କ’ଣ ପାଇଁ ପାଳନ କରାଯାଏ ନୌସେନା ଦିବସ, ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

କ’ଣ ପାଇଁ ପାଳନ କରାଯାଏ ନୌସେନା ଦିବସ, ପଢ଼ନ୍ତୁ

ନୂଆଦିଲ୍ଲୀ: ପ୍ରତିବର୍ଷ ଡିସେମ୍ୱର ମାସ ୪ ତାରିଖ ଦିନ ଆମେ ଭାରତୀୟ ନୌସେନା ଦିବସ ପାଳନ କରିଥାଉ। ଏହି ଦିନ ନୌସେନା ଜବାନମାନଙ୍କୁ ସ୍ମରଣ କରାଯାଇଥାଏ। ଏହି ଦିବସକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି, ୧୯୭୧ ମସିହା ୪ ଡିସେମ୍ୱରରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ହୋଇଥିଲା।

ଏହି ଯୁଦ୍ଧରେ ପାକିସ୍ଥାନ ସେନାକୁ ଜବାବ ଦେବା ପାଇଁ ଭାରତୀୟ ନୌସେନା ଅଧିକାରୀମାନେ ‘ଅପରେସନ ଟ୍ରାଇଡେଣ୍ଟ୍‌’ ନାମରେ ଏକ ଅଭିଯାନର ଶୁଭାରମ୍ଭ କରି ସଫଳତା ପାଇଥିଲେ। ଏହି ଅଭିଯାନ ପାକିସ୍ଥାନ ନୌସେନାର କରାଚୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଦୃଷ୍ଟିରେ ରଖି କରାଯାଇଥିଲା।

ଯୁଦ୍ଧରେ ପ୍ରଥମ ଥର ପାଇଁ ମିସାଇଲ୍‌ ବୋଟ୍‌ ଓ ଯୁଦ୍ଧ ତୋପକୁ  ବ୍ୟବହାର କରାଯାଇ ପାକିସ୍ଥାନର କରାଚୀ ତଟରେ ଥିବା ଅନେକ ଜାହାଜ ଉପରେ ଆକ୍ରମଣ କରାଯାଇଥିଲା।  ଏହା ସିହତ ଏହି ଆକ୍ରମଣରେ ଆଣ୍ଟି ସିପ୍‌ ମିସାଇଲ୍‌ର ପ୍ରୟୋଗ ମଧ୍ୟ ପ୍ରଥମ ଥର ପାଇଁ କରାଯାଇଥିଲା। ପାକିସ୍ଥାନର କରାଚୀ ତଟରେ ଆକ୍ରମଣ ପରେ ସାତ ଦିନ ଧରି କରାଚୀ ତେଲ ଡିପୋରେ ନିଆଁ ଜଳିଥିଲା। ଯେଉଁ ନିଆଁକୁ ଲିଭାଇବା ପାଇଁ ପାକିସ୍ଥାନ ଅସମର୍ଥ ହୋଇଥିଲା।

ଶେଷରେ ପାକିସ୍ଥାନର ଅନେକ ଜାହାଜ ଓ ତେଲ ଟାଙ୍କି ଧ୍ୱଂସ ପାଇଥିଲା। ଭାରତୀୟ ନୌସେନା ଜବାନଙ୍କର ସାହାସିକତା ପାଇଁ ଭାରତ ଏହି ଯୁଦ୍ଧରେ ବିଜୟ ହାସଲ କରିଥିଲା। ନୌସେନାର ଶକ୍ତି ଓ ସାହାସିକତା ଏବଂ ‘ଅପରେସନ୍‌ ଟ୍ରାଇଡେଣ୍ଟ୍‌’ର ସଫଳତାକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଡିସେମ୍ୱର ୪ ତାରିଖକୁ ନୌସେନା ଦିବସ ଭାବରେ ପାଳନ କରାଯାଇଥାଏ।

ଭାରତୀୟ ନୌସେନା ଭାରତୀୟ ସେନାର ଏକ ସାମୁଦ୍ରିକ ଅଙ୍ଗ। ୧୬୧୨ ମସିହାରେ ଭାରତୀୟ ନୌସେନାର ପ୍ରତିଷ୍ଠା କରାଯାଇଥିଲା। ଇଂରେଜମାନେ ଭାରତକୁ ଶାସନ କରୁଥିବା ସମୟରେ ଇଷ୍ଟ ଇଣ୍ଡଆ କମ୍ପାନୀ ନିଜ ଜାହାଜମାନଙ୍କୁ ସୁରକ୍ଷା ଦେବା ପାଇଁ East India Company’s Marine ନାମରେ ଏକ ସେନା ଗଠନ କରିଥିଲା। ପରେ ଏହାର ନାମ ରୟାଲ୍‌ ଇଣ୍ଡିଆନ୍‌ ନୌସେନାର ନାମ ଦିଆଗଲା। ଭାରତ ସ୍ୱାଧୀନତା ପାଇବା ପରେ ୧୯୫୦ ମସିହାରେ ନୌସେନାର ପୁର୍ନଗଠନ କରାଯାଇ ଭାରତୀୟ ନୌସେନା ନାମରେ ନାମିତ ହୋଇଥିଲା।



from Odisha Reporter https://ift.tt/2StCISW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages