
ଥିରୁଅନନ୍ତପୁରମ୍: ଭିତ୍ତିହୀନ ତଥ୍ୟ ଉପସ୍ଥାପନ କରି କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ କେରଳ ହାଇକୋର୍ଟ ଜଣେ ବିଜେପି ନେତାଙ୍କୁ ୨୫ ହଜାର ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏଥିପାଇଁ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଶୋଭା ସୁରେନ୍ଦ୍ରନଙ୍କୁ ତୀବ୍ର ଭର୍ତ୍ସନା ମଧ୍ୟ କରିଛନ୍ତି।
କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରକୁ ସବୁ ବୟସର ମହିଳାମାନେ ପ୍ରବେଶ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଏହାକୁ ପାଳନ କରିବାକୁ ଉଦ୍ୟମ କରୁଥିବା ବେଳେ ବିଜେପି ସହିତ କିଛି ହିନ୍ଦୁ ସଂଗଠନ ଏହାକୁ ଜୋରଦାର ବିରୋଧ କରୁଛନ୍ତି। ସାବରୀମାଲା ପ୍ରସଙ୍ଗରୁ ବିଜେପି ନିଜର ରାଜନୀତିକ ଫାଇଦା ମଧ୍ୟ ହାସଲ କରିବାକୁ ଚାହୁଁଛି।
ଏହିକ୍ରମରେ ସୁରେନ୍ଦ୍ରନ ପୁଲିସ୍ ଉପରେ ଅଙ୍ଗୁଳି ଉଠାଇବା ସହ ସାବରୀମାଲାର ଶ୍ରଦ୍ଧାଳୁଙ୍କୁ ପୁଲିସ୍ ହଇରାଣ କରୁଛି ଏବଂ ସେମାନଙ୍କ ଉପରେ ଅତ୍ୟାଚାର କରୁଛି ବୋଲି ଅଭିଯୋଗ କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ।
ତେବେ କୋର୍ଟ ଏହି ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ହୃଦୟଙ୍ଗମ କରିବା ସହ ଏହା କେବଳ ଲୋକପ୍ରିୟତା ହାସଲ ପାଇଁ ଉଦ୍ୟମ ବୋଲି କହିଛନ୍ତି। କୋର୍ଟ ଶୋଭାଙ୍କ ପିଆଇଏଲ୍କୁ ଖାରଜ କରିବା ସହ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ତୀବ୍ର ସମାଲୋଚନା କରିଥିଲେ।
ଏହାପରେ ଶୋଭାଙ୍କ ଓକିଲ କୋର୍ଟରେ କ୍ଷମା ନିବେଦନ କରିଥିଲେ। ଶେଷରେ ସେ ମାମଲାକୁ ପ୍ରତ୍ୟାହାର କରି ନେଇଥିଲେ। ହେଲେ କୋର୍ଟ ଶୋଭାଙ୍କୁ ୨୫ ହଜାର ଟଙ୍କା ଫାଇନ୍ ଦେବାକୁ କହିଛନ୍ତି।
from Odisha Reporter https://ift.tt/2StlqVU
No comments:
Post a Comment