
ଥାନେ: ବାରମ୍ବାର ପଡ଼ୋଶୀଙ୍କ ପୋଷା ବିଲେଇ ଜଣେ ବ୍ୟକ୍ତିଙ୍କ ଘରେ ପଶିବାରୁ ସେ ତାଙ୍କୁ ୧୬ ମହଲା କୋଠା ଉପରୁ ଫୋପାଡ଼ି ହତ୍ୟା କରିଛନ୍ତି। ଥାନେ ଅଞ୍ଚଳରେ ଘଟିଥିବା ଏଭଳି ଅମାନବୀୟ ଘଟଣା ଏବେ ସାରା ଦେଶରେ ପଶୁପ୍ରେମୀଙ୍କୁ ଆଘାତ ଦେଇଛି। ଥାନେର କସରୱାଦଭ୍ଲିଠାରେ ଥିବା ଏଭେରେଷ୍ଟ କଣ୍ଟ୍ରିସାଇଡ୍ କମ୍ପ୍ଲେକ୍ସରେ ରହୁଥିବା ଶିବରାମ ପଞ୍ଚଲ(୬୪)ଙ୍କ ପଡ଼ୋଶୀ ଗନି ଶେଖ୍ ଏକାଧିକ ପର୍ସିଆନ୍ ବିଲେଇ ଏବଂ କୁକୁର ରଖିଛନ୍ତି।
ତେବେ ଏହି ପୋଷା ପର୍ସିଆନ୍ ବିଲେଇଙ୍କ ମଧ୍ୟରୁ ଗୋଟିଏ ବାରମ୍ବାର ଶିବରାମଙ୍କ ଘରେ ପଶି ଯାଉଥିଲା। ଏଥିରେ ବିରକ୍ତି ଭାବ ପ୍ରକାଶ କରି ଶିବରାମ ଛୋଟ ବିଲେଇଟିକୁ ୧୬ ମହଲା କୋଠାରୁ ଫୋପାଡ଼ି ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍ ଶିବରାମଙ୍କୁ ଗିରଫ କରିଛି। ତେବେ ସେ ଜାମିନ୍ରେ ଛାଡ଼ ପାଇଛନ୍ତି।
ପର୍ସିଆନ୍ ବିଲେଇଟିର ମୃତଦେହକୁ ଶେଖ ଘରକୁ ଆଣିବା ପରେ ଏକ ଭାବବିହ୍ୱଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେଠାରେ ଥିବା ଅନ୍ୟ ୮ଟି ପର୍ସିଆନ୍ ବିଲେଇ ଏବଂ ଲାବ୍ରୋଡର କୁକୁର ବିଲେଇଟିର ମୃତଦେହ ଦେଖି ବିଭିନ୍ନ ଶବ୍ଦ କରିବା ଆରମ୍ଭ କରିଥିଲେ।
ସେମାନେ ସାଧାରଣ ମଣିଷଙ୍କ ଭଳି ମୃତଦେହକୁ ଜଗି ରହିଥିଲେ। ଏପରି କି ସେମାନଙ୍କୁ ଶେଖ ମୃତଦେହ ପାଖରୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ ହେଁ ବିଲେଇ ଏବଂ କୁକୁରମାନେ ଏଥିରେ ରାଜି ହୋଇ ନଥିଲେ। ଏହା ଦେଖି ପାଖ ପଡ଼ୋଶୀ ବେଶ ଚକିତ ହୋଇଯାଇଥିଲେ।
from Odisha Reporter https://ift.tt/2PIfYg5
No comments:
Post a Comment