବେ ବୁଲନ୍ଦଶହରରେ ଯାହା ଘଟିଲା, ସେଇଟା କେବଳ ଏକ ଦୁର୍ଘଟଣା ଥିଲା। ଏହି ଦୁର୍ଘଟଣା ଉପରେ ଆଇନ୍ ତା’ ବାଟରେ କାର୍ଯ୍ୟ କରୁଛି। କୌଣସି ଦୋଷୀଙ୍କୁ ଛଡ଼ା ଯିବନାହିଁ। ପୂରା ଉତ୍ତର ପ୍ରଦେଶରେ ବେଆଇନ୍ କଂସେଇଖାନା ବ୍ୟାନ୍ ହୋଇଛି। ତଥାପି କେମିତି ଗୋ-ହତ୍ୟା ହେଲା, ତା’ର ଉତ୍ତର ଡିଏମ୍ ଏବଂ ଏସ୍ପି ଦେବେ।”
ଗତ ସୋମବାର ବୁଲନ୍ଦଶହରରେ ୨୫ଟି ଗାଈଙ୍କ ମୃତଦେହ ମିଳିଥିଲା। ଏହାକୁ ନେଇ ସାଧାରଣ ଲୋକ ପୁଲିସ୍ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କ ମୃତ୍ୟୁ ଘଟିଥିଲା।
from Odisha Reporter https://ift.tt/2SEfPMJ
No comments:
Post a Comment