ବାତ ରୋଗକୁ ଆରୋଗ୍ୟ କରିବ ଭାଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 2, 2018

ବାତ ରୋଗକୁ ଆରୋଗ୍ୟ କରିବ ଭାଙ୍ଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୌଣସି ବ୍ୟକ୍ତି ବାତ ରୋଗରେ ପୀଡ଼ିତ ଥିଲେ, ତାଙ୍କୁ ଅଚାନକ ଝଟ୍‌କା ଲାଗିଥାଏ ଏବଂ କିଛି ସମୟ ପାଇଁ ତାଙ୍କର ଚେତା ମଧ୍ୟ ଚାଲିଯାଇଥାଏ। ମସ୍ତିଷ୍କରେ ଇଲୋକ୍ଟ୍ରିକାଲ୍‌ ଆକ୍ଟିଭିଟିର ଅସନ୍ତୁଳନ କାରଣରୁ ଏପରି ହୋଇଥାଏ। ସାଧାରଣତଃ ବାତର ଲକ୍ଷଣ ପିଲାବେଳୁ ହିଁ ଦେଖା ଯାଇଥାଏ।
ଅନେକ ସମୟରେ ବସସ୍କ ବ୍ୟକ୍ତିଙ୍କୁ ମଧ୍ୟ ଏହି ସମସ୍ୟା ହୋଇଥାଏ। ଏହି ରୋଗ ଅସମୟରେ ଆସୁଥିବାରୁ ରୋଗୀଙ୍କୁ ଅନେକ ଅସୁବିଧା ହୋଇଥାଏ।

ବାମ୍ୱେ ହେମ୍ପ୍‌ କମ୍ପାନୀର ସଂସ୍ଥାପକ ଜହାନ୍‌ ପେଷ୍ଟୋନ୍‌ ଜାମାସ୍‌ ଶୁକ୍ରବାର କହିଛନ୍ତି, “ବାତ ରୋଗକୁ ଭାଙ୍ଗ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ଚିକିତ୍ସା କରାଯାଇପାରିବ। ସେ କହିଛନ୍ତି, ଅନେକ ଗବେଷଣା କରିବା ଉପରେ ଏହା ଜଣାପଡ଼ିଛି ଯେ, ଭାଙ୍ଗରେ ଥିବା ଔଷଧୀୟ ଗୁଣ ମାନସିକ ରୋଗ ବ୍ୟତୀତ କ୍ୟାନସର୍‌କୁ ଆରୋଗ୍ୟ କରିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ।“
ସେ ଆହୁରୀ ମଧ୍ୟ କହିଛନ୍ତି, “ଭାଙ୍ଗରେ ଟେଟ୍ରା ହାଇଡ୍ରୋ କୈନାବିନୋଲ୍‌ ନାମକ ରସାୟନ ରହିଛି। ଯେଉଁ କାରଣରୁ ଏହାକୁ ଖାଇବା ପରେ ନିଶା ହୋଇଥାଏ।“
ଏହି ରସାୟନକୁ ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ କରାଯାଇପାରିବ। ଯେଉଁମାନେ କ୍ୟାନସର୍‌ ରୋଗରେ ପୀଡ଼ିତ ଅଛନ୍ତି, ଏଥିରୁ ପ୍ରସ୍ତୁତ ଔଷଧ ଖାଇବା ପରେ ଯନ୍ତ୍ରଣା କମ୍‌ ମଧ୍ୟ ହେଉଛି।

ବାତ ମାରିଲେ ତୁରନ୍ତ କ’ଣ କରିବେ, ଜାଣନ୍ତୁ
୧. ଯେଉଁ ବ୍ୟକ୍ତିଙ୍କୁ ବାତ ମାରୁଛି, ତାଙ୍କୁ ରୋକିବା ପାଇଁ ଚେଷ୍ଟା କରନ୍ତୁ ନାହିଁ, ଅନ୍ୟଥା ରୋଗୀ ଆପଣଙ୍କୁ ଆଘାତ ବି କରିପାରେ।
୨. ବାତ ମାରିବା ସମୟରେ ରୋଗୀକୁ କିଛି ଖାଇବା କିମ୍ୱା ପିଇବା ପାଇଁ ଦିଅନ୍ତୁ ନାହିଁ। ଗୋଟିଏ ଢୋକ ପାଣି ମଧ୍ୟ ସେହି ସମୟରେ ଗଳାରେ ଅଟକି ଯାଇଥାଏ।
୩. ସେହି ସମୟରେ ରୋଗୀର ମୁହଁରେ କିଛି ରଖନ୍ତୁ ନାହିଁ। ଏହି ସମୟରେ ରୋଗୀ ନିଜ ଜିଭ ଭିତରକୁ ନେଇ ଯାଇଥାନ୍ତି।
୪. ବାତ ମାରିବା ପରେ ରୋଗୀ କିଛି ସମୟ ପାଇଁ ଅଚେତ ହୋଇ ଯାଇଥାଏ। ଏହି ସମୟରେ ସମସ୍ତଙ୍କୁ ଲାଗିଥାଏ କି ରୋଗୀ ନିଃଶ୍ୱାସ ନେଉନାହିଁ। କିନ୍ତୁ ଏହି ସମୟରେ  ରୋଗୀଙ୍କୁ କାର୍ଡିଓ ପଲ୍‌ମୋନାରୀ ରେସ୍ପିରେସନ ଦେବାକୁ ଚେଷ୍ଟା କରନ୍ତୁ ନାହିଁ।



from Odisha Reporter https://ift.tt/2KMkNEg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages