ନୂଆବର୍ଷରେ ଆସନ୍ତୁ ଯିବା ଏହି ସବୁ ସ୍ଥାନକୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ନୂଆବର୍ଷରେ ଆସନ୍ତୁ ଯିବା ଏହି ସବୁ ସ୍ଥାନକୁ

ନୂଆଦିଲ୍ଲୀ: ନୂଆବର୍ଷ ଆସିଲେ ଲୋକେ ନିଜର ଛୁଟି କାଟିବା ପାଇଁ ଯୋଜନା କରିଥାନ୍ତି। ଏଥିପାଇଁ ସମସ୍ତଙ୍କ ପ୍ରଥମ ପସନ୍ଦ ରହିଥାଏ, ପାହାଡ଼ିଆ ଅଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥଳ। ଶୀତଦିନେ ପାହାଡ଼ିଆ ଅଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥଳର ସୌନ୍ଦର୍ଯ୍ୟ ଅଧିକ ବଢ଼ି ଯାଇଥାଏ। ଆଜି ଆମେ ଆପଣଙ୍କୁ  ଦିଲ୍ଲୀର ଏପରି କିଛି ସ୍ଥାନ ସମ୍ପର୍କରେ କହିବୁ, ଯେଉଁଠି ଆପଣ ନିଜ ପରିବାର ସହ ନୂଆବର୍ଷ ଛୁଟି କାଟି ପାରିବେ।
ଲାନ୍ସଡାଉନ୍‌
ଦିଲ୍ଲୀର ସବୁଠାରୁ ନିକଟରେ ଥିବା ହିଲ୍‌ ଷ୍ଟେସନ ହେଉଛି ଲାନ୍ସ ଡାଉନ୍‌। ଏଠାରେ ଆପଣ ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ପାଇବେ। ଉତ୍ତରାଖଣ୍ଡର ପୌଢ଼ୀ ଗଡ଼ବାଲ୍‌ରେ ଥିବା ଏହି ସହରକୁ ଇଂରେଜମାନେ ପାହାଡ଼ କାଟି ତିଆରି କରିଥିଲେ। ଏଠାରେ ଆପଣ ଟିପ୍‌ ଏନ୍ ଟାପ୍, ତାଡକେଶ୍ୱର ମହାଦେବ ଓ ଚର୍ଚ୍ଚ ପଏଣ୍ଟ୍‌ ପରି ଦର୍ଶନୀୟ ସ୍ଥାନ ବୁଲିପାରିବେ।

ଯଦି ଆପଣ ଟ୍ରାକିଙ୍ଗ୍‌ କରିବାକୁ ପସନ୍ଦ କରନ୍ତି, ତେବେ ଏଠାରେ ଟ୍ରାକିଙ୍ଗ୍ ସୁବିଧା ମଧ୍ୟ ରହିଛି। ଦିଲ୍ଲୀଠାରୁ ଏହା ୨୬୦ କିଲୋମିଟର ଦୂରରେ ରହିଛି। ଏହି ସ୍ଥାନକୁ ପର୍ଯ୍ୟଟକ ସନ୍‌ରାଇଜ୍‌ ଦେଖିବାକୁ ମଧ୍ୟ ଆସନ୍ତି।

ପଙ୍ଗୋଟ୍‌
ଯଦି ଆପଣ ହିଲ୍‌ ଷ୍ଟେସନ ସହିତ ସ୍ନୋ ଫଲ୍‌ ବି ଦେଖିବାକୁ ଚାହୁଁଛନ୍ତି,ତେବେ ପଙ୍ଗୋଟ୍‌ ବୁଲିବାକୁ ଯାଆନ୍ତୁ। ନୈନିତାଲ୍‌ରୁ ପଙ୍ଗୋଟ୍‌ରେ ପହଞ୍ଚିବା ପାଇଁ ଏକ ଘଣ୍ଟା ଲାଗିଥାଏ। ଏହି ସ୍ଥାନରେ ଲୋକସଂଖ୍ୟା କମ୍‌। ଆପଣ ଏଠାରେ ସ୍ନୋ ଫଲ୍‌ର ମଜା ନେଇପାରିବେ। ଏହା ବ୍ୟତୀତ ଦିନରେ ଆପଣ ଏଠାରେ ଥିବା ଜଙ୍ଗଲରେ ଟ୍ରାକ୍‌ କରିବା ସହିତ ରାତିରେ ସଫାରୀର ମଜା ନେଇପାରିବେ।


ମୋର୍‌ନୀ ହିଲସ୍‌
ଆପଣ ଦିଲ୍ଲୀରୁ ପାଞ୍ଚ ଘଣ୍ଟା ଡ୍ରାଇଭ୍‌ କରି ମୋର୍‌ନୀ ହିଲସ୍‌ରେ ପହଞ୍ଚି ପାରିବେ। କେବଳ ଏହି ସ୍ଥାନର ନାମ ସୁନ୍ଦର ନୁହେଁ, ଏହି ସ୍ଥାନ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର। ହରିୟାଣାର ପଞ୍ଚକୁଲାରେ ଥିବା ଏହି ସ୍ଥାନରେ ଆପଣ ଆଡ୍‌ଭେନ୍‌ଚର୍‌ ସ୍ପୋର୍ଟସ୍‌ର ମଧ୍ୟ ମଜା ନେଇପାରିବେ। ଏଠାରେ ଆପଣ ବିଭିନ୍ନ ପ୍ରକାର ପକ୍ଷୀ ଦେଖିବା ସହିତ ଐତିହାସିକ ପୋର୍ଟ ମଧ୍ୟ ଦେଖିପାରିବେ।


ନହାନ୍‌
ହିମାଚଳ ପ୍ରଦେଶରେ ନହାନ୍ ସହର ରହିଛି। ଶୀତଦିନେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ଏଠାକୁ ଆସିବା ପରେ ଆପଣଙ୍କୁ ପ୍ରକୃତିର କୋଳରେ ବସିବା ପରି ମନେହେବ। ପାହାଡ଼ର ସୁନ୍ଦରତା ଦେଖିବା ପରେ ଆପଣ ସେଠାରେ ଥିବା ସୁକୈତି ଫାର୍ସିଲ୍‌ ପାର୍କରେ ମଧ୍ୟ ବୁଲିପାରିବେ। ଏହା ବ୍ୟତୀତ ଆପଣ ସେଠାରେ ମନ୍ଦିର ଓ ରାନୀ ତାଲ୍ ମଧ୍ୟ ବୁଲିପାରିବେ।

କସୌଲି
କସୌଲି ମଧ୍ୟ ହିମାଚଳ ପ୍ରଦେଶରେ ରହିଛି। ଏଠାକୁ ଯିବା ପାଇଁ ଭଲ ମାସ ହେଉଛି ନଭେମ୍ୱର। ଯଦି ଆପଣଙ୍କର ପାରାଚୁଟ୍‌ରେ ଉଡ଼ିବା ପାଇଁ ଇଚ୍ଛା, ତେବେ ଆପଣ ଏଠାରେ ନିଜର ଇଚ୍ଛା ପୂରଣ କରିପାରିବେ। ଏଠାରେ ସେହି ସୁବିଧା ରହିଛି। ଏଠାରେ ଆପଣଙ୍କ ପାଇଁ  କ୍ୟାମ୍ପିଙ୍ଗ୍‌ ଓ ଟ୍ରାକିଙ୍ଗ୍‌ ସୁବିଧା ମଧ୍ୟ ଉପଲବ୍ଧ।
ତେବେ ଆଉ ଡେରି ନ କରି ନୂଆବର୍ଷ ଛୁଟିରେ ବୁଲିବାକୁ ଯାଆନ୍ତି ଏହି ସବୁ ସ୍ଥାନ।



from Odisha Reporter http://bit.ly/2EQVAZg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages