
ନୂଆଦିଲ୍ଲୀ: ଜେଟ୍ ଏୟାରୱେଜ୍ରେ ସାଲାରିକୁ ନେଇ ଚାଲିଥିବା ବିବାଦର ପ୍ରଭାବ ଏବେ ବିମାନ ସଞ୍ଚାଳନ ଉପରେ ପଡ଼ିଛି। ଦୀର୍ଘ ଦିନ ହେଲା ଜେଟ୍ ଏୟାରୱେଜ୍ର କର୍ମଚାରୀମାନେ ଦରମା ପାଇ ନଥିବା ଅଭିଯୋଗ ହୋଇଛି। ତେବେ ଜେଟ୍ଏୟାର୍ୱେଜ୍ର କେତେକ ପାଇଲଟ୍ ଅଚାନକ ଅସୁସ୍ଥ ହୋଇପଡ଼ିଥିବାରୁ ଛୁଟିରେ ଯାଇଛନ୍ତି। ଏଥିପାଇଁ ୧୪ଟି ବିମାନର ଉଡ଼ାଣ ବାତିଲ କରାଯାଇଛି। ଅନ୍ୟପଟେ ପରିଚାଳନାଗତ ସମସ୍ୟା ଯୋଗୁ ବିମାନ ଗୁଡ଼ିକୁ ବାତିଲ କରାଯାଇଥିବା କମ୍ପାନୀ ପକ୍ଷରୁ ସଫେଇ ଦିଆଯାଇଛି। ରବିବାର କମ୍ପାନୀ ପକ୍ଷରୁ ୧୪ଟି ବିମାନ ଉଡ଼ାଣକୁ ବାତିଲ କରାଯାଇଛି।
ତେବେ ପାଇଲଟମାନେ ଦୀର୍ଘ ଦିନ ହେଲା ଦରମା ପାଇ ନ ଥିବାରୁ ଏଥିରେ କ୍ଷବ୍ଧ ହୋଇ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ଛୁଟିରେ ଯାଇଥିବା ଜଣାପଡ଼ିଛି। ଜେଟ ଏୟାରୱେଜ୍ ଏବେ ଆର୍ଥିକ ଘାଟା ଦେଇ ଗିତି କରୁଥିବାରୁ ଏମିତି ସମସ୍ୟା ଉପୁଜିଥିବା ଥିବା ଜଣାପଡ଼ିଛି।
ଏପରିକି କମ୍ପାନୀ ପକ୍ଷରୁ ଗତ ସେପ୍ଟେମ୍ବର ମାସରୁ ପାଇଲଟ୍ମାନଙ୍କୁ ଦରମାର ଆଂଶିକ ପରିମାଣ ଦିଆଯାଥିଲା। ଯାହାକି ଅକ୍ଟୋବର ଏବଂ ନଭେମ୍ବର ମାସର ଦରମା ଦିଆଯାଇ ନାହିଁ। ତେବେ କେତେକ ପାଇଲଟ୍ ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଏନେଇ କୌଣସି ସୁଫଳ ମିଳିପାରି ନାହିଁ।
from Odisha Reporter https://ift.tt/2Qwja2H
No comments:
Post a Comment