ବିଜୟ ଓ ଦିଲୀପଙ୍କ ଇସ୍ତଫା ନେଇ ନିରଞ୍ଜନ ରଖିଲେ ଏମିତି ପ୍ରତିକ୍ରିୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ବିଜୟ ଓ ଦିଲୀପଙ୍କ ଇସ୍ତଫା ନେଇ ନିରଞ୍ଜନ ରଖିଲେ ଏମିତି ପ୍ରତିକ୍ରିୟା

niranjan

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୟ ମହାପାତ୍ର ଓ ଦିଲୀପ ରାୟ ବିଜେପିରୁ ଇସ୍ତଫା ଦେଇଛନ୍ତି। ଏବେ ଏହି ଦୁଇ ନେତା କେଉଁ ଦଳରେ ମିଶିବେ, ସେ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

ଏହି ଦୁଇ ନେତା ବିଜେପିରୁ ଇସ୍ତଫା ଦେବାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି,“ବିଜୟ ଓ ଦିଲୀପ ଓଡ଼ିଶାର ବରିଷ୍ଠ ରାଜନେତା। ସେମାନେ ଭାବିଚିନ୍ତି ନିଷ୍ପତ୍ତି ନେଇଥିବେ। ସେମାନଙ୍କ ନିଷ୍ପତ୍ତି ଉପରେ କିଛି ପ୍ରତିକ୍ରିୟା ପ୍ରକାଶ କରିବା ଉଚିତ୍‌ ନୁହେଁ।”

ନିରଞ୍ଜନ କହିଛନ୍ତି,“ବିଜେପି ଦ୍ୱାରା ଦେଶ ଓ ରାଜ୍ୟର ଉନ୍ନତି ସାଧନ ହୋଇପାରିବ ନାହିଁ ବୋଲି ସେମାନେ (ବିଜୟ ମହାପାତ୍ର ଓ ଦିଲୀପ ରାୟ) ଅନୁଭବ କରିଛନ୍ତି। ସେଥିପାଇଁ ଏହି ନିଷ୍ପତ୍ତି ନେଇଥାଇପାରନ୍ତି।”

ନଭେମ୍ବର ୩୦ ତାରିଖରେ ଇସ୍ତଫା ସଂପର୍କରେ ଘୋଷଣା କଲା ବେଳେ ବିଜୟ ମହାପାତ୍ର କହିଥିଲେ, ଆସନ୍ତା ୧୫ ଦିନ ପରେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଘୋଷଣା କରିବେ।

ଦିଲୀପ ରାୟ ବିଜେପିରୁ ଇସ୍ତଫା ଦେବା ସହିତ ବିଧାୟକ ପଦରୁ ବି ଇସ୍ତଫା ଦେଇଛନ୍ତି।



from Odisha Reporter https://ift.tt/2RtMCE3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages