ମିକାଙ୍କ କଥା କହି କାନ୍ଦିଲେ, ୧୦ ବର୍ଷ ତଳର ଚୁମ୍ମା କଥା ବି ଦୋହରାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ମିକାଙ୍କ କଥା କହି କାନ୍ଦିଲେ, ୧୦ ବର୍ଷ ତଳର ଚୁମ୍ମା କଥା ବି ଦୋହରାଇଲେ

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ବଲିଉଡ୍‌ର ଲୋକପ୍ରିୟ ଗାୟକ ମିକା ସିଂହ ପୁଣିଥରେ ଫସିଛନ୍ତି ବିବାଦରେ। ଜଣେ ୧୭ ବର୍ଷୀୟ ବ୍ରାଜିଲୀୟ ନାବାଳିକା ତାଙ୍କ ନାଁରେ ଯୌନ ନିର୍ଯାତନର ଅଭିଯୋଗ ଆଣିବା ପରେ ଦୁବାଇ ପୁଲିସ୍‌ ତାଙ୍କୁ ଗିରଫ କରି ଆବୁଧାବି ଜେଲ୍‌ରେ ରଖିଛି।

ହେଲେ କଥାଟା ରାକ୍ଷୀଙ୍କୁ ଭାରି ବାଧିଛି। କଥା କହୁ କହୁ କାନ୍ଦି ପକାଇଛନ୍ତି ରାକ୍ଷୀ। ଆଉ ତାଙ୍କୁ ମିଳିଥିବା ଅତର୍କିତ ଚୁମ୍ମା କଥା ପୁଣି ଥରେ ଦୋହରାଇଛନ୍ତି ଆମ କଣ୍ଟ୍ରୋଭର୍ସି କୁଇନ୍‌।

ଏହି ଘଟଣା ପରେ ରାକ୍ଷୀ ନିଜ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ଏକ ଭିଡ଼ିଓ ମଧ୍ୟ ଶେଆର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି- ‘‘ମିକା ତୁମେ ଏତେ ଲଫ୍‌ଡା କରୁଛ ନା, ମତେ ଭାରି ଖରାପ୍‌ ଲାଗୁଛି। ରୁହ, ଏବେ ମୁଁ ଆସୁଛି  ତୁମକୁ ମୁକୁଳେଇବାକୁ।  ମୁଁ ଦୁବାଇ ଯିବାକୁ ଭିସା ଖୋଜୁଛି।’’

ଆପଣ ଭାବୁଥିବେ ମିକାଙ୍କ ପ୍ରତି ରାକ୍ଷୀ କେମିତି ଏତେ ବଦଳିଗଲେ ବୋଲି।

କାରଣ ପ୍ରାୟ ୧୦ ବର୍ଷ ତଳେ ମିକା ରାକ୍ଷୀଙ୍କୁ ସର୍ବସମକ୍ଷରେ ଚୁମ୍ବନ ଦେଇ ଚର୍ଚ୍ଚାକୁ ଆସିଥିଲେ। ଆଉ ରାକ୍ଷୀ ଏହାକୁ ନେଇ ଥାନାରେ ଫେରାଦ ବି ହୋଇଥିଲେ।

ଏଣୁ ରାକ୍ଷୀଙ୍କ ଏମିତି ମନ୍ତବ୍ୟ ଆପଣଙ୍କୁ ଟିକେ ଅଖାଡୁଆ ଲାଗୁଥିବ। ରାକ୍ଷୀଙ୍କ ଏହି ମନ୍ତବ୍ୟକୁ ଆପଣ ତାଙ୍କ ପେଖନା ବୋଲି ଭାବିପାରନ୍ତି। ମିଡିଆ ଫୁଟେଜ୍‌ ପାଇଁ ସେ ଏମିତି କରୁଛନ୍ତି ବୋଲି ବି କହି ପାରନ୍ତି।

ହଁ, ରାକ୍ଷୀ ଏକଥା ବି କହିଛନ୍ତି –‘‘ ମିକା ତୁମେ ଏମିତି କାହିଁକି କଲ। ମୋ ସମ୍ମାନ କଥା ଟିକେ ତ ଭାବିଥାନ୍ତ ! ‘‘ତୁମକୁ ଜଣା ନାହିଁ,  ଇଏ ମୁମ୍ବାଇ ପୁଲିସ୍‌ ନୁହେଁ, ଯିଏ ଟଙ୍କା ନେଇ ତୁମକୁ ଛାଡ଼ିଦେବେ। ୧୦ ବର୍ଷ ପୂର୍ବେ ତୁମେ ମୋ ସହ ବି ଏମିତି କିଛି କରିଥିଲ। ଯେଉଁଥିପାଇଁ  ମୁଁ ମୁମ୍ବାଇ ପୁଲିସ୍‌ ପାଖରେ ଅଭିଯୋଗ କରିଥିଲି। ସେତେବେଳେ ପୁଲିସ୍‌ କିଛି କରି ପାରି ନ ଥିଲା।  କିନ୍ତୁ ଦୁବାଇ ପୁଲିସ୍‌ ଛାଡିବନି। ସେଠାକାର ପୁଲିସ୍‌ ଖୁବେ ଷ୍ଟ୍ରଙ୍ଗ୍‌। ଏବେ ମୁଁ ଯାଉଛି ତମକୁ ମୁକୁଳେଇବାକୁ।’’

ରାକ୍ଷୀ ମିକାଙ୍କୁ ପ୍ରଶ୍ନ ବି କରିଛନ୍ତି-‘‘ ତୁମର ଅସୁବିଧା କ’ଣ। ତୁମେ କାହିଁକି ୧୭ ବର୍ଷ ଝିଅକୁ ଅସଦାଚରଣ କରୁଥିଲ। କେବେ କାହାକୁ ଚାପୁଡ଼ା ମାରି ଦେଉଛ। ଏତେ ପଙ୍ଗା କାହିଁକି କରୁଛ।  ମୋତେ ବହୁତ କଷ୍ଟ ହେଉଛି। କାହିଁକି ତୁମେ ଝିଅମାନଙ୍କୁ ଖରାପ୍‌ ବ୍ୟବହାର କର କେଜାଣି।’’

ସୂଚନାଯୋଗ୍ୟ, ବ୍ରାଜିଲୀୟ ନାବାଳିକା କରିଥିବା ଅଭିଯୋଗ ଅନୁଯାୟୀ ମିକା ତାଙ୍କୁ ଆପତ୍ତିଜନକ ଫଟୋ ପଠାଉଥିଲେ। ମିକା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଦୁବାଇ ଯାଇଥିଲେ ବୋଲି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ସେ ପୂର୍ବରୁ ସୂଚନା ଦେଇଥିଲେ । ପୁଲିସ୍ କହିଛି, ମିକାଙ୍କର କିଛି ବନ୍ଧୁ ତାଙ୍କ ମୁକ୍ତି ପାଇଁ ପ୍ରୟାସ କରୁଛନ୍ତି।



from Odisha Reporter https://ift.tt/2E7FKrP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages