ବଲାଙ୍ଗିର ମେଡିକାଲ୍ କଲେଜ୍‌ ଓ ହସ୍ପିଟାଲ୍‌ରେ ସାଂଘାତିକ ଭୁଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ବଲାଙ୍ଗିର ମେଡିକାଲ୍ କଲେଜ୍‌ ଓ ହସ୍ପିଟାଲ୍‌ରେ ସାଂଘାତିକ ଭୁଲ୍‌

allegation against bolangir medical college and hospital

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଏକ ସାଂଘାତିକ ଭୁଲ୍ ସାମ୍ନାକୁ ଆସିଛି। ଗୋଟିଏ ନବଜାତ ଶିଶୁ ଅସୁସ୍ଥ ହେବା ପରେ ତାକୁ ବୁର୍ଲା ପଠା ଯାଇଥିଲା। ତେବେ ତା’ ବାପାଙ୍କ ବଦଳରେ ଆଉ ଏକ ଶିଶୁର ବାପାଙ୍କୁ ତାକୁ ହସ୍ତାନ୍ତର କରାଯାଇଥିଲା। ଏହି ଭୁଲ୍‌କୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ସ୍ୱୀକାର କରିଥିବା ବେଳେ ଶିଶୁଟିର ମୃତ୍ୟୁ ହୋଇଯିବାରୁ ଅବହେଳା ଅଭିଯୋଗ କରି ତାଙ୍କ ବାପା ଥାନାରେ ଏକ ଏତଲା ଦେଇଛନ୍ତି।
ଗତ ୨୫ ତାରିଖରେ ଦେଓଗାଁ ବ୍ଲକ୍ ବ୍ରାହ୍ମଣୀପାଲି ଗାଁର ପବିତ୍ର ଖାଡ଼ିଆ ସ୍ତ୍ରୀ ପଙ୍କଜିନୀଙ୍କୁ ଭୀମଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପୁଅଟିଏ ଜନ୍ମ ହେବା ପରେ ତାକୁ SNCUରେ ରଖାଯାଇଥିଲା।

ଗତକାଲି ରାତିରେ ହସ୍ପିଟାଲ୍‌ର ଜଣେ କର୍ମଚାରୀ ଲୁକାପଡ଼ା ଗାଁର ରବିଚନ୍ଦ୍ରଙ୍କୁ ଡାକି ଥିଲେ ଏବଂ ତାଙ୍କ ପୁଅର ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ନେବାକୁ କହିଥିଲେ। ରବିଚନ୍ଦ୍ର ପୁଅକୁ ନେଇ ବୁର୍ଲା ପଳାଇଲେ। ତେବେ ସେଠାରେ ଶିଶୁଟି ଦେହରେ ଲାଗିଥିବା ଟ୍ୟାଗରୁ ଜାଣିବାକୁ ପାଇଲେ ଯେ ସେ ତାଙ୍କ ପୁଅ ନୁହେଁ। ସେ ହେଉଛି ପବିତ୍ର ଖାଡ଼ିଆଙ୍କ ପୁଅ। ଏହି ଖବର ପାଇବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ପବିତ୍ର ଓ ତାଙ୍କ ସ୍ତ୍ରୀଙ୍କୁ ବୁର୍ଲା ପଠାଇଥିଲେ।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନବଜାତ ଶିଶୁର ମୃତ୍ୟୁ ହୋଇଥିଲା। ସୁସ୍ଥ ଥିବା ସତ୍ତ୍ୱେ ତାଙ୍କ ନବଜାତ ପୁଅକୁ ବୁର୍ଲା ପଠାଇବାରୁ, ତାର ମୃତ୍ୟୁ ହୋଇଛି ବୋଲି ପବିତ୍ର ଅଭିଯୋଗ କରିଛନ୍ତି। ବଲାଙ୍ଗିର ଟାଉନ୍‌ ଥାନାରେ ସେ ଅଭିଯୋଗ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।



from Odisha Reporter http://bit.ly/2EQif74

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages