ଘରେ ପ୍ରସ୍ତୁତ କରନ୍ତୁ ‘ପାଳଙ୍ଗ ତଡ଼କା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ଘରେ ପ୍ରସ୍ତୁତ କରନ୍ତୁ ‘ପାଳଙ୍ଗ ତଡ଼କା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପାଳଙ୍ଗ ଶାଗ ଶରୀର ପାଇଁ ବେଶ୍ ଉପାଦେୟ। ପାଳଙ୍ଗକୁ ନେଇ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ସମ୍ପର୍କରେ ଆପଣ ନିଶ୍ଚୟ ଜାଣିଥିବେ। ତେବେ ଆଜି ଆମେ ଆପଣଙ୍କୁ ‘ପାଳଙ୍ଗ ତଡ଼କା’ କିପରି ଘରେ ତିଆରି କରିବେ, ସେ ସମ୍ପର୍କରେ କହିବୁ।

ଆବଶ୍ୟକ ସାମଗ୍ରୀ: ପାଳଙ୍ଗ ଶାଗ, ବୁଟ ଡାଲି, ମୁଗ ଡାଲି, ଟମାଟୋ, କଞ୍ଚା ଲଙ୍କା, ଘିଅ, ଧନିଆ ପତ୍ର, ହେଙ୍ଗୁ, ଜିରା, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଅଦା ପେଷ୍ଟ, ଗରମ ମସଲା ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଆବଶ୍ୟକ ଅନୁସାରେ ବୁଟ ଡାଲିକୁ ପାଣିରେ ବତୁରାଇ ଦିଅନ୍ତୁ। ପରେ ମୁଗ ଡାଲିକୁ ଧୋଇ ପ୍ରେସର କୁକର୍‌ରେ ପକାନ୍ତୁ। ଏଥିରେ ମଧ୍ୟ ପୂର୍ବରୁ ବତୁରା ଯାଇଥିବା ବୁଟ ଡାଲି ସହ ହଳଦି ଗୁଣ୍ଡ ଓ ଲୁଣକୁ ଏକାଠି ପ୍ରେସର୍‌ କୁକର୍‌ରେ ପକାଇ ସିଝାନ୍ତୁ।

ଏବେ କଡ଼େଇରେ ଅଳ୍ପ ଘିଅ ଗରମ କରନ୍ତୁ। ଏଥିରେ ଜିରା, ହେଙ୍ଗୁ, ଧନିଆ ଗୁଣ୍ଡ, ହଳଦି ଗୁଣ୍ଡ ଓ ଅଦା ପେଷ୍ଟ୍‌ ପକାଇ ଭଲ ଭାବେ କଷନ୍ତୁ। ପରେ ଟମାଟୋ ଏବଂ କଞ୍ଚା ଲଙ୍କାକୁ ଗ୍ରାଇଣ୍ଡିଂ କରି ସେହି ପେଷ୍ଟ୍‌କୁ କଡ଼େଇରେ ପ୍ରସ୍ତୁତ ହେଉଥିବା ମସଲାରେ ପକାଇ ଆହୁରି କଷନ୍ତୁ। ଏଥିରେ ଟିକେ ଲଙ୍କା ଗୁଣ୍ଡ ମଧ୍ୟ ପକାନ୍ତୁ।

ମସଲା ହୋଇଯିବା ପରେ ସେଥିରେ ପାଳଙ୍ଗ ଶାଗକୁ କାଟି ପକାନ୍ତୁ। ଏଥିରେ ସ୍ୱାଦ ଅନୁସାରେ ଲୁଣ ଓ ଗରମ ମସଲା ପକାଇ ଗୋଳାନ୍ତୁ। ଏହାପରେ ସିଝି ଯାଇଥିବା ଡାଲିକୁ ଆଣି ମସଲା ପ୍ରସ୍ତୁତ ଥିବା କଡେଇରେ ପକାଇ ଆଉ ଟିକେ କଷନ୍ତୁ।

ଏବେ ଅନ୍ୟ ଏକ କଡ଼େଇରେ ଆଉ ଟିକେ ଘିଅ ଗରମ କରି ସେଥିରେ ଜିରା ଏବଂ ଶୁଖିଲା ଲଙ୍କାକୁ ଭାଜି ପାଳଙ୍ଗ ତଡ଼କାରେ ଛୁଙ୍କ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ପାଳଙ୍ଗ ତଡ଼କା’। ଏହାକୁ ଚୁଲିରୁ କାଢିବା ପରେ ସେଥିରେ କଟା ଧନିଆ ପତ୍ର ପକାନ୍ତୁ ଏବଂ ରୁଟି ସହ ଗରମା ଗରମ ପରଷନ୍ତୁ ‘ପାଳଙ୍ଗ ତଡ଼କା’।



from Odisha Reporter https://ift.tt/2S9qCi9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages