“ମହଙ୍ଗା ପଡ଼ିପାରେ ପୂଜାରାଙ୍କ ଧୀମା ଶତକ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

“ମହଙ୍ଗା ପଡ଼ିପାରେ ପୂଜାରାଙ୍କ ଧୀମା ଶତକ”

ମେଲବୋର୍ଣ୍ଣ: ୧-୧ରେ ଅମୀମାଂସିତ ସ୍ଥିତିରେ ଥିବା ଭାରତ-ଅଷ୍ଟ୍ରେଲିଆ ସିରିଜ୍‌ର ତୃତୀୟ ବା ବକ୍ସିଂ ଡେ’ ଟେଷ୍ଟରେ ଚେତେଶ୍ୱର ପୂଜାରାଙ୍କ ଶତକ ଭାରତ ପାଇଁ ସାବ୍ୟସ୍ତ ହୋଇପାରେ ମହଙ୍ଗା। ପୂଜାରାଙ୍କ ୩୧୯ ବଲ୍‌ ୧୦୬ ରନ୍‌ ଇନିଂସ୍‌ ବାବଦରେ ଏଭଳି ମତ ଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ।

ଭାରତ ଏହି ମ୍ୟାଚ୍‌ର ପ୍ରଥମ ୨ ଦିନରେ ଓଭର ପିଛା ମାତ୍ର ୨.୫ ରନ୍‌ ସଂଗ୍ରହ କରି ଗତ ତିନି ଦଶନ୍ଧିରେ ୩୦୦ରୁ ଅଧିକ ସ୍କୋର କରିବାରେ ସବୁଠାରୁ ଧୀମା ଇନିଂସ୍‌ର ପ୍ରମାଣ ଦେଇଛି। ଭାରତର ଶ୍ରେଷ୍ଠ ୫ ସ୍କୋରର୍‌ଙ୍କ ମଧ୍ୟରୁ କେହି ମଧ୍ୟ ୫୦ରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌ ହାସଲ କରିପାରିନଥିଲେ।

ଏପରିକି ଅଧିନାୟକ ବିରାଟ କୋହଲି ୮୨ ରନ୍‌ କରିବାପାଇଁ ୨୦୪ ବଲ୍‌ ଖେଳିଥିଲେ ଏବଂ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୪୦.୧୯ ଥିଲା।

ପଣ୍ଟିଂ କହିଛନ୍ତି, “ଯଦି ଭାରତ ଏହି ମ୍ୟାଚ୍‌ ଜିତିଯାଏ ତ ଭଲ କଥା, ଯଦି ଭାରତ ଅଷ୍ଟ୍ରେଲିଆକୁ ୨ଥର ବୋଲିଂ କରିବାର ସୁଯୋଗ ନପାଏ ତାହା ହିଁ ବିଜୟ ପାଇଁ ଅଡ଼ୁଆ ସୃଷ୍ଟି କରିବ।” ପୂଜାରା ଏହି ସିରିଜ୍‌ରେ ଦ୍ୱିତୀୟ ଶତକ ହାସଲ କରିସାରିଲେଣି, ତେଣୁ ସେ ସହଜରେ ଆଉଟ୍‌ ହୋଇଯିବେ ଭାବିବା ଭୁଲ ବୋଲି ସେ କହିଛନ୍ତି। କିନ୍ତୁ ତା’ସହିତ ରନ୍‌ ହାରକୁ ବି ଦେଖିବାକୁ ହେବ। ଅନ୍ୟ ବ୍ୟାଟ୍‌ସମ୍ୟାନ୍‌ମାନେ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିବା ଭଳି ଦକ୍ଷତାସମ୍ପନ୍ନ ହୋଇଥିଲେ ମଧ୍ୟ ସେମାନେ ତାହା କରିଦେଖାଇବାର ଆବଶ୍ୟକତା ରହିଛି ବୋଲି ପଣ୍ଟିଂ କହିଛନ୍ତି।

ସେହିଭଳି ଟିମ୍‌ ଅଷ୍ଟ୍ରେଲିଆକୁ ମଧ୍ୟ ସେ ଉପଦେଶ ଦେଇ କୋହଲିଙ୍କୁ ଶର୍ଟ ବଲ୍‌ ଖେଳାଇ ଟାର୍ଗେଟ୍‌ କରାଯାଇପାରିବ। ସେ କ୍ରସ୍‌ ବ୍ୟାଟ୍‌ ଶଟ୍‌ ଖେଳୁ ନଥିବାରୁ ସିରିଜ୍‌ର ବାକି ସମୟରେ ଏହା ହିଁ ସୁଯୋଗ ହୋଇପାରିବ।



from Odisha Reporter http://bit.ly/2AmfVSh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages