ବୁଲନ୍ଦଶହର ହିଂସା ପଛର ଖଳନାୟକ କିଏ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ବୁଲନ୍ଦଶହର ହିଂସା ପଛର ଖଳନାୟକ କିଏ ?

ବୁଲନ୍ଦଶହର: ଉତ୍ତର ପ୍ରଦେଶର ବୁଲନ୍ଦଶହରରେ ସୃଷ୍ଟି ହୋଇଥିବା ସାଂପ୍ରଦାୟିକ ହିଂସା ଏବେ ତୀବ୍ର ରୂପ ଧାରଣ କରିଛି। ଏହି ହିଂସାରେ ଇନ୍‌ସପେକ୍ଟର ସୁବୋଧ କୁମାର ସିଂହଙ୍କୁ ଲୋକମାନେ ତାଙ୍କରି ସର୍ଭିସ ରିଭଲଭରରେ ହିଁ ଗୁଳି କରି ହତ୍ୟା କରିଛନ୍ତି। ତେବେ ଏହି ହିଂସା ପଛରେ ଗୋ-ହତ୍ୟାକୁ ବିରୋଧ କରିବା ନାଁରେ ଗୁଣ୍ଡାଗର୍ଦ୍ଦି କରୁଥିବା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କେତେକ ସଦସ୍ୟ ରହିଥିବା ସ୍ପଷ୍ଟ ହୋଇଛି।

ଏଥିସହ ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପିର ନେତାମାନେ ମଧ୍ୟ ଏହି ହିଂସାକୁ ପରୋକ୍ଷରେ ଉସକାଇଥିବା ମଧ୍ୟ ଜଣାପଡ଼ିଛି। ପୁଲିସ୍‌ ଏବେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି।

ପୁଲିସ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରିଥିବା ବେଳେ ୮୭ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି। ଏଥିରେ ବିଜେପି, ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟମାନେ ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ୬ଟି ଟିମ୍‌ ଗଠନ କରିଛି।

ପୁଲିସ୍‌ ପକ୍ଷରୁ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ଯୋଗେଶ ରାଜଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି। ସେ ହିଁ ୨୫ଟି ଗାଈଙ୍କ ମୃତଦେହ ମିଳିବା ପରେ ହିଂସାକାଣ୍ଡ ଘଟାଇବାକୁ ଲୋକଙ୍କୁ ଉସ୍‌କାଇଥିବା କଥା ପୁଲିସ୍‌ ଏଫ୍‌ଆଇଆର୍‌ରେ ଉଲ୍ଲେଖ କରିଛି।

୨୦୧୬ରେ ଯୋଗେଶ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ବନିଥିଲେ। ପୁଲିସ ଏଡିଜି ଆନନ୍ଦ କୁମାର କହିଛନ୍ତି, “ ଯୋଗେଶ ରାଜଙ୍କୁ ବିଭିନ୍ନ ସ୍ଥାନରେ ଗିରଫ କରିବାକୁ ଚଢ଼ଉ କରାଯାଉଛି। ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ହେବା ପୂର୍ବରୁ ଯୋଗେଶ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ।

ଏହାପରେ ସେ ଚାକିରିକୁ ବାଏବାଏ କହି ବଜରଙ୍ଗ ଦଳ ପାଇଁ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ପୂର୍ବରୁ ଗୋ-ସୁରକ୍ଷା ନାଁରେ ଯୋଗେଶ ବିଭିନ୍ନ ହିଂସାକାଣ୍ଡ ସୃଷ୍ଟି କରିବା ଘଟଣାରେ ଜଡ଼ିତ ଥିଲେ।



from Odisha Reporter https://ift.tt/2BOqA9k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages