ଏହି ୭ଟି ଆସନରେ ଶେଷ ମୁହୂର୍ତ୍ତରେ ହାରିନଥିଲେ ସରକାର କରିଥାନ୍ତା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ଏହି ୭ଟି ଆସନରେ ଶେଷ ମୁହୂର୍ତ୍ତରେ ହାରିନଥିଲେ ସରକାର କରିଥାନ୍ତା ବିଜେପି

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଘୋଷଣା ଚାଲିଥିବା ସମୟରେ ମଧ୍ୟପ୍ରଦେଶରେ ମ୍ୟାଜିକ୍ ନମ୍ବର କିଏ ହାସଲ କରିବ, ତାକୁ ନେଇ କଂଗ୍ରେସ (୧୧୪) ଏବଂ ବିଜେପି (୧୦୯) ମଧ୍ୟରେ ଚାଲିଥିଲା ଛକାପଞ୍ଝା। କିନ୍ତୁ କଂଗ୍ରେସ ଏହି ସଂଖ୍ୟାଠାରୁ ମାତ୍ର ଦୁଇଟି ଆସନ ପଛରେ ରହିବାପରେ ବିଏସ୍‌ପି ଏହାକୁ ସମର୍ଥନ ଜଣାଇବା ଭବିଷ୍ୟତର ସତ୍ତା ବାବଦରେ ସ୍ପଷ୍ଟ ଆଭାସ ଦେଇ ସାରିଛି। ଚର୍ଚ୍ଚା ଧରିଛି ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଲ ନାଥ ହେବେ ମୁଖ୍ୟମନ୍ତ୍ରୀ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ନେବେ ଡେପୁଟୀ ଦାୟିତ୍ୱ।

ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଘମାଘୋଟ ଲଢ଼େଇ ମ୍ୟାଜିକ୍ ସଂଖ୍ୟା ୧୧୬ ପାଇଁ ୭ଟି ଆସନ ପଛରେ ଥିବାବେଳେ ବିଜେପି ଏପରି ୭ଟି ଆସନରେ ହାରିଛି ଯାହାକି ବିଜୟର ନିକଟବର୍ତ୍ତୀ ଥିଲା।

ସବୁଠୁ କମ୍ ବ୍ୟବଧାନ ରହିଛି ଗ୍ୱାଲିୟର୍ ସାଉଥ୍‌ରେ। ଏଠାରେ କଂଗ୍ରେସର ପ୍ରବୀଣ ପାଠକ୍‌ ବିଜେପିର ନାରାୟଣ ସିଂହ କୁସ୍‌ୱାଙ୍କଠାରୁ ମାତ୍ର ୧୨୧ଟି ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି।

ସେହିଭଳି ସୁଆର୍‌ସାରୁ ରାଧେଶ୍ୟାମ୍ ନାନାଲାଲ ପଟିଦାର ଡାଙ୍ଗ୍ ହରଦୀପ୍ ସିଂହଙ୍କଠାରୁ ୩୫୦ ଭୋଟ୍‌ରେ ପରାଜୟ ବରଣ କରିଛନ୍ତି। ଜବଲପୁର ନର୍ଥରୁ କଂଗ୍ରେସର ବିଜୟ ସାକ୍ସେନାଠାରୁ ୫୭୮ ଭୋଟ୍‌ ବିଜେପିର ଶରଦ ଜୈନ୍‌ ପରାସ୍ତ ହରାଇଛନ୍ତି ।

ରାଜନଗର ଆସନରୁ କଂଗ୍ରେସ୍‌ର ବିକ୍ରମ ସିଂହ ଅରବିନ୍ଦ ପାଟେରିଆଙ୍କୁ ୭୩୨ ଭୋଟ୍‌ରେ ହରାଇଛନ୍ତି। ସେହିଭଳି ଦାମୋ, ବାୟୋରା ଏବଂ ରାଜପୁରରେ ଯଥାକ୍ରମେ ୭୯୮,୮୨୬ ଏବଂ ୯୩୨ ଭୋଟ୍‌ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପରାଜୟ ବରଣ କରିଛନ୍ତି।



from Odisha Reporter https://ift.tt/2Bh0eeI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages