ଭାରତୀୟ ପେସ୍‌ ବାହିନୀ ପାଇଁ ବିଜିନେସ୍ କ୍ଲାସ୍ ସିଟ୍ ଛାଡ଼ିଲେ ବିରାଟ୍-ଅନୁଷ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ଭାରତୀୟ ପେସ୍‌ ବାହିନୀ ପାଇଁ ବିଜିନେସ୍ କ୍ଲାସ୍ ସିଟ୍ ଛାଡ଼ିଲେ ବିରାଟ୍-ଅନୁଷ୍କା

ସିଡ୍‌ନୀ: ଆଡେଲେଡ୍ ଟେଷ୍ଟ ବିଜୟ ପରେ ପର୍ଥ ଅଭିମୁଖେ ଯାତ୍ରା କରିବା ସମୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ମାନବିକତାର ଉଦାହରଣ ସୃଷ୍ଟି କରିଥିବା ଜଣାଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ୍ ଭନ୍। ଏହି ଦମ୍ପତ୍ତିଙ୍କୁ ମିଳିଥିବା ବିଜିନେସ୍‌ କ୍ଲାସ୍‌ ସିଟ୍‌ ଛାଡ଼ି ସେମାନେ ଭାରତୀୟ ପେସ୍‌ ବାହିନୀର ବିଶ୍ରାମ ପାଇଁ ଛାଡ଼ି ଦେଇଥିବା ଜଣାଯାଇଛି।

ଡିସେମ୍ବର ୧୧ ତାରିଖରେ ଉଭୟଙ୍କ ବିବାହ ବାର୍ଷିକୀ ପାଇଁ ବିରାଟଙ୍କୁ ଭେଟିବାକୁ ଯାଇଥିବା ଅନୁଷ୍କା ମଧ୍ୟ ତାଙ୍କ ସହିତ ଯାତ୍ରା କରୁଥିଲେ। ତେବେ ଏହି ସିରିଜ୍‌ରେ ଭାଷ୍ୟକାର ଦାୟିତ୍ୱ ତୁଲାଉଥିବା ମାଇକେଲ୍‌ ଭନ୍‌ ଟ୍ୱିଟ୍‌ କରି ଜଣାଇଛନ୍ତି, “କୋହଲି-ଅନୁଷ୍କା ଏପରି ଆରାମଦାୟକ ସୁବିଧା ତ୍ୟାଗ କରି ପେସର୍‌ମାନଙ୍କ ପାଇଁ ଛାଡ଼ିଦେବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତୀୟ ଦ୍ରୁତ ବୋଲରମାନେ ବିଶ୍ରାମପାଇଁ ଅଧିକ ସ୍ଥାନ ନେଇପାରିବେ ଏବଂ ଚଚଳିତ ସପ୍ତାହର ଶେଷଭାଗରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ନିଜକୁ ପ୍ରସ୍ତୁତ କରିପାରିବେ।”

୨୦୦୮ ପରଠାରୁ ଅଷ୍ଟ୍ରେଲିଆ ମାଟିରେ ଏହି ପ୍ରଥମ ବିଜୟରେ ଇଶାନ୍ତ ଶର୍ମା, ଜଶପୀତ୍‌ ବୁମ୍‌ରା ଏବଂ ମହମ୍ମଦ ଶାମି ପ୍ରମୁଖ ୧୨୩.୪ ଓଭର ବୋଲିଂ କରିଥିଲେ, ପୁଣି ସେହି ପିଚ୍‌ରେ ପେସ୍‌କୁ ଆଦୌ ସୁହାଉନଥିଲା।

ପୂର୍ବରୁ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ କହିଥିଲେ, ଏହି ମ୍ୟାଚ୍‌ ହୁଏତ ସହଜ ବିଜୟ ହୋଇପାରେ, କିନ୍ତୁ ପେସରମାନଙ୍କ ପାଇଁ ଏହା ଏତେ ସହଜ ନଥିଲା। ଫ୍ଲାଟ୍‌ ପିଚ୍‌ରେ ବୋଲିଂ ନିଶ୍ଚୟ ଚାପ ସୃଷ୍ଟି କରିଛି।

ତେଣୁ ଏହାର ସମାଧାନ ହେଉଛି ଯଥେଷ୍ଟ ବିଶ୍ରାମ। ନେଟ୍‌ରେ ମଧ୍ୟ ଅଧିକ ଅଭ୍ୟାସ କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ଏପରିକି ପର୍ଥରେ ପିଚ୍‌ ଟିକେ ଅଲଗା ରହିବ ଏବଂ ପେସର୍‌ଙ୍କୁ ସୁହାଇବ ବୋଲି ଆଶା କରାଯାଉଛି।



from Odisha Reporter https://ift.tt/2Be75Wr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages