ବ୍ୟାଙ୍କରୁ ୮୪ଲକ୍ଷ ଟଙ୍କା ଚୋରି କରି ନେଇଗଲେ ଏସ୍‌ବିଆଇ ମ୍ୟାନେଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ବ୍ୟାଙ୍କରୁ ୮୪ଲକ୍ଷ ଟଙ୍କା ଚୋରି କରି ନେଇଗଲେ ଏସ୍‌ବିଆଇ ମ୍ୟାନେଜର

କୋଲକାତା: ବ୍ୟାଙ୍କରେ ଆମେ ପଇସା ରଖୁ। ଭାବୁ ଏଠି ଆମ ଅର୍ଥ ସୁରକ୍ଷିତ ରହିବ। ବ୍ୟାଙ୍କ ଉପରେ ଥାଏ ଆମର ସମ୍ପୁର୍ଣ୍ଣ ଭରସା। କିନ୍ତୁ ଥରେ ଭାବିଲେ ଯଦି ବ୍ୟାଙ୍କ୍‌ବାଲା ଚୋରି କରନ୍ତି, ତା ହେଲେ ଅବସ୍ଥା କ’ଣ ହେବ ?

କଥାରେ କୁହନ୍ତିନି, ‘ବାଡ଼ ଯଦି ଫସଲ ଖାଇବ ତେବେ ଦୋଷ ଦେବ କାହାକୁ।

ଠିକ୍‌ ସେମିତି ପରିସ୍ଥିତି ଉପୂଜିବ।

ଉପୁଜିବ କ’ଣ ଆଜ୍ଞା, ଉପୁଜିଛି।

କଲିକତାର ଏକ ଏସ୍‌ବିଆଇ ଶାଖାର ଜଣେ ବ୍ୟାଙ୍କ ମ୍ୟାନେଜର ଲୋକଙ୍କ ଟଙ୍କା ନେଇ ଚମ୍ପଟ ମାରିଛନ୍ତି। ଲକ୍ଷେ କି ୨ ଲକ୍ଷ ନୁହେଁ ପୂରାପୂରି ୮୪ଲକ୍ଷ ଟଙ୍କା ନେଇ ସେ ଛୁ। ୮୪ଲକ୍ଷ ଟଙ୍କାର କଏନ୍‌ ଚୋରି କରି ପଳାଇଥିବା ଏହି ବ୍ୟାଙ୍କ ମ୍ୟାନେଜର ବାବୁ ୮ବର୍ଷ ଧରି ଏଠାରେ କାମ କରୁଥିଲେ। 

ଅଭିଯୋଗ ହେଉଛି ଯେ, ୩୫ ବର୍ଷୀୟ ବ୍ୟାଙ୍କ୍‌ ମ୍ୟାନେଜର ତାରକ ଜାୟସୱାଲ୍ କେବଳ ୧୦ଟଙ୍କିଆ କଏନ୍‌ ଚୋରି କରିଛନ୍ତି। ଗତ ୧୭ମାସ ଭିତରେ ସେ ପ୍ରତିଦିନ ୨ହଜାର ଟଙ୍କାର କଏନ୍‌ ଚୋରି କରନ୍ତି।

ଶନିବାର ସ୍ଥାନୀୟ ଅଦାଲତ ତାଙ୍କୁ ୫ ଦିନିଆ ପୁଲିସ୍‌ ରିମାଣ୍ଡରେ ପଠାଇଦେଇଛି । ଜଣେ ପୁଲିସ୍‌ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜାୟସୱାଲ ନିଜେ ତାଙ୍କ ଦୋଷ ସ୍ୱୀକାର କରିବା ସହ ସବୁ ଟଙ୍କା ଲଟେରୀ ଟିକେଟ୍ କିଣିବାରେ ଲଗାଇ ଦେଇଛନ୍ତି ବୋଲି ଅଦାଲତରେ ମାନିଛନ୍ତି ।



from Odisha Reporter https://ift.tt/2R0BX6J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages