ଶୁକ୍ରାଣୁ ଦାନର ସିକ୍ରେଟ୍‌ କହିଲେ ଆୟୁଷ୍ମାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ଶୁକ୍ରାଣୁ ଦାନର ସିକ୍ରେଟ୍‌ କହିଲେ ଆୟୁଷ୍ମାନ୍‌

ମୁମ୍ୱାଇ:ବଲିଉଡ୍‌ରେ ଆୟୁଷ୍ମାନ୍‌ ଖୁରାନା ହେଉଛନ୍ତି ଜଣେ ବହୁମୁଖୀ ପ୍ରତିଭାର ଅଭିନେତା। ସବୁ ପ୍ରକାର ଚରିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ମନକୁ ଜିତି ପାରିଛନ୍ତି। ଯେଉଁ ସମୟରେ ଆମିର୍‌ ଖାନ୍‌ ଓ ସଲ୍‌ମାନ୍‌ ଖାନ୍‌ଙ୍କ ପରି ଅଭିନେତାଙ୍କର ଫିଲ୍ମ ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଛି, ସେହି ସମୟରେ ଆୟୁଷ୍ମାନ୍‌ଙ୍କ ଅଭିନୀତ ଫିଲ୍ମ ହିଟ୍‌ ହୋଇଛି। ‘ବଧାଇ ହୋ’ ଏବଂ ‘ଅନ୍ଧାଧୁନ୍‌’ରେ ଆୟୁଷ୍ମାନ୍‌ଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଫିଲ୍ମ ଦୁଇଟି ବକ୍ସ ଅଫିସ୍‌ରେ ଜବରଦସ୍ତ ହିଟ୍‌ କରିଥିଲା।

ଗୋଟିଏ ଛୋଟ ସହରରୁ ଆସିଥିବା ଆୟୁଷ୍ମାନ୍‌ ଖୁରାନା ଏକ ବଡ଼ ଆଶା ନେଇ ବଲିଉଡ୍‌କୁ ଏଣ୍ଟ୍ରି କରିଥିଲେ। ସଫଳତାର ପାହାଚ ଛୁଇଁପାରିଥିବା ଆୟୁଷ୍ମାନ୍‌ ବର୍ତ୍ତମାନ ନାମିଦାମି ଅଭିନେତାଙ୍କ ମଧ୍ୟରୁ ଜଣେ ହୋଇ ପାରିଛନ୍ତି। ୨୦୧୨ରେ ହୋଇଥିବା ଆୟୁଷ୍ମାନ୍‌ଙ୍କ ଫିଲ୍ମ ‘ବିକି ଡୋନ୍‌ର’କୁ କିଏ ବା ଭୁଲି ପାରିବ। ଯାହା ଦର୍ଶକଙ୍କ ମନ ଜିଣିନେଇ ଥିଲା। ଯେଉଁ ଫିଲ୍ମକରେ ତାଙ୍କୁ ସ୍ପର୍ମ (ଶୁକ୍ରାଣୁ) ଡୋନେଟ୍‌ କରୁଥିବାର ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କର ଅଭିନୟ ଓ ସ୍ୱର ପାଇଁ ଫିଲ୍ମଟି ସଫଳତା ପାଇଥିଲା।

ନିକଟରେ ଆୟୁଷ୍ମାନ୍‌ଙ୍କୁ କରନ୍‌ ଜୋହର୍‌ଙ୍କ ଶୋ’ ‘କଫି ଉଇଥ୍‌ କରନ୍‌’ରେ ଦେଖିବାକୁ ମିଳିଥିଲା। ଯେଉଁଥିରେ ସେ ଅଭିନେତା ବିକି କୌଶଲ୍‌ଙ୍କ ସହିତ ଶୋ’କୁ ଯାଇଥିଲେ। କରନ୍‌ ଆୟୁଷ୍ମାନ୍‌ ଖୁରାନାଙ୍କୁ ‘ବିକି ଡୋନର୍‌’ ଫିଲ୍ମ ବିଷୟରେ ପ୍ରଶ୍ନ କରିଥିଲେ। ପ୍ରକୃତରେ ଏହି ପିଲ୍ମ ପାଇଁ ବିବେକ ଓବ୍‌ରଏ ଓ ସର୍‌ମନ୍‌ ଯୋଶୀଙ୍କୁ ପସନ୍ଦ କରାଯାଇଥିଲା ବୋଲି ଆୟୁଷ୍ମାନ୍‌ କହିଥିଲେ। କିନ୍ତୁ କୌଣସି କାରଣରୁ ସେମାନେ ଏହି ପିଲ୍ମ କରିବାକୁ ମନା କରି ଦେଇଥିଲେ।ଏହାପରେ ଆୟୁଷ୍ମାନ୍‌ ଖୁରାନାଙ୍କୁ ଏହି ଫିଲ୍ମ ପାଇଁ ନିଆ ଯାଇଥିଲା। ଶୋ’ରେ କରନ୍‌ ଆୟୁଷ୍ମାନ୍‌ଙ୍କୁ ସ୍ପର୍ମ ଡୋନେଟ୍‌ ବିଷୟରେ ପଚାରିଥିଲେ। କହିଥିଲେ ଫିଲ୍ମରେ ସିନା ସ୍ପର୍ମ ଡୋନେଟ୍ ସମ୍ପର୍କିତ କଥାବସ୍ତୁ ରହିଛି। ହେଲେ କେବେ ରିଏଲ ଲାଇଫ୍‌ରେ ସ୍ପର୍ମ ଡୋନେଟ୍ କରିଛନ୍ତି କି? ଉତ୍ତରରେ ହଁ ଭରିଥିଲେ ଆୟୁଷ୍ମାନ୍‌।

ସେ ଆହୁରି କହିଛନ୍ତି ଯେ,ଯେବେ ସେ ‘ବିକି ଡୋନର୍‌’ ଫିଲ୍ମର ନିର୍ଦ୍ଦେଶକ ସୁଜିତ୍‌ ସିର୍‌କର୍‌ଙ୍କୁ ବାସ୍ତବ ଜୀବନରେ ସ୍ପର୍ମ ଡୋନେଟ୍‌ କରିଛନ୍ତି ବୋଲି କହିଥିଲେ, ଏହା ଶୁଣି ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଥିଲେ। ଆଉ ଚେୟାର୍‌ରୁ ପଡ଼ି ଯାଇଥିଲେ।ଏହି କଥାକୁ ଆୟୁଷ୍ମାନ୍‌ କରନ୍‌ଙ୍କ ଶୋରେ ସ୍ୱୀକାର କରିଛନ୍ତି। ଆହୁରି ମଧ୍ୟ ନିକଟରେ ହୋଇଥିବା ଏକ ଇଣ୍ଟର୍‌ଭ୍ୟୁରେ ଆୟୁଷ୍ମାନ୍‌ କହିଥିଲେ, ‘ସେ ଜଣେ ରିଏଲ୍ ସ୍ପର୍ମ ଡୋନର୍‌’ ଏବଂ ସେ ୨୦୦୪ରେ ଥରେ ସ୍ପର୍ମ ଡୋନେଟ୍‌ କରିଥିଲେ।



from Odisha Reporter https://ift.tt/2EpxPHj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages