ସୋଶାଲ୍‌ ମିଡିଆରେ ଲଢ଼ାଯିବ ୨୦୧୯ ନିର୍ବାଚନ! ଜାଣନ୍ତୁ କିଏ ରହିଛନ୍ତି କେତେ ସକ୍ରିୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ସୋଶାଲ୍‌ ମିଡିଆରେ ଲଢ଼ାଯିବ ୨୦୧୯ ନିର୍ବାଚନ! ଜାଣନ୍ତୁ କିଏ ରହିଛନ୍ତି କେତେ ସକ୍ରିୟ

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୀତିକ ଦଳଗୁଡ଼ିକ ଏବେଠାରୁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ଦେଶର ସବୁଠାରୁ ପୁରୁଣା ଗଣତନ୍ତ୍ରରେ ନିର୍ବାଚନ ପାଇଁ ହୁଏତ ବିଧିବଦ୍ଧ ଭାବେ କୌଣସି ରାଜନୀତିକ ଦଳ ଶୋଭାଯାତ୍ରା କିମ୍ବା ସମାବେଶ କରିନାହାନ୍ତି କିନ୍ତୁ ସୋଶଲ୍‌ ମିଡିଆରେ ଏବେଠାରୁ ଲୋକସଭା ପାଇଁ ପ୍ରଚାର ଓ ପ୍ରସାର ଆରମ୍ଭ ହୋଇଯାଇଛି।

ରାଜନୀତିକ ପଣ୍ଡିତଙ୍କ ମତରେ ଏଥର ନିର୍ବାଚନରେ ଫେସବୁକ, ଟ୍ୱିଟର ଓ ହ୍ୱାଟସ୍‌ଆପ ଭଳି ସୋଶାଲ୍‌ ନେଟୱର୍କିଂ ସାଇଟ୍‌କୁ ରାଜନୀତିକ ଦଳଗୁଡ଼ିକ ଅଧିକ ଗୁରୁତ୍ୱ ଦେଇ କିଙ୍ଗ ହେବାକୁ ଚେଷ୍ଟା କରିବେ। ଅର୍ଥାତ ସୋଶାଲ୍‌ ମିଡିଆ ହିଁ ଏଥର ନିର୍ବାଚନରେ କିଙ୍ଗ ମେକର ସାଜିବ।

ସମସ୍ତେ ଭଲ ଭାବେ ଜାଣିଛନ୍ତି ଯେ ଏବେ ଅଧିକାଂଶ ରାଜନେତା ସେମାନଙ୍କ ନାଁରେ ସୋଶାଲ୍‌ ମିଡିଆରେ ଆକାଉଣ୍ଟ ଖୋଲିଛନ୍ତି। ଗୋଟି ସ୍ଥାନରେ ବସି ସେମାନେ କୋଟି କୋଟି ଜନତାଙ୍କ ମନ ଜିତିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଏହି ସୋଶାଲ୍‌ ନେଟୱର୍କିଂ ସାଇଟ୍‌ରେ କେଉଁ ଦଳ ଓ କେଉଁ ନେତା ଆଗରେ ଅଛନ୍ତି ଆସନ୍ତୁ ଜାଣିବା।

ପ୍ରତି ୩ ଜଣରୁ ଜଣେ ଭୋଟର ଫେସବୁକ୍‌ରେ ସକ୍ରିୟ
୨୦୧୪ ଲୋକସଭା ନିର୍ବାଚନ ବେଳେ ଦେଶରେ ୮୩.୪୦ କୋଟି ଭୋଟର ଥିଲେ। ତେବେ ୨୦୧୯ରେ ଏହି ସଂଖ୍ୟା ୯୦ କୋଟିରେ ପହଞ୍ଚିଛି। ଏହି ୯୦ କୋଟି ଭୋଟରଙ୍କୁ ମଧ୍ୟରୁ ପ୍ରାୟ ୮ କୋଟି ନୂଆ ଭୋଟର ରହିଛନ୍ତି। ଏହି ନୂଆ ଭୋଟରଙ୍କ ଉପରେ ଭାରତୀୟ ଜନତା ପାର୍ଟି ନଜର ରଖିଛି। ସେହିପରି ୨୦୧୯ରେ ଦ୍ୱିତୀୟ ଥର ପାଇଁ ଭୋଟ ଦେବାକୁ ପ୍ରସ୍ତୁତ ହେଉଥିବା ୧୧ କୋଟି ୭୨ ଲକ୍ଷ ଭୋଟରଙ୍କୁ କଂଗ୍ରେସ ନିଜ ପାଖକୁ ଆଣିବାକୁ ସବୁ ପ୍ରକାରର ଉଦ୍ୟମ କରିବ ବୋଲି ରଣନୀତି ପ୍ରସ୍ତୁତ କରିଛି।

୨୦୧୭ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ଦେଶର ୨୧.୭ କୋଟି ଲୋକ ପ୍ରତିମାସରେ ଫେସବୁକ ବ୍ୟବହାର କରନ୍ତି। ଏଥିରୁ ସ୍ପଷ୍ଟ ଯେ ୨୦୧୯ ସୁଦ୍ଧା ଏହା ୨୯.୪ କୋଟିରେ ପହଞ୍ଚିବ। ଏପରି କହିବାର ଅର୍ଥ ୯୦ କୋଟି ଭୋଟରଙ୍କୁ ମଧ୍ୟରୁ ପ୍ରତି ୩ ଜଣରେ ଜଣେ ଫେସବୁକ୍‌ରେ ସକ୍ରିୟ ରହିଛନ୍ତି। ଏହି ସକ୍ରିୟ ଭୋଟରଙ୍କ ମଧ୍ୟରେ ଅଧିକାଂଶ ପ୍ରଥମଥର କିମ୍ବା ଦ୍ୱିତୀୟ ଥର ଭୋଟ୍‌ ଦେବେ। ଏଥିରୁ ସ୍ପଷ୍ଟ ହେଉଛି ଯେ ୨୦୧୯ ନିର୍ବାଚନରେ ଫେସବୁକର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ରହିଛି।

୨୦୧୯ ନିର୍ବାଚନ ପାଇଁ ଫେସବୁକ ମଧ୍ୟ ପ୍ରସ୍ତୁତ ରହିଛି। ଏଥିପାଇଁ ଏହି ସୋଶାଲ୍‌ ନେଟୱର୍କିଂ ସାଇଟ୍‌ ପକ୍ଷରୁ India: CrowdTangle Public Live Display ନାମରେ ଏକ ପେଜ୍‌ ଖୋଲାଯାଇଛି। ଯେଉଁଥରେ ସାଧାରଣ ଲୋକମାନେ ରାଜନୀତିକ ଦଳଗୁଡ଼ିକ କରୁଥିବା ପୋଷ୍ଟ ଏବଂ ସେମାନଙ୍କୁ ମିଳୁଥିବା ପ୍ରତିକ୍ରିୟା ସମ୍ପର୍କରେ ତଥ୍ୟ ପାଇପାରିବେ। ଯଦି ଏହାକୁ ଆମେ ତର୍ଜମା କରିବା, ତା’ହେଲେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିବ।

ଦଳ ମଧ୍ୟରେ ବିଜେପି-କଂଗ୍ରେସଠାରୁ ଆପ୍‌ ଆଗରେ

ସବୁ ରାଜନୀତିକ ଦଳଗୁଡ଼ିକୁ ପଛରେ ପକାଇ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଦଳ ଗତ ୩୦ ଦିନ ମଧ୍ୟରେ ସୋଶାଲ୍‌ ମିଡିଆରେ ୬୯୭ଟି ପୋଷ୍ଟ କରିଛି। ଏଥିରେ ଫଟୋ ଏବଂ ଭିଡିଓ ରହିଛି। ଏହାର ଅର୍ଥ ଆପ୍‌ ପ୍ରତିଦିନ ୨୩ଟି ପୋଷ୍ଟ କରିଛି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ବିଜେପି ରହିଛି। ଏହି ସମୟସୀମା ମଧ୍ୟରେ ବିଜେପି ୩୬୫ଟି ପୋଷ୍ଟ କରିଛି। ସେହିପରି ୨୯୮ଟି ପୋଷ୍ଟ ସହ କଂଗ୍ରେସ ୩ୟ ସ୍ଥାନରେ ରହିଛି।

ତେବେ ଫେସବୁକ ପେଜ ଦେଖିବା ଏବଂ ପେଜ୍‌କୁ ଲାଇକ କରିବା କ୍ଷେତ୍ରରେ ବିଜେପି ପ୍ରତିପକ୍ଷ କଂଗ୍ରେସ ଓ ଆପ୍‌କୁ ପଛରେ ପକାଇ ଦେଇଛି। ଅର୍ଥାତ ବିଜେପିର ପୋଷ୍ଟକୁ ଅଧିକାଂଶ ଲୋକ ଦେଖିବା ସହ ଏହାକୁ ଶେୟାର କରୁଛନ୍ତି।

ଦେଖନ୍ତୁ ଫଟୋ

ରାଜ୍ୟସଭାରେ ଧର୍ମେନ୍ଦ୍ର ୪ର୍ଥ ଲୋକପ୍ରିୟ
ରାଜ୍ୟସଭାର ସାଂସଦ ଓ ମନ୍ତ୍ରୀଙ୍କ ପୋଷ୍ଟକୁ ବିଚାରକୁ ନେଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋଶାଲ୍‌ ମିଡିଆରେ ୪ ନମ୍ବର ସ୍ଥାନରେ ରହିଛନ୍ତି। ସେ ଗତ ୩୦ ଦିନ ମଧ୍ୟରେ ୫୦୬ଟି ପୋଷ୍ଟ କରିଥିବା ବେଳେ ଏଥିରେ ୧୭୭, ୮୭୪ ଇଣ୍ଟରଆକ୍ସନ ହୋଇଛି। ଏହି ତାଲିକାରେ ସବୁଠାରୁ ଅଧିକ ଇଣ୍ଟରଆକ୍ସନ କରିଥିବା ଯୋଗୁ ୧ ନଂ ସ୍ଥାନରେ ଆରକେ ସିହ୍ନା ଅଛନ୍ତି। ଦ୍ୱିତୀୟରେ ଅମିତ ଶାହ, ତୃତୀୟର ପୀୟୂଷ ଗୋଏଲ ଓ ୫ମରେ ସୁବ୍ରମଣିଅନ୍ ସ୍ୱାମୀ ରହିଛନ୍ତି।

ଦେଖନ୍ତୁ ଫଟୋ

ଲୋକସଭାରେ ଓୱେସୀ ସବୁଠାରୁ ଅଧିକ ପୋଷ୍ଟ କରିଛନ୍ତି
ଲୋକସଭାର ସାଂସଦଙ୍କ କଥା ବିଚାରକୁ ନେଲେ ଏଆଇଏମଆଇଏମର ମୁଖ୍ୟ ଅସାଉଦ୍ଦିନ ଓୱେସୀ ଗତ ୩୦ ଦିନ ମଧ୍ୟରେ ସବୁଠାରୁ ଅଧିକ ୪୭୫ଟି ପୋଷ୍ଟ କରିଛନ୍ତି। ଏହାର ଅର୍ଥ ସେ ପ୍ରତିଦିନ ୧୬ଟି ପୋଷ୍ଟ ସୋଶାଲ୍‌ ମିଡିଆରେ ଛାଡ଼ୁଛନ୍ତି। ରାହୁଲ ଗାନ୍ଧି ୩୦ ଦିନ ମଧ୍ୟରେ ୧୧୩ଟି ପୋଷ୍ଟ କରିଥିବା ବେଳେ ରଘୁ ଶର୍ମା ୨୧୫ଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୨ଟି ପୋଷ୍ଟ କରିଛନ୍ତି। ତେବେ ମୋଦିଙ୍କ ୫୨ଟି ପୋଷ୍ଟକୁ ସବୁଠାରୁ ଅଧିକ ଲୋକ ଦେଖିବା ସହ ଏହାକୁ ଶେୟାର କରିଛନ୍ତି। ଏହି ତାଲିକାରେ ରାହୁଲ ଗାନ୍ଧି ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଦେଖନ୍ତୁ ଫଟୋ



from Odisha Reporter http://bit.ly/2PVAhqt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages