
ନୂଆଦିଲ୍ଲୀ: ପାକିସ୍ତାନର କୋହତ୍ କେନ୍ଦ୍ରୀୟ ଜେଲ୍ରେ ବନ୍ଦୀ ଥିବା ଭାରତୀୟ ହମିଦ୍ ଅନ୍ସାରୀ ଦୀର୍ଘ ୬ ବର୍ଷ ପରେ ସୋମବାର ଡିସେମ୍ବର ୧୭ ତାରିଖ ଦିନ ମୁକ୍ତି ପାଇଛନ୍ତି। ତାଙ୍କୁ ମୁକ୍ତ କରିବାର ସମସ୍ତ ପ୍ରକ୍ରିୟା ମାସେ ଭିତରେ ପୂରଣ କରିବାକୁ ପାକିସ୍ତାନର ପେଶୱାର୍ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପରେ ତାଙ୍କୁ ମୁକ୍ତି ମିଳିଥିବା ଜଣାଯାଇଛି।
ପାକିସ୍ତାନ ବୈଦୈଶିକ କାର୍ଯ୍ୟାଳୟର ମୁଖପାତ୍ର ମହମ୍ମଦ ଫୈଜଲ୍ କହିବା ଅନୁଯାୟୀ, “ସେ ଜଣେ ଭାରତୀୟ ଗୁଇନ୍ଦା ଯେ କି ବେଆଇନ ଭାବରେ ପାକିସ୍ତାନ ପଶିଆସିଥିଲେ। ସେ କାଗଜପତ୍ର ଜାଲ୍ କରିବା ଏବଂ ରାଷ୍ଟ୍ରଦ୍ରୋହୀ ଅପରାଧରେ ଅଭିଯୁକ୍ତ ଥିଲେ। ତାଙ୍କର ଦଣ୍ଡବିଧାନ ଅବଧି ସରିଯାଇଥିବାରୁ ତାଙ୍କୁ ଛାଡ଼ିଦିଆଗଲା।”
୨୦୧୫ ମସିହା ଡିସେମ୍ବର ୧୫ରେ ସେ ନକଲି ପାକିସ୍ତାନୀ ପରିଚୟ ପତ୍ର ରଖିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେ ଆଫଗାନିସ୍ତାନପଟୁ ପାକିସ୍ତାନ ପ୍ରବେଶ କରିଥିଲେ ଏବଂ ପାକିସ୍ତନର ଜଣେ ଝିଅ ସହିତ ଅନ୍ଲାଇନ୍ରେ ବନ୍ଧୁତା ସ୍ଥାପନ କରିବାପରେ ତାଙ୍କୁ ଭେଟିବାକୁ ଯାଇଥିବା ଚର୍ଚ୍ଚା ହୋଇଥିଲା।
ଯଦିଓ ତାଙ୍କର ଜେଲ୍ଦଣ୍ଡ ଅବଧି ସରିଯାଇଥିଲା କାଗଜପତ୍ର ସମସ୍ୟା କାରଣରୁ ସେ ବାହାରିବା ସମ୍ଭବ ହେଉନଥିଲା। ଏହାପରେ ପେଶୱାର ଉଚ୍ଚ ନ୍ୟାୟାଳୟ ହସ୍ତକ୍ଷେପ କରି ସରକାରଙ୍କୁ ଏକ ମାସ ସମୟ ଦେଇଥିଲେ।
ହମିଦ୍ ସେହି ୧୧ ଜଣଙ୍କ ମଧ୍ୟରୁ ଜଣେ ଯେଉଁମାନେ ଜେଲ୍ ଦଣ୍ଡ ଅବଧି ସରିବା ପରେ ମଧ୍ୟ ମୁକ୍ତି ପାଇପାରିନାହାନ୍ତି। ଭାରତୀୟ ଅଧିକାରୀମାନେ ସେମାନଙ୍କ ପରିଚୟ ନିଶ୍ଚିତ କରିବାପରେ ମଧ୍ୟ ସେମାନଙ୍କ ମୁକ୍ତି ସମ୍ଭବ ହୋଇପାରିନାହିଁ।
from Odisha Reporter https://ift.tt/2GmUlCA
No comments:
Post a Comment