ଆରମ୍ଭ ହେଲା ‘ଉଜ୍ଜ୍ୱଳା ସାନିଟାରୀ ନାପ୍‌କିନ୍‌’ ଯୋଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ଆରମ୍ଭ ହେଲା ‘ଉଜ୍ଜ୍ୱଳା ସାନିଟାରୀ ନାପ୍‌କିନ୍‌’ ଯୋଜନା

ujala

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉଜ୍ଜ୍ୱଳା ଯୋଜନାରେ ‘ସାନିଟାରୀ ନାପ୍‌କିନ୍’ ପ୍ରସ୍ତୁତି ଓ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱରର ରେଲୱେ ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଛନ୍ତି।

ପ୍ରାରମ୍ଭିକ ପର୍ଯ୍ୟାୟରେ ଶହେଟି ପ୍ରସ୍ତୁତ କେନ୍ଦ୍ର ଆଜିଠାରୁ ଆରମ୍ଭ ହୋଇଛି। ଏଥିପାଇଁ ପ୍ରତ୍ୟେକ କେନ୍ଦ୍ରରେ ୧୦ ଜଣ ଯୁବତୀଙ୍କୁ ନିଯୁକ୍ତିର ବ୍ୟବସ୍ଥା କରାଯିବ। ଆଗାମୀ ଦିନରେ ମୋଟ ୫ ଶହଟି କେନ୍ଦ୍ରରେ ୫ ହଜାର ଯୁବତୀଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ହେବ।

ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, “ନୂଆ ଭାରତ, ନୂଆ ଓଡ଼ିଶା ବିନା ସମ୍ଭବ ନୁହେଁ। ସାଢ଼େ ୪ କୋଟି ଜନସଂଖ୍ୟାର ୨.୨୫ କୋଟି ମହିଳାଙ୍କୁ ସ୍ୱାବାଲମ୍ବୀ, ସ୍ୱୟଂପ୍ରଭା ଓ ସ୍ୱୟଂସିଦ୍ଧା ନକରିବା ପର୍ଯ୍ୟନ୍ତ ନୂଆ ଓଡ଼ିଶା ସମ୍ଭବ ନୁହେଁ। ଓଡ଼ିଶାର ମହିଳାମାନଙ୍କ ସ୍ୱାସ୍ଥ୍ୟ, ସ୍ୱରୋଜଗାର ଓ ସଶକ୍ତିକରଣ ପାଇଁ ଏହା ଏକ ବଳିଷ୍ଠ ପଦକ୍ଷେପ।”

୩୦ଟି ଜିଲ୍ଲାର ୯୩ଟି ବ୍ଲକରେ ଜନ ସେବା କେନ୍ଦ୍ର (ସିଏଚ୍‌ସି)ଗୁଡିକରେ ଉଜ୍ଜ୍ୱଳା ସାନିଟାରୀ ନାପ୍‌କିନ୍‌ ଉପକ୍ରମ ଅଧୀନରେ ୨.୯୪ କୋଟି ଟଙ୍କାରେ ୧୦୦ଟି ଆଞ୍ଚଳିକ ପ୍ରସ୍ତୁତି କେନ୍ଦ୍ର ସ୍ଥାପନ କରାଯିବ। ଉପଭୋକ୍ତାଙ୍କ ପାଇଁ ପ୍ୟାଡ୍ ପ୍ୟାକ୍‌ କରାଯିବା ପୂର୍ବରୁ ଜୀବାଣୁମୁକ୍ତ ଥିବା ସୁନିଶ୍ଚିତ କରିବା ଲାଗି ସ୍ୱତନ୍ତ୍ର ଜୀବାଣୁନାଶକ ଉପଚାର ଗୃହ ଉପଲବ୍ଧ ହେବ। ପ୍ରତ୍ୟେକ ସଂସ୍ଥା ଦୈନିକ ୧୨୦୦ରୁ ୨୦୦୦ ପ୍ୟାଡ୍ ଉତ୍ପାଦନ କରିବେ। ୪୫ ହଜାରରୁ ୫୦ ହଜାର ପ୍ୟାଡ୍ ଉତ୍ପାଦନ କରିବା ପାଇଁ କଞ୍ଚାମାଲ ସଂସ୍ଥାଗୁଡ଼ିକ ପାଖରେ ଉପଲବ୍ଧ ରହିବ। ୮ଟି ପ୍ୟାଡ୍ ଥାଇ ପ୍ରତ୍ୟେକ ପ୍ୟାକେଟ୍‌ର ମୂଲ୍ୟ ୪୨ ଟଙ୍କା ଧାର୍ଯ୍ୟ କରାଯାଇଛି।

ପ୍ରତି କେନ୍ଦ୍ରରେ ୫ରୁ ୬ ଜଣ ମହିଳା ଓ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ। ଏଠାରେ ମହିଳାମାନଙ୍କୁ ତାଲିମ ପାଠ୍ୟକ୍ରମ ଜରିଆରେ ପ୍ରଶିକ୍ଷଣ ଦିଆଯିବ ଯାହା ସେମାନଙ୍କୁ ଗୁଜୁରାଣ ମେଣ୍ଟାଇବାରେ ସମ୍ମାନର ମାଧ୍ୟମ ହେବା ସହ ସେମାନଙ୍କ ଔଦ୍ୟୋଗିକ ଦକ୍ଷତା ବିକାଶ କରିବ।

କାର୍ଯ୍ୟକ୍ରମରେ ନାଲକୋ ସିଏମ୍‌ଡି ତପନ କୁମାର ଚାନ୍ଦ, ସିଏସ୍‌ସି ଓଡ଼ିଶା ମୁଖ୍ୟ ସ୍ୱର୍ଣ୍ଣପ୍ରଭା ସିଂହ, ଆଇଓସିଏଲ୍‌ (ଏଲ୍‌ପିଜି) ଜିଏମ୍‌ ସଞ୍ଜୟ ଝା, ବିପିସିଏଲ୍‌ ଓଡ଼ିଶା ଓ ଝାରଖଣ୍ଡ (ଏଲ୍‌ପିଜି) ରାଜ୍ୟମୁଖ୍ୟ ସଞ୍ଜୟ ଶର୍ମା, ଏଚ୍‌ସିସିଏଲ୍‌ ଡିଜିଏମ୍‌ (ଏଲ୍‌ପିଜି) ଧର୍ମେନ୍ଦ୍ର ବେହୁରା, ଅଭିନେତ୍ରୀ ମହାଶ୍ଵେତା ରାୟ, ଅପରାଜିତା ମହାନ୍ତି, ଅନୁ ଚୌଧୁରୀ, ପିଙ୍କି ପ୍ରଧାନ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ସଞ୍ଜୁକ୍ତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।



from Odisha Reporter http://bit.ly/2QVnkT5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages