ମୟଙ୍କ ଆଉଟ୍‌; ଶତକ ଠାରୁ ବେଶୀ ଦୂରରେ ନଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ମୟଙ୍କ ଆଉଟ୍‌; ଶତକ ଠାରୁ ବେଶୀ ଦୂରରେ ନଥିଲେ

mayankagrawal

ମେଲବର୍ଣ୍ଣ: ବକ୍ସିଂ ଡେ’ରେ ମେଲବର୍ଣ୍ଣରେ ଆରମ୍ଭ ହୋଇଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟସ୍ଥ ତୃତୀୟ ଟେଷ୍ଟ୍ ମ୍ୟାଚ୍। ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍‌ (ଏମ୍‌ସିଜି)ରେ ଚାଲିଥିବା ଏହି ମ୍ୟାଚ୍‌ରେ ଭାରତ ବ୍ୟାଟିଂ କରୁଛି।

ଆଜି ଦୁଇ ନୂଆ ଓପନରଙ୍କୁ ନେଇ ଭାରି ମ୍ୟାଚ୍ ଆରମ୍ଭ କରିଥିଲା। ଦୁଇ ଓପନ୍‌ରଙ୍କ ମଧ୍ୟରୁ ହନୁମା ବିହାରୀ ମାତ୍ର ୮ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେ ବହୁ ସମୟ କ୍ରିଜ୍‌ରେ ରହିଥିଲେ। ସେ ୬୬ଟି ବଲ୍‌ ଖେଳିଥିଲେ, କିନ୍ତୁ ରନ୍ ସଂଗ୍ରହ କରିବାରେ ବିଫଳ ହୋଇଥିଲେ। ଶେଷରେ ପ୍ୟାଟ୍ କମିନ୍‌ସଙ୍କ ଏକ ବଲ୍‌ରେ ସେ ଆରୋନ୍ ଫିଞ୍ଚଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ତେବେ ଟେଷ୍ଟ୍ ମ୍ୟାଚ୍‌ରେ ଆଜି ଡେବ୍ୟୁ କରିଥିବା ମୟଙ୍ଗ ଅଗ୍ରୱାଲ୍ ଭଲ ଖେଳିଥିଲେ। ପଦାର୍ପଣ ମ୍ୟାଚ୍‌ରେ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୯୫ଟି ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଶତକ ଆଡ଼କୁ ଅଗ୍ରସର ହେଉଥିବା ମୟଙ୍କ ୭୬ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ସେ ୧୬୧ ବଲ୍‌ରୁ ୮ଟି ଚୌକା ଓ ଗୋଟିଏ ଛକ୍କା ସହିତ ୭୬ ରନ୍ ସଂଗ୍ରହ କରିଥିଲେ।

ହନୁମା ବିହାରୀଙ୍କ ଭଳି ମୟଙ୍କ ମଧ୍ୟ ପ୍ୟାଟ୍ କମିନ୍‌ସଙ୍କ ଶିକାର ହୋଇଛନ୍ତି। କମିନ୍‌ସଙ୍କ ଏକ ବାଉନସର୍‌ ବଲ୍‌ରେ ସେ ଅଧିନାୟକ ତଥା ୱିକେଟ୍ କିପର୍ ଟିମ୍‌ ପାଇନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଛନ୍ତି।

ଚା’ପାନ ବିରତି ସୁଦ୍ଧା ଦଳ ଦୁଇ ୱିକେଟ୍ ହରାଇ ୧୨୫ ରନ୍ ସଂଗ୍ରହ କରିଛି। ମୟଙ୍କ ଆଉଟ୍ ହେବା ପରେ ବିରାଟ କୋହଲି କ୍ରିଜ୍‌କୁ ଆସିଛନ୍ତି।



from Odisha Reporter http://bit.ly/2ENomJf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages