ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ପଛରେ କିଏ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ପଛରେ କିଏ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଥିବାବେଳେ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି। ନୂଆବର୍ଷ ଆରମ୍ଭ ପୂର୍ବରୁ ଏହି ଚର୍ଚ୍ଚା କେଉଁଠୁ ଆରମ୍ଭ ହେଲା ଓ ଏଭଳି ଚର୍ଚ୍ଚା ସୃଷ୍ଟି କରିବା ପଛରେ ଉଦ୍ଦେଶ୍ୟ କ’ଣ, ତାକୁ ନେଇ ସଂଶୟ ଲାଗି ରହିଥିବାବେଳେ ସତରେ କ’ଣ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ, ତାକୁ ନେଇ ପ୍ରଶ୍ନ ଉଠିଛି।
ସୂଚନା ଅନୁସାରେ, ମନ୍ତ୍ରିମଣ୍ଡଳ ଅଦଳବଦଳ କରିବା ପାଇଁ ଚାପ ସୃଷ୍ଟି କରିବା ଲକ୍ଷ୍ୟରେ ବିଜେଡିର ଏକ ପ୍ରଭାବଶାଳୀ ଗୋଷ୍ଠୀ ଏବେ ଏଭଳି ଉଦ୍ୟମ କରିଛି। ପଞ୍ଚାୟତ ନିର୍ବାଚନରେ ଦଳର ଭାବମୂର୍ତ୍ତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁମାନଙ୍କୁ ନିଜ ମନ୍ତ୍ରିମଣ୍ଡଳରୁ ବିଦା କରିଥିଲେ ଏବେ ସେମାନେ ପୁଣିଥରେ ମନ୍ତ୍ରିମଣ୍ଡଳକୁ ଫେରିବାକୁ ଜୋରସୋରରେ ଉଦ୍ୟମ ଆରମ୍ଭ କରିଛନ୍ତି। ଚିଟଫଣ୍ଡ, ନବକଳେବର ଓ ଅନ୍ୟାନ୍ୟ ଦୁର୍ନୀତି ପ୍ରସଙ୍ଗରେ ବିବାଦୀୟ ଥିବା ମନ୍ତ୍ରୀମାନଙ୍କୁ ନବୀନ ବିଦା କରିଥିବାରୁ ସେମାନେ ନିର୍ବାଚନକୁ ଯିବା ପୂର୍ବରୁ ନିଜ ନିଜର ବିବାଦୀୟ ଚରିତ୍ରକୁ ଧୋଇ ସଫା ସାର୍ଟିଫିକେଟ୍ ହାସଲ ପାଇଁ ଉଦ୍ୟମ ଚଳାଇଛନ୍ତି। ଗଣମାଧ୍ୟମରେ ଥିବା ନିଜର କିଛି ଅନୁଗତଙ୍କ ମାଧ୍ୟମରେ ଏହି ନେତାମାନେ କୁଆଡ଼େ ଏଭଳି ଗୋଟିଚାଳନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଚାହିଁଛନ୍ତି।
ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରିମଣ୍ଡଳକୁ ଫେରିବା ପାଇଁ କିଛି ଯୁବନେତା ଗତ କିଛିମାସ ଧରି ଚାପ ପକାଇ ଆସୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଏବେ  ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଥିବାରୁ ଏଭଳି ଅନାବଶ୍ୟକ ମନ୍ତ୍ରିମଣ୍ଡଳ ଅଦଳବଦଳ କରି ଦଳ ଭିତରେ ଅଯଥା ଅସ୍ଥିରତା ସୃଷ୍ଟି କରିବା ସପକ୍ଷରେ ନାହାନ୍ତି।
ଅନ୍ୟପକ୍ଷରେ ମନ୍ତ୍ରିମଣ୍ଡଳ ଅଦଳବଦଳ ସପକ୍ଷରେ ଯୁକ୍ତି ବାଢ଼ୁଥିବା ବିଜେଡିର କିଛି ଯୁବନେତାଙ୍କ ମତରେ, ବିଭିନ୍ନ କାରଣରୁ ମନ୍ତ୍ରୀ ପ୍ରଦୀପ ମହାରଥୀ, ବଦ୍ରିନାରାୟଣ ପାତ୍ର, ମହେଶ୍ୱର ମହାନ୍ତି, ନିରଞ୍ଜନ ପୂଜାରୀ ଓ ଅନନ୍ତ ଦାସ ବିବାଦୀୟ ହୋଇ ରହିଛନ୍ତି। ନିର୍ବାଚନକୁ ଯିବା ପୂର୍ବରୁ ଯଦି ଏମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆ ନଯାଏ, ତାହେଲେ ତା’ର ପ୍ରତିକୂଳ ପ୍ରଭାବ ଦଳର ଭୋଟ୍ ଉପରେ ପଡ଼ିବ। ତେବେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ କି ନାହିଁ ତାହା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେ ବୋଲି ସେମାନେ ସ୍ଵୀକାର କରିଛନ୍ତି।
ସୂଚନା ଅନୁସାରେ, ଏଭଳି ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରସଙ୍ଗ ଉଠାଇ ବିଜେଡିର କିଛି ନେତା ଆଗାମୀ ନିର୍ବାଚନ ପାଇଁ ଏବେ ପ୍ରସ୍ତୁତି ଚାଲିଥିବା ଦଳୀୟ ଟିକେଟକୁ ସୁନିଶ୍ଚିତ କରିବାକୁ ଏବେ ରଣନୀତି ପ୍ରସ୍ତୁତ କରିଛନ୍ତି। ଦଳୀୟ ଟିକେଟ୍ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ତା’ର ଫାଇଦା ଉଠାଇବା ପାଇଁ କିଛି ଯୁବନେତା ଏବେ ଏଭଳି ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚାକୁ ଗଣମାଧ୍ୟମ ଜରିଆରେ ସତେଜ ରଖି ନିଜର ଗୁରୁତ୍ୱ ବୃଦ୍ଧି କରିବାକୁ ଚାହୁଁଛନ୍ତି। ତୃତୀୟ ମହଲାର ଘନିଷ୍ଠ ଥିବା ଦୁଇଜଣ ଯୁବନେତା ଏଭଳି ଚର୍ଚ୍ଚା ଆରମ୍ଭ କରି ଟିକେଟ୍ ଆଶାୟୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଥିବା ପାୱାର କରିଡରରେ ଆଲୋଚନା ହେଉଛି।


from Odisha Reporter http://bit.ly/2GJtT6i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages