ଉପରକୁ ଉଠିଲେ ପୂଜାରା, ବିରାଟଙ୍କ ସ୍ଥାନ ସୁରକ୍ଷିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ଉପରକୁ ଉଠିଲେ ପୂଜାରା, ବିରାଟଙ୍କ ସ୍ଥାନ ସୁରକ୍ଷିତ

pujara

ଦୁବାଇ: ଆଇସିସି ପକ୍ଷରୁ ଜାରି କରାଯାଇଥିବା ସଦ୍ୟ ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ‘ଟେଷ୍ଟ୍ ବିଶେଷଜ୍ଞ’ ଭାବେ ପରିଚିତ ଚେତେଶ୍ୱର ପୂଜାରାଙ୍କ ଉନ୍ନତି ଘଟିଛି। ସେ ଶୀର୍ଷ ପାଞ୍ଚ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୮୪୬ ରେଟିଂ ପଏଣ୍ଟ ସହିତ ସେ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି। ପୂର୍ବରୁ ସେ ୬ ନମ୍ବର ସ୍ଥାନରେ ଥିଲେ।

ଆଡେଲେଡ୍ ଟେଷ୍ଟରେ ଚେତେଶ୍ୱର ଭଲ ଖେଳିଥିଲେ। ସେ ପ୍ରଥମ ଇନିଂସ୍‌ରେ ୧୨୩ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୭୧ ରନ୍ କରିଥିଲେ। ଏହି ପ୍ରଦର୍ଶନ ଯୋଗୁ ତାଙ୍କ ମାନ୍ୟତାରେ ଉନ୍ନତି ଘଟିଛି।

ବିରାଟ କୋହଲି ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ତେବେ ତାଙ୍କ ପ୍ରତି ବିପଦ ସୃଷ୍ଟି କରିଛନ୍ତି ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମ୍‌ସନ୍। ସେ ୯୧୩ ରେଟିଂ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଅନ୍ୟପକ୍ଷରେ ୯୨୦ ରେଟିଂ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ଅଛନ୍ତି ବିରାଟ।

କେନ୍ ୱିଲିୟମ୍‌ସନ୍‌ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୯୦୦ ରେଟିଂ ପଏଣ୍ଟ ଅତିକ୍ରମ କରିଛନ୍ତି।

ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍‌। ଟପ୍ ଟେନ୍‌ରେ ଆଉ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ନାହାନ୍ତି। ଆଜିଙ୍କ୍ୟ ରାହାଣେ ଆଡେଲେଡ୍‌ରେ ଦ୍ୱିତୀୟ ଇନିଂସ୍‌ରେ ୭୦ ରନ୍ କରି ତାଙ୍କ ମାନ୍ୟତାରେ ଉନ୍ନତି ଆଣିଛନ୍ତି। ସେ ୧୯ତମ ସ୍ଥାନରୁ ୧୭ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଲୋକେଶ ରାହୁଲ ୨୬ ନମ୍ବରରେ ଥିବା ବେଳେ ମୁରଲୀ ବିଜୟ ୪୫ ଓ ରୋହିତ ଶର୍ମା ୫୩ ନମ୍ବରରେ ଅଛନ୍ତି।



from Odisha Reporter https://ift.tt/2GaFYBl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages