ମଧ୍ୟପ୍ରଦେଶ ପ୍ରଭାରୀ ପଦରୁ ହଟିଲେ ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ମଧ୍ୟପ୍ରଦେଶ ପ୍ରଭାରୀ ପଦରୁ ହଟିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ସାଧାରଣ ନିର୍ବାଚନ ଥିବାରୁ କେନ୍ଦ୍ର ଶାସନରେ ଥିବା ବିଜେପି, ସାଙ୍ଗଠନିକସ୍ତରରେ କିଛିଟା ପରିବର୍ତ୍ତନ କରିଛି। ଏହି ମର୍ମରେ ଆଜି ବିଜେପି ପକ୍ଷରୁ ୧୮ ରାଜ୍ୟରେ ପ୍ରଭାରୀ ଓ ସହପ୍ରଭାରୀ ତାଲିକା ପ୍ରକାଶ ପାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ଅଧ୍ୟକ୍ଷତାରେ ପ୍ରକାଶ ପାଇଥିବା ତାଲିକାଟି, ବିଜେପି ପାର୍ଟି ଅଫିସ୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ତେବେ ନବନିଯୁକ୍ତ ପ୍ରଭାରୀ ତାଲିକାରେ ମଧ୍ୟପ୍ରଦେଶ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନା ନାହିଁ। ତାଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି।

ଧର୍ମେନ୍ଦ୍ରଙ୍କ ସ୍ଥାନରେ ଯଥାକ୍ରମେ ସ୍ୱତନ୍ତ୍ରଦେବ ସିଂହ ଏବଂ ସତୀଶ ଉପାଧ୍ୟାୟଙ୍କୁ ପ୍ରଭାରୀ ଓ ସହପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି। ଉତ୍ତରପ୍ରଦେଶ ସରକାରରେ ସ୍ୱତନ୍ତ୍ରଦେବ ସିଂହ ଏବେ ମନ୍ତ୍ରୀ ଅଛନ୍ତି। ସେହିପରି ସତୀଶ ଉପାଧ୍ୟାୟ ପୂର୍ବରୁ ଦିଲ୍ଲୀ ବିଜେପି ୟୁନିଟ୍‌ର ସଭାପତି ଥିଲେ। ହାଲିହାଲି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି, ଯେଉଁଥିରେ କି ବିଜେପି ଶୋଚନୀୟ ଭାବେ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ପରେ ସଂଗଠନ ସ୍ତରରେ ଏମିତି ଅଦଳବଦଳ କରାଯାଇଥିବା ଚର୍ଚ୍ଚା ହେଉଛି।

ଏହି ୫ ରାଜ୍ୟର ନିର୍ବାଚନକୁ ଆଖି ଆଗରେ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟପ୍ରଦେଶର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଥିଲା। ହେଲେ ଏହି ନିର୍ବାଚନରେ ମଧ୍ୟପ୍ରଦେଶରେ ବିଜେପିକୁ ହରାଇ କଂଗ୍ରେସ କ୍ଷମତାକୁ ଫେରିଛି। ଧର୍ମେନ୍ଦ୍ର ଏବେ ମଧ୍ୟପ୍ରଦେଶରୁ ପ୍ରତିନିଧିତ୍ୱ କରି ରାଜ୍ୟସଭା ସଦସ୍ୟ ଅଛନ୍ତି ଓ କେନ୍ଦ୍ରରେ ପେଟ୍ରୋଲିୟମ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଅଛନ୍ତି।



from Odisha Reporter http://bit.ly/2Q21OGP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages