ପ୍ରଧାନମନ୍ତ୍ରୀଙ୍କ ପୁଅର ଆକାଉଣ୍ଟ ବ୍ଲକ୍‌ କଲା ଫେସ୍‌ବୁକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ପ୍ରଧାନମନ୍ତ୍ରୀଙ୍କ ପୁଅର ଆକାଉଣ୍ଟ ବ୍ଲକ୍‌ କଲା ଫେସ୍‌ବୁକ

yair

ଇଜ୍ରାଇଲ: ମୁସଲିମ୍‌ ବିରୋଧୀ ପୋଷ୍ଟ କରିବା କାରଣରୁ ଇଜ୍ରାଏଲର ପ୍ରଧାନମନ୍ତ୍ରୀଙ୍କ ପୁଅର ଆକାଉଣ୍ଟକୁ ୨୪ ଘଣ୍ଟା ପାଇଁ ଫେସ୍‌ବୁକ୍‌ ବ୍ଲକ୍‌ କରିଦେଇଛି। ଏନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟୁହଙ୍କ ବଡ଼ ପୁଅ ୟାଇର ନେତାନ୍ୟୁହ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରି ଜଣାଇଛନ୍ତି। ଫେସ୍‌ବୁକ୍‌ର ଏପରି ପଦକ୍ଷେପ ଏକଛତ୍ରବାଦ ବୋଲି ସେ କହିଛନ୍ତି।

ପାଲେଷ୍ଟୀନୀୟଙ୍କ ପକ୍ଷରୁ ହୋଇଥିବା ଏକ ଘାତକ ଆକ୍ରମଣ ପରେ ୟାଇର ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ କରି ସବୁ ମୁସଲମାନ ଇଜ୍ରାଏଲ ଛାଡ଼ି ଚାଲିଯିବାକୁ ଲେଖିଥିଲେ।

ଅନ୍ୟ ଏକ ପୋଷ୍ଟରେ ସେ ଲେଖିଥିଲେ, “ଶାନ୍ତି ପାଇଁ ଦୁଇଟି ସମ୍ଭାବିତ ସମାଧାନ ରହିଛି। ସବୁ ୟେହୁଦୀ ଇଜ୍ରାଏଲ ଛାଡ଼ି ଚାଲି ଯାଆନ୍ତୁ, କିମ୍ବା ସବୁ ମୁସଲମାନ ଇଜ୍ରାଏଲ ଛାଡ଼ିଦିଅନ୍ତୁ। ମୁଁ ଦ୍ୱିତୀୟ ବିକଳ୍ପକୁ ଗୁରୁତ୍ୱ ଦେଉଛି।”

ଗୁରୁବାର ମଧ୍ୟ  ୱେଷ୍ଟବ୍ୟାଙ୍କର ଏକ ବସ୍ତି ପାଖରେ ଥିବା ବସ୍‌ଷ୍ଟାଣ୍ଡରେ ହୋଇଥିବା ଆକ୍ରମଣରେ ଦୁଇଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିଲା। ଏହିଦିନ ମଧ୍ୟ ୱେଷ୍ଟବ୍ୟାଙ୍କ ନିକଟରେ ଆଉ ଏକ ଆକ୍ରମଣରେ ଜଣେ ପ୍ରସୂତୀ ମହିଳା ଆହତ ହୋଇଥିଲେ। ଏହି କାରଣରୁ ସମୟ ପୂର୍ବରୁ ମହିଳାଙ୍କ ପିଲାଜନ୍ମ ହୋଇଥିଲା ଓ ପିଲାଟି ମରିଯାଇଥିଲା। ଏହି ଦୁଇଟି ଘଟଣା ଘଟିବା ପରେ ପରେ ୟାଇରଙ୍କ ଏହି ପୋଷ୍ଟ ଆସିଥିଲା।



from Odisha Reporter https://ift.tt/2UOjfOB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages