୨୫ଟି ଗାଈଙ୍କ ମୃତଦେହ ମିଳିବା ପରେ ଲଙ୍କାକାଣ୍ଡ, ପୁଲିସ୍‌ ଇନ୍‌ସପେକ୍ଟରଙ୍କୁ ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

୨୫ଟି ଗାଈଙ୍କ ମୃତଦେହ ମିଳିବା ପରେ ଲଙ୍କାକାଣ୍ଡ, ପୁଲିସ୍‌ ଇନ୍‌ସପେକ୍ଟରଙ୍କୁ ମାରିଦେଲେ

ବୁଲନ୍ଦଶହର: ଉତ୍ତର ପ୍ରଦେଶର ବୁଲନ୍ଦଶହରରେ ୨୫ଟି ଗାଈଙ୍କ ମୃତଦେହ ମିଳିବା ପରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଘଟଣାକୁ କେନ୍ଦ୍ର କରି ପୁଲିସ୍‌ ଓ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଖଣ୍ଡଯୁଦ୍ଧ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଲୋକଙ୍କ ଆକ୍ରମଣରେ ଜଣେ ପୁଲିସ୍‌ ଇନ୍‌ସପେକ୍ଟରଙ୍କ ମୃତ୍ୟୁ ଘଟିଥିବା ବେଳେ ହିଂସାକାଣ୍ଡରେ ଜଣେ ସାଧାରଣ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେହିପରି ଲୋକଙ୍କ ଟେକା ମାଡ଼ରେ ଜଣେ ହେଡ୍‌ କନଷ୍ଟେବଲ୍ ଗୁରୁତର ଆହତ ହୋଇଛନ୍ତି।

ଘଟଣାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଗୋ-ମୃତ୍ୟୁ ଓ ହିଂସାକାଣ୍ଡର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ବା ଏସ୍‌ଆଇଟି ଗଠନ କରିଛନ୍ତି। ସେହିପରି ହିଂସାକାଣ୍ଡ ଘଟିଥିବା ଅଞ୍ଚଳରେ ୫ କମ୍ପାନୀ ରାପିଡ୍‌ ଆକ୍ସନ୍‌ ଫୋର୍ସ ଓ ୬ଟି କମ୍ପାନୀ ପ୍ରୋଭିନସିଆଲ୍‌ ଆର୍ମଡ୍‌ କନଷ୍ଟାବୁଲାରୀ(ପିଏସି) ମୁତୟନ ହୋଇଛନ୍ତି।

ବୁଲନ୍ଦଶହରର ଏକ ଗାଁର ଜଙ୍ଗଲିଆ ଅଞ୍ଚଳରୁ ଆଜି ସକାଳେ ୨୫ଟି ଗାଈଙ୍କ ମୃତଦେହ ମିଳିଥିଲା। ଏହାପରେ ସ୍ଥାନୀୟ କେତେକ ସଂଗଠନର ଲୋକମାନେ ଏକାଠି ହୋଇ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକ ଏହି କାଣ୍ଡ ଭିଆଇଛନ୍ତି ବୋଲି ଅଭିଯୋଗ କରିଥିଲେ। ଏହାକୁ ନେଇ ଉତ୍ତେଜନା ଲାଗି ରହିବାରୁ ଆଇନ୍‌ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ୍‌ ସେଠାରେ ପହଞ୍ଚିଥିଲା। ଲୋକମାନେ ଗାଈ ଗୁଡ଼ିକର ମୃତଦେହକୁ ନେଇ ରାସ୍ତା ଅବରୋଧ କରିବାକୁ ଉଦ୍ୟମ କରିବା ବେଳେ ପୁଲିସ୍‌ ସେମାନଙ୍କୁ ବାଧା ଦେଇଥିଲା। ଏହି ସମୟରେ ଲୋକମାନେ ପୁଲିସ୍‌ ଉପରକୁ ଟେକା ପଥର ମାଡ଼ କରିଥିଲେ। ସେଠାରେ ଡ୍ୟୁଟିରେ ଥିବା ଇନ୍‌ସପେକ୍ଟର ସୁବୋଧ କୁମାର ସିଂହଙ୍କ ମୁଣ୍ଡରେ ଏକ ଟେକା ମାଡ଼ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପ୍ରାୟ ୪୦୦ ଲୋକ ମିଳିତ ଭାବେ ପୁଲିସ୍‌ ଉପରେ ଆକ୍ରମଣ କରିଥିଲେ। ପୁଲିସ୍‌ ବାଧ୍ୟ ହୋଇ ଗୁଳି ଚଳାଇଥିଲା। ଏହି ସମୟରେ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। କିନ୍ତୁ ଏଯାଏ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ।

ସ୍ଥାନୀୟ ଅଞ୍ଚଳରେ ୩ ଦିନିଆ ଇସ୍‌ଲାମିକ ସମ୍ମିଳନୀ ଆୟୋଜନ ହେବାକୁ ଯାଉଥିବା ବେଳେ ଏଭଳି ହିଂସାକାଣ୍ଡ ସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି।



from Odisha Reporter https://ift.tt/2zHCr7N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages