‘କାଳିଆ’, ‘ଉଜ୍ଜ୍ଵଳା’ ଓ ‘ଟ୍ରିପଲ ତଲାକ’ ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଲେ ଧର୍ମେନ୍ଦ୍ର  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

‘କାଳିଆ’, ‘ଉଜ୍ଜ୍ଵଳା’ ଓ ‘ଟ୍ରିପଲ ତଲାକ’ ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଲେ ଧର୍ମେନ୍ଦ୍ର 

dharmendra

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ କଳାକନା ବୁଲାଇଥିବା ଲୋକମାନେ କାଳିଆର ସାହାରା ନେଉଛନ୍ତି। କାଳିଆକୁ ଉପାସ ରଖିଲେ। ଏ ସରକାରଙ୍କର ମନ ଭିତରେ କି ଯୋଜନାରେ ସ୍ପଷ୍ଟତା ନାହିଁ। ଓଡିଶାରେ ନିଜେ କରିବୁନି କି କାହାକୁ କରାଇଦେବୁନି, ଏହି ମାନସିକତାରେ ସରକାର ପହଞ୍ଚିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, “ଏ ସରକାରଙ୍କର ଚାଷୀମାନଙ୍କ ପାଇଁ କିଛି ସ୍ପଷ୍ଟତା ନାହିଁ। କେବଳ ଭୋଟ ହାତେଇବା ପାଇଁ ଏବେ ସୁଆଙ୍ଗ କରୁଛନ୍ତି। ବିଜେପି ଶାସିତ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ କୃଷିଋଣ ଛାଡ଼ ହୋଇଛି। ଓଡିଶାରେ କୃଷକମାନଙ୍କୁ ନିଜ ଗୋଡ଼ରେ ଛିଡ଼ା କରିବା ପାଇଁ କୃଷିଋଣ ଛାଡ଼ ବଳିଷ୍ଠ ପଦକ୍ଷେପ ହେବ ଏବଂ ଆମେ ଏଥିରେ ଅଛୁ। ପ୍ରଧାନମନ୍ତ୍ରୀ ଜାତୀୟ ସ୍ତରର ସ୍ଥିତି ନେଇ କଥା କହୁଥିବା ବେଳେ ଯେଉଁମାନେ ଏହାକୁ ନେଇ ପ୍ରସଙ୍ଗ ଉଠାଇଛନ୍ତି ସେମାନଙ୍କର କହିବାର କୌଣସି ନୈତିକ ଅଧିକାର ନାହିଁ। ସେମାନେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।”

କାଳିଆ ଯୋଜନା ପାଇଁ ବିଧାନସଭା ବସାଇ ଅତିରିକ୍ତ ବଜେଟର ବ୍ୟବସ୍ଥା କଣ ପାଇଁ କଲେନାହିଁ ବୋଲି ପ୍ରଶ୍ନ କରି ସେ କହିଛନ୍ତି, ମନ ଭିତରେ ପାପ ଅଛି। ଚାଷୀମାନଙ୍କୁ ସହାୟତା କରିବା ସରକାରଙ୍କ ମୂଳ ଲକ୍ଷ୍ୟ ନୁହେଁ। ୧୦୦ ଟଙ୍କାର ବୋନସ ଦେବେ ବୋଲି କହିଥିଲେ, ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବା କଥା କହିଥିଲେ। ଏହି ପ୍ରତିଶ୍ରୁତି କୁଆଡେ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ଉଜ୍ଜ୍ଵଳା ଗ୍ୟାସ ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ୧୯ ବର୍ଷ ଶାସନରେ ଯେଉଁମାନେ ରହିଲେ, ଲାଞ୍ଚ ନେଇ ସରକାରୀ ବ୍ୟବସ୍ଥା ବାଣ୍ଟିଲେ, ସେମାନଙ୍କୁ ଏବେ ଲୋକମାନେ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଇଛନ୍ତି। କେବଳ ଭୋଟ ପାଇଁ ଟଙ୍କା ବାଣ୍ଟିଲେ ସଶକ୍ତିକରଣ ହୁଏନାହିଁ। ଉଜ୍ଜ୍ଵଳା ଯୋଜନାକୁ ଯେଉଁମାନେ ଇର୍ଷା କରୁଛନ୍ତି ସେମାନେ ଓଡ଼ିଶାର ମହିଳାମାନଙ୍କୁ ଈର୍ଷା କରୁଛନ୍ତି ବୋଲି ସେ କହିଛନ୍ତି।

ଉଜ୍ଜ୍ଵଳାକୁ ସମାଲୋଚନା କରିଥିବା ମୁଖ୍ୟମନ୍ତ୍ରୀଙ୍କ ଯୋଗାଣମନ୍ତ୍ରୀ ୨୦୧୮ ମସିହାରେ ୧୮୫୦ ଟଙ୍କାର ସବସିଡି ନେଇଛନ୍ତି। ଓଡ଼ିଶାର ମହିଳାମାନେ କିପରି ଲାଭ ନ ପାଇବେ ଏଥିପାଇଁ ସରକାରଙ୍କର ଜଣେ ବରିଷ୍ଠ ମନ୍ତ୍ରୀ ଷଡ଼ଯନ୍ତ୍ର କରିଛନ୍ତି। ସେଥିପାଇଁ ଖୋର୍ଦ୍ଧାରେ ବଟଲିଂ ପ୍ଲାଣ୍ଟ  ପାଇଁ ଜାଣିଶୁଣି ଏଯାଏ ସରକାର ଜମି ପ୍ରଦାନ କରିନାହାନ୍ତି।

ଟ୍ରିପଲ୍ ତଲାକ ଉପରେ ବିଜେଡିର ମତକୁ ନୀଳବର୍ଣ୍ଣ ଶୃଗାଳର ମତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ୩୩ ପ୍ରତିଶତ ସଂରକ୍ଷଣ କଥା କହୁଥିବା ବେଳେ ମୁସଲମାନ ଭଉଣୀମାନଙ୍କ ଟ୍ରିପଲ ତଲାକ ଯୋଗୁ ଜୀବନ ଖରାପ ହେଉଥିବା ବେଳେ ଏହି ବିଲ୍ କୁ କାହିଁକି ବିରୋଧ କରୁଛନ୍ତି? ଓଡିଶାର ୩/୪ ଆସନରେ ଭୋଟ ହାତେଇବା ପାଇଁ ମୁସଲମାନ ମା ଭଉଣୀମାନଙ୍କ ପ୍ରତି ବିଜେଡି ଅନ୍ୟାୟ କରୁଛି। ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ମୁଁ ଦେଇଛି। ‘ପିସିର ଦାନବକୁ କିଏ ଦାନାପାଣି ଦେଉଛି’ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ଦାନାପାଣି ଦେଉଥିବା ସେ ନିଜେ କହିଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କର ତାଙ୍କ ଘରେ ଥିବା ଛୋଟ ପିସି ଦାନବ ସରୋଜ ସାହୁଙ୍କ ସହ କଣ ସମ୍ପର୍କ, ସେ ପ୍ରଶ୍ନର ଉତ୍ତର କେବେ ଦେବେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।



from Odisha Reporter http://bit.ly/2ThRaNY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages