‘କାଳିଆ’ ଯୋଜନାକୁ ଚାଷୀ ସଂଗଠନଙ୍କ ବିରୋଧ, ୮ରୁ ରାଜ୍ୟବ୍ୟାପୀ ୨ଦିନିଆ ହରତାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

‘କାଳିଆ’ ଯୋଜନାକୁ ଚାଷୀ ସଂଗଠନଙ୍କ ବିରୋଧ, ୮ରୁ ରାଜ୍ୟବ୍ୟାପୀ ୨ଦିନିଆ ହରତାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାକୁ ଏକ ନିର୍ବାଚନୀ ଧୂଆଁବାଣ ବୋଲି ଦର୍ଶାଇ ଅଲ୍ ଇଣ୍ଡିଆ କିଷାନ୍ ସଂଘର୍ଷ କୋଅର୍ଡିସେନ କମିଟିର ଓଡ଼ିଶା ଶାଖା ଏହାକୁ ବିରୋଧ କରିଛି।ଏହା ସହିତ କୃଷିଋଣ ଛାଡ଼ ଓ ଫସଲର ସର୍ବନିମ୍ନ ସହାୟକ ଦର ଦାବିରେ ଆସନ୍ତା ୮ ଓ ୯ ତାରିଖ ଦୁଇଦିନ ଧରି ରାଜ୍ୟର ଗ୍ରାମାଞ୍ଚଳରେ ହରତାଳ ପାଳନ କରାଯିବ ବୋଲି ଘୋଷଣା କରିଛି।

୯ଟି କୃଷକ ସଂଗଠନର କୃଷକ ନେତାମାନେ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଖିଳ ଭାରତ କିଷାନ ମହାସଭାର କୃଷ୍ଣଚନ୍ଦ୍ର ରାଉତ,ଅଖିଳ ଭାରତ ଅଗ୍ରଗାମୀ କୃଷକ ସଭାର ଜ୍ୟୋତିରଞ୍ଜନ ମହାପାତ୍ର, ଅଖିଳ ଭାରତ କିଷାନ ମଜଦୁର ସଭାର ଭାଲଚନ୍ଦ୍ର, ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭାର ବଟକୃଷ୍ଣ ସ୍ୱାଇଁ, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ପ୍ରମୋଦ କୁମାର ରଥ, ଅଖିଳ ଭାରତ କିଷାନ ମହାସଭାର ଅଶୋକ ପ୍ରଧାନ, ଚାଷୀ ମୂଲିଆ ସୁରକ୍ଷା ସଂଗ୍ରାମ ପରିଷଦର ନରେନ୍ଦ୍ର ମହାନ୍ତି, ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ପ୍ରଫୁଲ୍ଲ ସାମନ୍ତରା ଓ ଓଡ଼ିଶା କୃଷକ ସଭାର ସୁରେଶ ପାଣିଗ୍ରାହୀ ଏକ ମିଳିତ ବୟାନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରିଛନ୍ତି।

ଆର୍ଥିକ ବର୍ଷ ଶେଷ ହେବାକୁ ମାତ୍ର ୩ମାସ ବାକି ରହିଥିବାବେଳେ କାଳିଆ ପ୍ୟାକେଜ୍ ୩ଟି ଆର୍ଥିକ ବର୍ଷ ପାଇଁ ଘୋଷଣା ହୋଇଛି। ଯୋଜନା ପାଇଁ ଅର୍ଥବରାଦ ନକରି ଓ ଏହି ଅର୍ଥ କେଉଁଠୁ ଆସିବ, ତା’ର ସୂଚନା ନଦେଇ ରାଜ୍ୟ ସରକାର ଏହି ଯୋଜନା ଘୋଷଣା କରିବା ଚାଷୀମାନଙ୍କ ପାଇଁ ପ୍ରତାରଣା ସଦୃଶ। ସମଗ୍ର ଦେଶରେ ୭ଟି ରାଜ୍ୟ ଏବେସୁଦ୍ଧା କୃଷିଋଣ ଛାଡ଼ କରିଛନ୍ତି। ନିକଟରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାର ଋଣଛାଡ଼ କରିଥିବା ବେଳେ ଛତିଶଗଡ଼ ସରକାର ଧାନକ୍ରୟ ଉପରେ ୭୫୦ଟଙ୍କା ବୋନସ ଓ ମଧ୍ୟପ୍ରଦେଶ ସରକାର ମାସିକ ଏକହଜାର ଟଙ୍କା ପେନସନ ଘୋଷଣା କରିଛନ୍ତି।

ଓଡ଼ିଶାରୁ ରିଲାଏନ୍ସ, ବେଦାନ୍ତ, ଟାଟା ଇତ୍ୟାଦି କମ୍ପାନୀମାନେ ପ୍ରାକୃତିକ ସମ୍ପଦ ସାଙ୍ଗକୁ ସରକାରୀ ଟିକସ ଲୁଟ୍ କରୁଥିବାବେଳେ କୃଷିଋଣ ଛାଡ ଓ ୭୫୦ଟଙ୍କାର ବୋନସ ଦେବାକୁ ମୁଖ୍ୟମନ୍ତ୍ରୀ କାହିଁକି କୁଣ୍ଠାବୋଧ କରୁଛନ୍ତି ବୋଲି ଚାଷୀ ସଂଗଠନଗୁଡ଼ିକ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ଭାଗଚାଷୀଙ୍କୁ ଚିହ୍ନଟ କରିବା, ଚାଷୀର ମାନ୍ୟତା ଦେବା ସମ୍ପର୍କରେ ସରକାରଙ୍କ କୌଣସି ନୀତି ନଥିବାବେଳେ କାଳିଆ ଯୋଜନାରେ ଭୂମିହୀନ ଓ ଗରିବ ଚାଷୀଙ୍କୁ ସହାୟତା ଘୋଷଣା ଅତ୍ୟନ୍ତ ହାସ୍ୟାସ୍ପଦ କଥା ବୋଲି ଚାଷୀ ସଂଗଠନଗୁଡ଼ିକ ମତ ଦେଇଛନ୍ତି।

ଅଲଇଣ୍ଡିଆ କୃଷକ ସଂଘର୍ଷ କୋଅର୍ଡିନେସନ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ କେତେକ ଦାବି ଉପସ୍ଥାପନ କରାଯାଇଛି। ଚାଷୀଙ୍କୁ ସମ୍ପୂର୍ଣ୍ଣ ଋଣମୁକ୍ତ କରିବା, ୬୦ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ଚାଷୀଙ୍କୁ ବଞ୍ଚିବାଯୋଗ୍ୟ ପେନସନ ଏବଂ ଭାଗଚାଷୀଙ୍କୁ ଚିହ୍ନଟ କରିବା, ଚାଷୀର ମାନ୍ୟତା ଦେବା ଓ ଚାଷୀ ପାଉଥିବା ସମସ୍ତ ସୁବିଧା ଦେବା ପାଇଁ ଦାବି କରାଯାଇଛି। ସେହିପରି କେନ୍ଦ୍ର ସରକାରଙ୍କ ପାଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩ହଜାର ଟଙ୍କା ସହ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଜାତୀୟ କୃଷକ କମିଶନଙ୍କ ସୁପାରିସ୍ ଅନୁଯାୟୀ କାର୍ଯ୍ୟକାରୀ କରିବା ନିମନ୍ତେ ଦାବି କରାଯାଇଛି।

ଯଦି ଏହିସବୁ ଦାବି ଉପରେ ସରକାର ସକାରାତ୍ମକ ଆଭିମୁଖ୍ୟ ପୋଷଣ ନକରିବେ ତେବେ ଜାନୁୟାରୀ ୮ ଓ ୯ ତାରିଖରେ ଗ୍ରାମୀଣ ଓଡ଼ିଶାରେ ହରତାଳ ପାଳନ କରାଯିବ। ଏଥିରେ ସମସ୍ତ ଚାଷୀମାନେ ସାମିଲ ହେବେ। ଜାନୁୟାରୀ ତୃତୀୟ ସପ୍ତାହରେ ରାଜ୍ୟ ସଚିବାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ। ଯଦି ଏସବୁ ସତ୍ତ୍ୱେ ଓଡ଼ିଶାରେ ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରି ସମାଧାନ କରା ନଯାଏ ତା’ହେଲେ ୩ଟି ରାଜ୍ୟରେ ବିଜେପିର ବିପର୍ଯ୍ୟୟ ଭଳି ଏଠାରେ ମଧ୍ୟ ସରକାରଙ୍କୁ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଚାଷୀ ସଂଗଠନଗୁଡ଼ିକ ଚେତାବନୀ ଦେଇଛନ୍ତି।



from Odisha Reporter http://bit.ly/2Q3vrYa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages