ଭକ୍ତଙ୍କ ତଣ୍ଟି କାଟି ଲୁଟି ନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ଭକ୍ତଙ୍କ ତଣ୍ଟି କାଟି ଲୁଟି ନେଲେ

devotee

ପୁରୀ(ଓଡ଼ିଶା ରିପୋର୍ଟର): ଅଶାନ୍ତ ହୋଇପଡ଼ିଛି ପର୍ଯ୍ୟଟନ ସହର ପୁରୀ। ଗତକାଲି ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ସଞ୍ଜୟ ନାମକ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ବେଳେ ଆଜି ଜଣେ ଭକ୍ତଙ୍କର ତଣ୍ଟି କାଟି ଦେଇଛନ୍ତି ଦୁର୍ବୃତ୍ତ। ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂ ନିକଟରେ ଏହି ଅଘଟଣ ଘଟିଛି।

ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ପ୍ରମୋଦ ଜେନା। ତାଙ୍କ ଘର ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି।

ପ୍ରମୋଦଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପୁରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଲୁଟ୍ ନେଇ ଟାଉନ୍ ଥାନାରେ ଅଭିଯୋଗ ପରେ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ପ୍ରମୋଦ ଆଜି କିଛି ଗୁଜରାଟୀ ଭକ୍ତଙ୍କୁ ନେଇ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ସାରି ଫେରୁଥିବା ବେଳେ ଜଗନ୍ନାଥ ବଲ୍ଲଭ ପାର୍କିଂ ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ମନିପର୍ସ ଓ ସୁନା ଚେନ୍ ଲୁଟି ନେଇଥିଲେ। ପ୍ରମୋଦ ଦୁର୍ବୃତ୍ତଙ୍କୁ ବାଧା ଦେବାରୁ ସେମାନେ ଛୁରୀରେ ଆକ୍ରମଣ କରିଥିଲେ।

ସୂଚନାଯୋଗ୍ୟ, ଗତକାଲି ଗୁଳିମାଡ଼ର ଶିକାର ହୋଇଥିବା ସଞ୍ଜୟଙ୍କ ମୃତ୍ୟୁ ଘଟିଛି।



from Odisha Reporter http://bit.ly/2GOELjA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages