ପେଟ୍ରୋଲିମ୍‌ ରିଜର୍ଭ ନେଇ ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ପେଟ୍ରୋଲିମ୍‌ ରିଜର୍ଭ ନେଇ ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲାର ଚଣ୍ଡିଖୋଲଠାରେ ୪ ନିୟୁତ ମେଟ୍ରିକ୍‌ଟନ୍‌ କ୍ଷମତା ବିଶିଷ୍ଟ ଷ୍ଟ୍ରାଟେଜିକ ପେଟ୍ରୋଲିୟମ୍‌ ରିଜର୍ଭ (ଏସ୍‌ପିଆର୍‌) ନିର୍ମାଣରେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିପାଇଁ ସେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ୬,୫୦୦ କୋଟି ଟଙ୍କାର ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖାଯାଇଥିବା ଚିଠିରେ ଧର୍ମେନ୍ଦ୍ର ବିଶେଷକରି ୬ଟି ପ୍ରସଙ୍ଗରେ ସହଯୋଗ ଲୋଡ଼ିଛନ୍ତି। ପ୍ରକଳ୍ପ ପାଇଁ ଇଡ୍‌କୋ ଦ୍ୱାରା ସିଙ୍ଗଲ ୱିଣ୍ଡୋ ଅନୁମତି ପ୍ରଦାନ କରାଯାଉ। ଏଥିପାଇଁ ଆବଶ୍ୟକ ହେଉଥିବା ୬୦୦ ଏକର ଭୂମି, ଯାହା ସରକାର ମାଲିକାନାରେ ରହିଛି, ତାକୁ ତୁରନ୍ତ ପ୍ରଦାନ କରାଯାଉ। ବିଜୁଳି ଓ ପାଣିର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଉ। ରାଜ୍ୟ ସରକାର ଖଣି ଓ ଭୂତତ୍ୱ ନିର୍ଦ୍ଦେଶାଳୟର ଅନୁମତି ଏବଂ ପ୍ରସ୍ତାବିତ ଅଞ୍ଚଳରେ ପଥର ଖନନ କାମକୁ ବନ୍ଦ କରାଯାଉ। ପର୍ଯ୍ୟାବରଣ ଓ ପ୍ରଦୂଷଣ ବୋର୍ଡ଼ର ଅନୁମତି ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜ୍ୟସରକାର ଅନୁମତି ପ୍ରଦାନ ପାଇଁ ଚିଠିରେ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ।

ଚିଠିରେ ଆହୁରି ଲେଖାଯାଇଛି-“୨୦୧୮ ଜୁନ ୨୭ ତାରିଖରେ ଏହି ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମତି ଦେଇଥିଲା। ଏହି ପ୍ରକଳ୍ପ ହେଲେ ଓଡ଼ିଶାକୁ ବିଶ୍ୱର ଷ୍ଟ୍ରାଟେଜିକ ପେଟ୍ରୋଲିୟମ୍‌ ରିଜର୍ଭ ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିଳିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ନିଯୁକ୍ତି ସୁଯୋଗର ବଡ଼ ସମ୍ଭାବନା ସୃଷ୍ଟି କରିବ।”

୨୦୧୮ ଅକ୍ଟୋବର ୯ ତାରିଖରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଚିବ ଡ଼କ୍ଟର ଏମ୍‌ଏମ୍‌ କୁଟ୍ଟେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ। ଅକ୍ଟୋବର ୩ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ସହ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପ୍ରତିନିଧିଙ୍କ ବୈଠକ ସମୟରେ ରାଜ୍ୟ ସରକାରଙ୍କ ଅଫିସରମାନଙ୍କର ଏକ ଟିମ୍‌ କର୍ଣ୍ଣାଟକ ରାଜ୍ୟର ମାଙ୍ଗାଲୁର ଓ ପଦୁରଠାରେ ଥିବା ଷ୍ଟ୍ରାଟେଜିକ ପେଟ୍ରୋଲିୟମ୍‌ ରିଜର୍ଭ ବୁଲି ଦେଖିବା ପାଇଁ ସହମତି ଦେଇଥିଲେ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି।



from Odisha Reporter https://ift.tt/2AXeJnX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages