ପ୍ରତିଷ୍ଠା ଦିବସରେ ଭୋଟ୍‌ ବିଗୁଲ୍ ବଜାଇବ ବିଜେଡି: ଫୋକସ୍‌ରେ କେନ୍ଦ୍ର ଅବହେଳା ଓ ରାଜ୍ୟର ଯୋଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ପ୍ରତିଷ୍ଠା ଦିବସରେ ଭୋଟ୍‌ ବିଗୁଲ୍ ବଜାଇବ ବିଜେଡି: ଫୋକସ୍‌ରେ କେନ୍ଦ୍ର ଅବହେଳା ଓ ରାଜ୍ୟର ଯୋଜନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଷ୍ଠା ଦିବସରେ ସାଧାରଣ ନିର୍ବାଚନ ପାଇଁ କାଲି ବିଗୁଲ ବଜାଇବ ବିଜେଡି। ତେବେ ଏହି ଅବସରରେ କେଉଁ ପ୍ରସଙ୍ଗ ସାମ୍ନାକୁ ଆଣି କାର୍ଡ ଖୋଲିବେ ନବୀନ ପଟ୍ଟନାୟକ? ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

ଆସନ୍ତାକାଲି ବିଜେଡି ପାଳିବ ୨୧ତମ ଜନ୍ମଦିନ। ସେଥିପାଇଁ ଜିଲ୍ଲା ପରିଷଦ ଜୋନ୍‌ରୁ ରାଜଧାନୀ ଯାଏ ଚଳଚଞ୍ଚଳ ହୋଇଉଠିଛି ବିଜେଡି କ୍ୟାମ୍ପ। ନିର୍ବାଚନକୁ ଆଉ ମାତ୍ର ୪ ମାସ ଥିବାରୁ ସବୁ ପଞ୍ଚାୟତର ନେତା ଓ କର୍ମୀଙ୍କୁ ଏଥିରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେପଟେ ଚିଟ୍‌ଫଣ୍ଡଠାରୁ ଆରମ୍ଭ କରି ବିଭିନ୍ନ ଦୁର୍ନୀତିରେ ନେତାଙ୍କ ସଂପୃକ୍ତି ନେଇ ମଳିନ ହେଉଥିବା ବିଜେଡିର ଛବି, ବଢୁଥିବା ଅନ୍ତର୍ଦ୍ୱନ୍ଦ୍ୱ, ଟିକେଟ୍ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି, ସରକାର ବିରୋଧରେ ବଢୁଥିବା ହାଓ୍ୱା ଶାସକ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଏଭଳି ସ୍ଥିତିରେ ନବୀନ କ’ଣ ବାର୍ତ୍ତା ଦେବେ ତାକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା। ତେବେ କେନ୍ଦ୍ରୀୟ ଅବହେଳା, ନବୀନଙ୍କ ଭାବମୂର୍ତ୍ତି ଓ ରାଜ୍ୟ ସରକାରଙ୍କ ସଫଳ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳ ଯୋଜନା କରିଥିବା ନେତା କହୁଛନ୍ତି। କୁହାଯାଉଛି ପ୍ରତିଷ୍ଠା ଦିବସରେ ମୋଦିଙ୍କ ପ୍ରଶ୍ନର ବି ଜବାବ ଦେବେ ନବୀନ।

କଂଗ୍ରେସର କଳାଦିବସ, ବିଜେପିର ‘ଜବାବ୍ ମାଗୁଛି ଓଡ଼ିଶା’ ଅଭିଯାନ

ସେପଟେ ପ୍ରତିଷ୍ଠା ଦିବସ ପଲିଟିକ୍‌ସରେ ଏଣ୍ଟ୍ରି ମାରିଛନ୍ତି କଂଗ୍ରେସ ଓ ବିଜେପି। ସମ୍ବିଧାନରେ ପଞ୍ଚାୟତକୁ ଦିଆଯାଇଥିବା ଅଧିକାରକୁ କ୍ଷୁଣ୍ଣ କରାଯାଉଥିବା ଅଭିଯୋଗ କରି କଂଗ୍ରେସ ପାଳିବ କଳାଦିବସ। ସେହିପରି ପିଠା ଓ ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ପଞ୍ଚାୟତର କ୍ଷମତାକୁ ସଙ୍କୁଚିତ କରିବା ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ସେହିପରି ବିଜେପି ଯୁବ ମୋର୍ଚ୍ଚା ଆସନ୍ତାକାଲିଠାରୁ ରାଜ୍ୟ ସରକାରଙ୍କ ବିରୋଧରେ ଆରମ୍ଭ କରିବାକୁ ଯାଉଛି ‘ଜବାବ୍ ମାଗୁଛି ଓଡ଼ିଶା ଅଭିଯାନ’।

ବିଜେଡିର ପ୍ରତିଷ୍ଠା ଦିବସ, କଂଗ୍ରେସର କଳାଦିବସ ଓ ବିଜେପି ଯୁବ ମୋର୍ଚ୍ଚାର ‘ଜବାବ୍ ମାଗୁଛି ଓଡ଼ିଶା’ ଅଭିଯାନ, ଏହିପରି ଗୋଟିଏ ଦିନରେ ତିନି ଦଳର କାର୍ଯ୍ୟକ୍ରମ ରାଜ୍ୟରେ ବଢୁଥିବା ନିର୍ବାଚନୀ ଉଷ୍ଣତା ଓ ଲୋକଙ୍କ ନିକଟତର ହେବାକୁ ପ୍ରତିଯୋଗିତାକୁ ସୂଚାଉଛି।



from Odisha Reporter http://bit.ly/2SjTc0f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages